Advertisment

ଖାଇବାକୁ ଦେଇପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ହାଣି ମାରିଦେଲା

ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Pak man axes wife, 7 children to death

Pak man axes wife, 7 children to death

ଆର୍ଥିକ ସଂକଟ ଦେଇ ଗତି କରୁଛି ପାକିସ୍ତାନ। ଲୋକେ ଖାଦ୍ୟ ମୁଠାଏ ପାଇଁ ସଂଘର୍ଷ କରୁଛନ୍ତି। ଦରଦାମ ବି ଆକାଶ ଛୁଆଁ। ଏହାରି ଭିତରେ ଏକ ଲୋମହର୍ଷଣକାରୀ ଘଟଣା ସାମନାକୁ ଆସିଛି। ଖାଇବାକୁ ଦେଇ ପାରିଲାନି ବୋଲି ସ୍ତ୍ରୀ ଓ ୭ପିଲାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି ନୃଶଂସ ବାପା। । ଏଭଳି ଅମାନବୀୟ ଓ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ପାକିସ୍ତାନର ପଞ୍ଜାବ ପ୍ରଦେଶରେ। ୮ଜଣଙ୍କୁ ହତ୍ୟା କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି।

Advertisment

ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ସାଜ୍ଜାଦ ଖୋଖର ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲା । ଆର୍ଥିକ ଅବସ୍ଥା ଶୋଚନୀୟ ହେତୁ ସେ ମାନସିକସ୍ତରରେ ବିଚଳିତ ହୋଇପଡିଥିଲା । ଏଥିପାଇଁ ଅନେକ ସମୟରେ ପତ୍ନୀ କୌସରଙ୍କ ସହ ଝଗଡା ହେଉଥିଲା। ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ସ୍ତ୍ରୀ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସେ ସ୍ତ୍ରୀ ଓ ୭ପିଲାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରିଛି।

ସାଜ୍ଜାଦ ମୁଜାଫରଗଡ ଜିଲ୍ଲାର ଆଲିପୁରରେ ସେମାନଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମଧ୍ୟରେ ୪ଜଣ ଝିଅ ଥିବାବେଳେ ୩ଜଣ ପୁଅ ଅଛନ୍ତି। ସମସ୍ତଙ୍କ ବୟସ ୮ମାସରୁ ୧୦ବର୍ଷ ହୋଇଥିବା ପୋଲିସ ସୂଚନା ଦେଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ପଚରାଉଚରା କରିଥିଲା। ସେତେବେଳେ ସେ ସବୁ କଥା ସ୍ୱୀକାର କରିଥିଲା। ସେ ପିଲାମାନଙ୍କୁ ଆଉ ଆଉ ଖାଇବାକୁ ଦେଇପାରୁ ନ ଥିବାରୁ ଏପରି ଚରମ ପଦକ୍ଷେପ ନେଇଥିବା କହିଥିଲା। ଏହି ଘଟଣା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ଦଃଖ ପ୍ରକାଶ କରିବା ସହ ଇନ୍ସପେକ୍ଟର ଜେନେରାଲଙ୍କଠାରୁ ରିପୋର୍ଟ ମାଗିଛନ୍ତି।

Advertisment
Murder
Advertisment
Advertisment