Advertisment

ଜନଗହଳି ସ୍ଥାନରେ ଫାୟାରିଂ, ଭାଇରାଲ ହେଲା ଫଟୋ

ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଗୁଳି ମାଡ଼ ପଛର କାରଣ ବି ସ୍ପଷ୍ଟ ହୋଇ ପାରିନି। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

author-image
Satyendu Shekher Mishra
Firing

Firing

ମଣିଷ କେତେ ନୃସଂସ ହୋଇପାରେ । କ୍ରୋଧ ଆଉ ଶତ୍ରୁତା ପାଇଁ ଜଣେ ମଣିଷ ଆଉ ଜଣେ ମଣିଷର ଜୀବନ ବି ନେଇପାରେ । ଆଉ ଦିଲ୍ଳୀରେ ଏବେ ଏହା ଏକ ପ୍ରକାର ସାଧାରଣ କଥା ପାଲଟିଲାଣି । ନିଇତି ବିଭିନ୍ନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି ଦିଲ୍ଲୀରୁ । ନିକଟରେ ଦିଲ୍ଲୀ ସଲିମପୁରରୁ ଏକ ଘଟଣା ସାମ୍ନାକୁ ଆସିଛି । ଆଉ ତାହା ହେଲ, ଜଣେ ବ୍ୟକ୍ତି ବିଚ୍‌ ବଜାର ଉପରେ ଆଉ ଜଣେ ବ୍ୟକ୍ତିଙ୍କୁ ଗୁଳି ମାରୁଛି । ସବୁଠାରୁ ବଡ଼ କଥା ହେଲା, ଗୁଳି କରିଥିବା ବ୍ୟକ୍ତି ଜଣକ ଜଣେ ନାବାଳକ ବୋଲି କୁହାଯାଉଛି । 

Advertisment

ତେବେ ପୁରା କାହାଣୀଟି ହେଲା... ବଜାର ଥିଲା ଖଚାଖଚ ଭିଡ଼ । ଦିନ ଦ୍ୱିପ୍ରହରରେ ଲୋକଙ୍କ ସମେତ ଗାଡ଼ି ଭିଡ଼ ବି ପ୍ରବଳ ଥିଲା। ଏହି ସମୟରେ ହଠାତ୍‌ ଫୁଟିଲା ଗୁଳି। ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଜଣେ ଯୁବକ ଗୁଳି କରି ଫେରାର ହୋଇଗଲେ। ଏପରି ଏକ ଅଭାବନୀୟ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି।

ଦିଲ୍ଲୀର ସଲିମପୁର ଅଞ୍ଚଳର ଏପରି ଏକ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ତାହା ଏବେ ଭାଇରାଲ ହେବାରେ ଲାଗିଛି। ଗୁରୁତର ବ୍ୟକ୍ତିଜଣକ ଶାହନବାଜ ଓ ସେ ଜଣେ ଶ୍ରମିକ ବୋଲି ଜଣାଯାଇଛି।

Advertisment

ସିସିଟିଭିରେ ଦେଖିବାକୁ ମିଳୁଛି ଅଭିଯୁକ୍ତ ଯୁବକଜଣକ ଶାହନବାଜଙ୍କ ପିଛା କରି କରି ସଲିମପୁର ମାର୍କେଟରେ ପହଞ୍ଚିଥିଲେ। ଏହାପରେ ସୁଯୋଗ ଦେଖି ଅତି ପାଖରୁ ସେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ବ୍ୟକ୍ତିଜଣକ ବେହୋସ ହୋଇ ତଳେ ପଡ଼ିଯିବାରୁ ଅଭିଯୁକ୍ତଜଣକ ତୁରନ୍ତ ଘଟଣାସ୍ଥଳରୁ ଖସି ପଳାଇଥିଲା।

Image

ତୁରନ୍ତ ସ୍ଥାନୀୟ ଲୋକେ ଶାହନବାଜଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ତାଙ୍କ ସମ୍ପର୍କରେ ସୂଚନା ମିଳି ପାରିନି। ଏଥିସହ ଗୁଳି ମାଡ଼ ପଛର କାରଣ ବି ସ୍ପଷ୍ଟ ହୋଇ ପାରିନି। ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। 

Viral Video
Advertisment
Advertisment