/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740725244.jpg)
Uttam Mohanty Death:
ଭୁବନେଶ୍ୱରରେ ପହଞ୍ଚିଲା ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ମର ଶରୀର। ଭୁବନେଶ୍ୱର ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କଂଗ୍ରେସର କିଛି ନେତା, ପୋଲିସ କମିଶନର, ଡିସିପି ଓ କିଛି କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ। ଏହା ପରେ ମରଶରୀରକୁ ଶୋଭାଯାତ୍ରାରେ ଆମ୍ବୁଲାନ୍ସ ଯୋଗେ ବରମୁଣ୍ଡା ଜଗନ୍ନାଥବିହାର ବାସଭବନକୁ ନିଆଯାଇଛି।
ସେଠାରେ ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ତାଙ୍କର ଶେଷ ଦର୍ଶନ କରିବେ। ଏହାପରେ ସତ୍ୟନଗର ନିଆଯିବ। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ। ଉତ୍ତମଙ୍କ ମରଶରୀରକୁ ଦିନ ୧୨ଟାରେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଅଣାଯାଇଥିଲା।
ଅଧିକ ପଢ଼ନ୍ତୁ; ଚିରନିଦ୍ରାରେ ସହରୀ ବାଘ; ଏଇଠି ହେବ ଶେଷକୃତ୍ୟ
ଗତକାଲି ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା।
ତେବେ ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ପରେ ମୃତ୍ୟୁ ଘଟିଥିବା ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)