Advertisment

NPCIL Recruitment: ଇଞ୍ଜିନିୟରିଂ ଡିଗ୍ରୀ ଥିଲେ NPCILରେ ଚାକିରି; ଦରମା ୫୬ ହଜାର ଟଙ୍କାରୁ ଅଧିକ

NPCILରେ ପୂରଣ ହେବ ଅନେକ ପଦବୀ। ଏନେଇ NPCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କର ମଧ୍ୟ GATE ପରୀକ୍ଷାର ସ୍କୋର ରହିବା ଉଚିତ।

author-image
Pramod Behera
NPCIL Executive Trainee Recruitment apply for 400 post

NPCIL Executive Trainee Recruitment apply for 400 post

ଭାରତୀୟ ଆଣବିକ ଶକ୍ତି ନିଗମ (NPCIL) ରେ ପୂରଣ ହେବ ଅନେକ ପଦବୀ। ଏନେଇ NPCIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଶେଷ କଥା ହେଉଛି ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କର ଏକ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ପ୍ରାର୍ଥୀଙ୍କର ମଧ୍ୟ GATE ପରୀକ୍ଷାର ସ୍କୋର ରହିବା ଉଚିତ।

Advertisment

ଏହି ନିଯୁକ୍ତି ମାଧ୍ୟମରେ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୦୦ ପଦବୀ ପୂରଣ ହେବ।

ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NPCIL ର ଅଫିସିଆଲ୍ ୱେବସାଇଟ npcilcareers.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ NPCIL Executive Trainee Recruitment apply for 400 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୦ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ମେକାନିକାଲ୍ – ୧୫୦ଟି ପଦବୀ
  • ଇଲେକ୍ଟ୍ରିକାଲ୍ – ୬୯ଟି ପଦବୀ
  • ଇଲେକ୍ଟ୍ରୋନିକ୍ସ – ୨୯ଟି ପଦବୀ
  • ଇନଷ୍ଟ୍ରୁମେଣ୍ଟାଲ୍ – ୧୯ଟି ପଦବୀ
  • କେମିକାଲ୍ – ୭୩ଟି ପଦବୀ
  • ସିଭିଲ୍ – ୬୦ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାର୍ଥୀ ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ସିଭିଲରେ ୬୦ ପ୍ରତିଶତ ମାର୍କ ରଖି B.Tech କିମ୍ବା BE ପାଶ୍ କରିବା ଉଚିତ
  • ଏହା ବ୍ୟତୀତ, ପ୍ରାର୍ଥୀଙ୍କର GATE ପରୀକ୍ଷା ୨୦୨୨, ୨୦୨୩ କିମ୍ବା ୨୦୨୪ର ସ୍କୋରକାର୍ଡ ମଧ୍ୟ ରହିବା ଉଚିତ

ବୟସ ସୀମା:

  • ସର୍ବାଧିକ ବୟସ(ସାଧାରଣ ବର୍ଗ) – ୨୬ ବର୍ଷ
  • ସର୍ବାଧିକ ବୟସ (OBC) – ୨୯ ବର୍ଷ
  • ସର୍ବାଧିକ ବୟସ (SC/ ST) – ୩୧ ବର୍ଷ
  • ସର୍ବାଧିକ ବୟସ (PwBD) – ୩୬ ବର୍ଷ
  • ବୟସ ଗଣନା ୩୦।୦୪।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/ EWS(ପୁରୁଷ) – ୫୦୦ ଟଙ୍କା
  • ମହିଳା SC/ST/ PwBD/EXM – ଦେୟମୁକ୍ତ

ମାସିକ ଦରମା:

  • ପ୍ରଶିକ୍ଷଣ ସମୟରେ – ୫୫,୦୦୦ଟଙ୍କା ଦରମା ସହିତ ଭତ୍ତା ୧,୮୦୦ଟଙ୍କା(ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି)
  • ପ୍ରଶିକ୍ଷଣ ପରେ – ୫୬,୧୦୦ଟଙ୍କା ଦରମା ସହିତ ୫୦% ମହଙ୍ଗା ଭତ୍ତା

ଚୟନ ପ୍ରକ୍ରିୟା:

  • GATE ସ୍କୋରରୁ ପ୍ରାପ୍ତ ଯୋଗ୍ୟତା ତାଲିକା
  • ବ୍ୟକ୍ତିଗତ ସାକ୍ଷାତକାର
  • ମେଡିକାଲ୍‌ ଟେଷ୍ଟ୍
Govt Jobs
Advertisment
Advertisment