/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712928756.jpg)
tips and tricks how to make roti in pressure cooker
ଆଜିକାଲି ପ୍ରତ୍ୟେକଙ୍କ ଘରେ ରୁଟି ହେବା ଏକ ସାଧାରଣ କଥା। ଲୋକମାନେ ଏହାକୁ ଡାଲି, ସନ୍ତୁଳା କିମ୍ବା ଯେକୌଣସି ପ୍ରକାରର ତରକାରୀ ସହିତ ବଡ଼ ମଜ୍ଜାରେ ଖାଇବାକୁ ପସନ୍ଦ କରନ୍ତି। ଏଥିରେ ପେଟ ତ ପୂରେ, ଏହା ବ୍ୟତୀତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ।
ପ୍ରତ୍ୟେକ ପରିବାରର ଦୈନିକ ଖାଦ୍ୟରେ ରୁଟି ରହିବାର ଏହା ମଧ୍ୟ ଏକ କାରଣ। ତେବେ ଏହା କରିବା ପାଇଁ ଅଧିକ ସମୟ ନେବା ଓ ଏହାର ପୂର୍ବ ପ୍ରସ୍ତୁତିଗୁଡିକ ଝିନ୍ଝଟିଆ ହୋଇଥିବାରୁ ପ୍ରତିଦିନ ରୁଟି ତିଆରି କରିବାକୁ ଅନେକ ପସନ୍ଦ କରନ୍ତି ନାହିଁ।
ବିଶେଷ କରି ଖରାଦିନେ ରୁଟି ସେକିବା ନିହାତି ଏକ କଷ୍ଟକର କାମ ହୋଇଥାଏ। ଏପରି ପରିସ୍ଥିତିରେ, ଲୋକମାନେ ପ୍ରାୟତଃ ଏମିତି କିଛି ଟିପ୍ସ ଆପଣାନ୍ତି ଯାହା ଦ୍ୱାରା ରୁଟି ତିଆରି କରିବା ପାଇଁ ସବୁଠାରୁ କମ ସମୟ ଲାଗେ। ତେବେ ଆସନ୍ତୁ ରୁଟି ତିଆରି କରିବାର ସବୁଠାରୁ ସହଜ ଆଉ କମ ସମୟରେ ହୋଇଯାଉଥିବା ଏକ ଟିପ୍ସ ବିଷୟରେ ଜାଣିନେବା।
ଆଜିକାଲି ରୁଟି ତିଆରି କରିବାର ଏକ ନୂଆ ଉପାୟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପ୍ରେସର କୁକର ସାହାଯ୍ୟରେ କିପରି ରୁଟି ତିଆରି ହେଉଛି। ଏହି ଭାଇରାଲ୍ ଭିଡିଓରେ ଜଣେ ମହିଳା ପ୍ରେସର କୁକର ସାହାଯ୍ୟରେ କିପରି ଫଟାଫଟ ରୁଟି ତିଆରି କରି ଦେଉଛନ୍ତି ତାହା ଦେଖିବାକୁ ମିଳେ।
वो स्त्री है कुछ भी कर सकती है😜 😂🤣 pic.twitter.com/2T7MxliF4r
— Nandini Idnani 🚩🇮🇳 (@nandiniidnani69) April 5, 2024
- ସର୍ବପ୍ରଥମେ ଅଟାରେ ପାଣି ଦେଇ ଭଲଭାବେ ଚକଟନ୍ତୁ ଏବଂ ଏହାକୁ କିଛି ସମୟ ପାଇଁ ଘୋଡାଇ ରଖନ୍ତୁ
ତେବେ ଏହା ହେଉଛି ଏକ ଭାଇରାଲ୍ ଭିଡିଓର ଟିପ୍ସ୍। ସୋସିଆଲ୍ ମିଡିଆ X ରେ ଭାଇରାଲ୍ ହେଉଥିବା ଏହି ଭିଡିଓକୁ ନେଇ ଅନେକ ମଧ୍ୟ ନକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଜଣେ କହିଛନ୍ତି "ଏହା ଏକ ଏଡିଟେଡ୍ ଭିଡିଓ। ଏହା ଖୁବ ବିପଦ। ପାଣି ବିନା ଷ୍ଟିମ୍ ଆସିବ ନାହିଁ। ଏଥିରେ କୁକର ଫାଟିବାର ସମ୍ଭାବନା ଅଛି।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)