ସୁସ୍ଥ ରହିବା ପାଇଁ ପ୍ରାୟ ପ୍ରୋଟିନ ପିଇଥାଆନ୍ତି । ପ୍ରୋଟିନ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ପ୍ରୋଟିନ ସହ ଭିଟାମିନ, ମିନେରାଲ ଆଦି ପୁଷ୍ଟିକର ଖାଦ୍ୟ ଭାବେ ନେବା ବାଞ୍ଛନୀୟ । ତେବେ ବଜାରରେ ବିକ୍ରି ହେଉଥିବା ପ୍ରୋଟିନ ପାଉଡ଼ରର ଗୁଣବତ୍ତା ଉକୃଷ୍ଟମାନର ନୁହେଁ । ଏହା ବ୍ୟବସାୟିକ ଲକ୍ଷ୍ୟରେ ବିକ୍ରି ହେଉଥିବାରୁ କମ୍ପାନୀ ନିଜର ଗୁଣବତ୍ତା ରଖୁନଥିବା ଏକ ଗବେଷଣାରୁ ଜଣାପଡ଼ିଛି ।
ଭାରତରେ ବିକ୍ରି ହେଉଥିବା ଏବଂ ବ୍ୟବହାର କରାଯାଉଥିବା ସବୁଠାରୁ ଲୋକପ୍ରିୟ ପ୍ରୋଟିନ୍ ପାଉଡରଗୁଡିକର ବିଶ୍ଳେଷଣରୁ ଜଣାପଡିଛି ଯେ ଏହି ସପ୍ଲିମେଣ୍ଟଗୁଡ଼ିକ ମଧ୍ୟରୁ ଅଧିକାଂଶ ଗୁଣବତ୍ତା ଖରାପ ଅଟେ । ୩୬ ଟି ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ପ୍ରକାର ପ୍ରୋଟିନ ପାଉଡର ଉପରେ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
Also Read
ହର୍ବାଲ୍, ଡାଏଟାରୀ ସପ୍ଲିମେଣ୍ଟସ୍ ଯେପରିକି ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପ୍ରାକୃତିକ କିମ୍ବା ସିନ୍ଥେଟିକ୍ ଉପାଦାନ ଧାରଣ କରିଥିବା ବିଭିନ୍ନ ପ୍ରକାର ପ୍ରୋଟିନ ପାଉଡରର ଗୁଣବତ୍ତା ଖରାପ ରହୁଛି ବୋଲି ସମୀକ୍ଷା ପତ୍ରିକା ମେଡିସିନରେ ପ୍ରକାଶ ପାଇଛି । ମୁଖ୍ୟତଃ ବଡି ବିଲ୍ଡିଂ ପାଇଁ ବ୍ୟବହୃତ ହେଉଥିବା ପ୍ରୋଟିନ ଏହି ଲିଷ୍ଟରେ ସର୍ବାଗ୍ରେ ରହିଛି ।
Hello, I have a fantastic Saturday morning read for you. In fact, you'll be engrossed in this the whole day.
— TheLiverDoc (@theliverdr) April 6, 2024
As promised, we have published our disruptive project - the unique public-health project funded by @paraschopra to analyze common/well-known protein supplements sold in… pic.twitter.com/xzb7Gh0G3Q
ବିଶ୍ଳେଷଣରୁ ଜଣାପଡିଛି ଯେ ୩୬ ଟି ସପ୍ଲିମେଣ୍ଟରେ ପ୍ରାୟ ୭୦ ପ୍ରତିଶତରେ ହିଁ ପ୍ରୋଟିନ୍ ରହିଛି । ବ୍ରାଣ୍ଡମାନେ ଯାହା ଦାବି କରୁଛନ୍ତି ତାହାର କେବେ କେବେ ଅଧା ମଧ୍ୟ ପ୍ରଦାନ କରୁନଥିବା ଜଣା ପଡ଼ିଛି । ଆହୁରି ମଧ୍ୟ ପ୍ରାୟ ୧୪ ପ୍ରତିଶତ ନମୁନାରେ କ୍ଷତିକାରକ ଫଙ୍ଗଲ୍ ଆଫ୍ଲାଟୋକ୍ସିନ୍ ରହିଥିଲା ବେଳେ ୮ ପ୍ରତିଶତରେ କୀଟନାଶକ ଅବଶିଷ୍ଟାଂଶ ମିଳିଥିଲା ।
ଭାରତରେ ମିଳୁଥିବା ପ୍ରୋଟିନରେ ହିଁ ଏପରି ହୋଇଥିବା ଗବେଷଣାରୁ ଜଣାପଡ଼ିଛି । ଅନ୍ୟପଟେ ଗତ ବର୍ଷ ଅଗଷ୍ଟରେ ଲୋକସଭାରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ ସୂଚନା ଦେଇଥିଲେ ଯେ ୨୦୨୨-୨୩ ମସିହାରେ, FSSAI ଦ୍ୱାରା ୩୮,୦୫୩ ଟି ମାମଲା ଏବଂ ୪,୮୧୭ ଟି ଅପରାଧିକ ମାମଲା ଦାୟର କରାଯାଇଥିଲା ।
ବିଶ୍ଳେଷଣ କରାଯାଇଥିବା ୩୬ ଟି ପ୍ରୋଟିନ୍ ପାଉଡର୍ ମିଶ୍ରିତ, ଶୁଦ୍ଧ ଉଦ୍ଭିଦ-ଆଧାରିତ ଥିଲା । ଏହି ପ୍ରୋଟିନଗୁଡ଼ିକ ବିଭିନ୍ନ ମିଶ୍ରଣ କିମ୍ବା ହର୍ବାଲ୍ ଏକ୍ସଟ୍ରାକ୍ଟ ସହିତ ଅନ୍ତର୍ଭୁକ୍ତ ଥିଲା । ୧୪ ଟି ମିଶ୍ରିତ ସୂତ୍ର ମଧ୍ୟରୁ ସାତଟିରେ ହର୍ବାଲ୍ ଏକ୍ସଟ୍ରାକ୍ଟ ରହିଥିବା ବେଳେ ବାକିରେ ବିଭିନ୍ନ ପ୍ରକାରର ପ୍ରୋଟିନ୍ ଉତ୍ସ ଅନ୍ତର୍ଭୁକ୍ତ ଥିଲା ଯେପରି ମଟର, ସୋୟା, ଅଣ୍ଡା, କ୍ଷୀର ଏବଂ କଦଳୀ ।
ଚାରିଟି ଉତ୍ପାଦ ଉଦ୍ଭିଦ-ଭିତ୍ତିକ ଥିଲା । ଭାରତରେ କୋଡିଏଟି ଉତ୍ପାଦ ପ୍ରସ୍ତୁତ କରାଯାଇଥିଲା ବେଳେ ବାକିଗୁଡିକ ବହୁରାଷ୍ଟ୍ରୀୟ କମ୍ପାନୀ ଦ୍ୱାରା ଉତ୍ପାଦିତ ହୋଇଥିଲା । ୩୬ ଟି ଉତ୍ପାଦ ମଧ୍ୟରୁ ୯ଟିରେ ୪୦ ପ୍ରତିଶତରୁ କମ୍ ପ୍ରୋଟିନ୍ ଚିହ୍ନଟ ହୋଇଥିବାବେଳେ ବାକିଗୁଡ଼ିକରେ ୬୦ ପ୍ରତିଶତରୁ ଅଧିକ ରହିଥିଲା ।