• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହେନ୍ଦ୍ର ସିଂ ଧୋନି । କ୍ରିକେଟ ଜଗତର ଜଣେ ଜଣାଶୁଣା ନାଁ । ତାଙ୍କର ପ୍ରଶଂସକ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ରହିଛନ୍ତି । ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଏବେ କେବଳ ଆଇପିଏଲରେ ହିଁ ନଜର ଆସୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏବେ ଖେଳୁଛନ୍ତି ମହେନ୍ଦ୍ର ସିଂ ଧୋନି । ତେବେ ପଡ଼ିଆ ମଧ୍ୟରେ ଧୋନିଙ୍କ ଟିକେ ଝଲକ ପାଇବାକୁ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ନାହିଁ ନଥିବା ଉତ୍ସାହ । ତେବେ ଧୋନିଙ୍କୁ ଲାଇଭ୍‌ ଦେଖିବାକୁ ଜଣେ ଫ୍ୟାନ୍‌ ଏମିତି କିଛି କରିଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଧୋନିଙ୍କୁ ଲାଇଭ୍ ଖେଳୁଥିବାର ଦେଖିବା ପାଇଁ ଏହି ଫ୍ୟାନ୍‌ ଜଣକ ୬୪ ହଜାର ଟଙ୍କା ଦେଇ IPL ଟିକେଟ୍‌ କିଣିଥିଲେ । ଏବଂ ତିନି ଝିଅଙ୍କୁ ନେଇ ଲାଇଭ୍‌ ମ୍ୟାଚ୍‌ ଦେଖିଥିଲେ।

ତେବେ ସବୁଠାରୁ ବଡ଼ କଥା ହେଉଛି ସେହି ବ୍ୟକ୍ତି ଜଣକ ତାଙ୍କ ଝିଅର ସ୍କୁଲ ଫି’ ନ ଦେଇ ଆଇପିଏଲ ଟିକେଟ୍‌ କିଣିଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଗଣମାଧ୍ୟମରେ କହିଛନ୍ତି କି ‘ମୁଁ ଧୋନିଙ୍କୁ ଲାଇଭ୍‌ରେ ଦେଖିବା ପାଇଁ ଯେତେବେଳେ ଟିକେଟ୍‌ ପାଇଁ ଯାଇଥିଲି ସେତେବଳେ ଟିକେଟ୍‌ ପାଇ ନ ଥିଲି। ତେଣୁ ମୁଁ ବାଧ୍ୟ ହୋଇ ବ୍ଲାକ୍‌ରେ କିଣିଥିଲି। ମୋଟ୍‌ ୬୪ ହଜାର ଟଙ୍କା ଦେଇ ଟିକେଟ୍‌ କିଣିଥିଲି । ମୁଁ ଏପର୍ଯ୍ୟନ୍ତ ମୋ ଝିଅର ସ୍କୁଲ ଫି ଦେଇନାହିଁ । କିନ୍ତୁ ଆମେ ଏମ୍‌ ଏସ୍‌ ଧୋନିଙ୍କୁ ଥରେ ମାତ୍ର ଲାଇଭ୍‌ ଦେଖିବାକୁ ଚାହୁଁଥିଲୁ। ଧୋନିଙ୍କୁ ଲାଇଭ୍‌ ଦେଖି ମୋ ତିନି ଝିଅ ବହୁତ ଖୁସି’ ବୋଲି ସେ କହିଛନ୍ତି ।

ସେହିପରି ଏନେଇ ତାଙ୍କ ଝିଅ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ‘ ଟିକେଟ୍‌ ଆଣିବା ପାଇଁ ମୋ ବାପା ବହୁତ କଷ୍ଟ କରିଛନ୍ତି। ଧୋନି ଯେତେବେଳେ ଖେଳିବାକୁ ଆସିଲେ ତାଙ୍କୁ ଦେଖି ଆମେ ବହୁତ ଖୁସି’।

ସୂଚନା ଅନୁସାରେ ସୋମବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍‌ରେ ଚେନ୍ନାଇ ୭ ୱିକେଟରେ କୋଲକାତାକୁ ପରାସ୍ତ କରିଥିଲା । ଚଳିତ ସିଜିନ୍‌ରେ ଚେନ୍ନାଇ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟ ଓ ୨ଟି ପରାଜୟ ବରଣ କରିଛି । ପଏଣ୍ଟ ଟେବୁଲରେ ଚେନ୍ନାଇ ଏବେ ଚତୁର୍ଥ ସ୍ଥାନରେ ରହିଛି ।