Advertisment

ପ୍ରଥମ ଦିନରେ ହିଟ୍ ହେଲା 'ବଡେ ମିୟାଁ ଛୋଟେ ମିୟାଁ'; ରୋଜଗାର ଜାଣିଲେ ଆଶ୍ଚର୍ଯ୍ୟ ହେବେ

'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ୍ ହେବା ମାତ୍ରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରଥମ ଦିନରେ ଏହି ଫିଲ୍ମ ଦେଶରେ ଯେତିକି ରୋଜଗାର କରିଛି ତା’ଠାରୁ ଅଧିକ ଟଙ୍କା ସାରା ବିଶ୍ୱରେ ଆୟ କରିଛି। ବକ୍ସ ଅଫିସରେ ସାରା ବିଶ୍ୱରେ ରୋଜଗାର ଦୃଷ୍ଟିରୁ ଏହି ଫିଲ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି।

author-image
Pramod Behera
bade miyan chote miyan worldwide box office collection

bade miyan chote miyan worldwide box office collection

ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଗୁରୁବାର ଦିନ ପ୍ରେକ୍ଷାଳୟରେ ରିଲିଜ୍‌ ହୋଇଛି। ଫିଲ୍ମ ରିଲିଜ୍ ହେବା ମାତ୍ରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରଥମ ଦିନରେ ଏହି ଫିଲ୍ମ ଦେଶରେ ଯେତିକି ରୋଜଗାର କରିଛି ତା’ଠାରୁ ଅଧିକ ଟଙ୍କା ସାରା ବିଶ୍ୱରେ ଆୟ କରିଛି। ବକ୍ସ ଅଫିସରେ ସାରା ବିଶ୍ୱରେ ରୋଜଗାର ଦୃଷ୍ଟିରୁ ଏହି ଫିଲ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି।

Advertisment

ଅଲି ଅବ୍ବାସ ଜାଫରଙ୍କ ନିର୍ଦ୍ଦେଶିତ 'ବଡେ ମିୟାଁ ଛୋରେ ମିୟାଁ' ଏହାର ଉଦଘାଟନୀ ଦିନରେ ସାରା ବିଶ୍ୱରେ ୩୬ କୋଟିରୁ ଅଧିକ ଆୟ କରିଛି। ଏହି ଫିଲ୍ମ ବାଶୁ ଭଗନାନୀଙ୍କ ପ୍ରଡକ୍ସନ୍ ହାଉସ୍ ପୂଜା ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି।

‘ଇଦ୍’ ଛୁଟିଦିନର ବଢିଆ ସୁଯୋଗ ନେଇ ଏହି ଫିଲ୍ମ ଏକ ଶକ୍ତିଶାଳୀ ଆରମ୍ଭ କରିଛି। ଏହି ରୋମାଞ୍ଚକର କାହାଣୀ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଆକର୍ଷିତ ହୋଇଛନ୍ତି। ଫିଲ୍ମ ଦମଦାର୍ ଆକ୍ସନ ଏବଂ ଆକର୍ଷଣୀୟ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ହୃଦୟ ଜିତି “ବଡେ ମିୟାଁ ଛୋଟେ ମିୟାଁ” ଏକ ବଡ଼ ସଫଳତା ପାଇଁ ପ୍ରସ୍ତୁତ। ସୂଚନା ଅନୁଯାୟୀ ଫିଲ୍ମ ପ୍ରଥମ ଦିନରେ ସାରା ବିଶ୍ୱରେ ୩୬.୩୩ କୋଟି ଟଙ୍କା ଆୟ କରିଛି।

Advertisment

ସାରା ଦେଶରେ ମଧ୍ୟ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ୍‌ଙ୍କ 'ବଡେ ମିୟାଁ ଛୋଟେ ମିୟାଁ' ଏକ ଚମତ୍କାର ଆୟ ସହିତ ଆକାଉଣ୍ଟ ଖୋଲିଛି। ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଗୁରୁବାର ଘରୋଇ ବକ୍ସ ଅଫିସରେ ୧୫.୫ କୋଟି ଟଙ୍କା ବ୍ୟବସାୟ କରିଛି। ଅଜୟ ଦେବଗନଙ୍କ 'ମୈଦାନ' ସହିତ ସଂଘର୍ଷ ସତ୍ତ୍ୱେ ଏହି ଫିଲ୍ମ ପ୍ରଥମ ଦିନରେ ଏକ ବଡ ଆୟ କରିବାରେ ସଫଳ ହୋଇଛି।

ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଏତେ ଅଧିକ ଥିବା ଯେ ଫିଲ୍ମ ରିଲିଜ୍ ହେଉ ହେଉ ହାଉସ୍ ଫୁଲ୍ ହୋଇଯାଇଥିଲା ଏବଂ ଟିକେଟ୍ ବିକ୍ରି ମଧ୍ୟ ବୃଦ୍ଧି ପାଇଥିଲା। ଏହି କାରଣରୁ ଫିଲ୍ମ୍ ସହ ଜଡିତ ପୂରା ଟିମଙ୍କ ଆଶା ଶିଖରରେ ପହଞ୍ଚିଛି। ସପ୍ତାହ ଶେଷକୁ ଏହା ଏକ ବ୍ଲକବଷ୍ଟର ଆୟ କରିବାର ଆଶା ବଢିଯାଇଛି।

ଏହି ଫିଲ୍ମରେ ମାଲାୟାଲମ୍ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ସେ ରୂପେଲି ପରଦାରେ ଭିଲେନ୍ କବୀରଙ୍କ ଚରିତ୍ରକୁ ଏତେ ଭଲ ଭାବରେ ଚିତ୍ରଣ କରିଛନ୍ତି ଯେ ଲୋକମାନେ ତାଙ୍କର ପ୍ରଶଂସକ ହୋଇଯାଇଛନ୍ତି। ଏଥିରେ ତାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି।

ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ବ୍ୟତୀତ ଅଲାୟା ଏଫ୍‌, ସୋନାକ୍ଷୀ ସିହ୍ନା ଏବଂ ମାନୁଷୀ ଛିଲର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଅଲି ଅବ୍ବାସ ଜାଫର ପୂର୍ବରୁ 'ଟାଇଗର ଜିନ୍ଦା ହେ' ଏବଂ 'ସୁଲତାନ' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଯେଉଁଥିରେ ସଲମାନ ଖାନ ହିରୋ ଥିଲେ।

Bollywood Akshay Kumar Tiger Shroff
Advertisment
Advertisment