• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଅସହ୍ୟ ହେଲା ପତ୍ନୀଙ୍କ ନିର୍ଯାତନା । ସହି ନପାରି ଶେଷରେ ଜୀବନ ହାରିଦେଲେ IT କର୍ମଚାରୀ । ବେଙ୍ଗାଲୁରୁର ବହୁଚର୍ଚ୍ଚିତ ଅତୁଲ ସୁଭାଷ ଆତ୍ମହତ୍ୟା ଭଳି ଆଉ ଏକ ଘଟଣା ଏବେ ୟୁପିର ଆଗ୍ରାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ IT କମ୍ପାନୀ ମ୍ୟାନେଜର ନିଜ ପତ୍ନୀ ଦ୍ବାରା ନିର୍ଯାତିତ ହୋଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ହେଲେ ମାନବ ଶର୍ମା । ସେ ବେକରେ ଫାଶୀ ଲଗାଇ ଲାଇଭ ଭିଡିଓ ବନାଇଥିଲେ, ଯାହାକି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ମାନବ ଆତ୍ମହତ୍ୟା ପାଇଁ ନିଜ ପତ୍ନୀଙ୍କୁ ଦାୟୀ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଅତୁଲ ସୁଭାଷ ମୃତ୍ୟୁ ଘଟଣା, ଆଇନର ଦୁରୁପଯୋଗ ନେଇ ସର୍ବୋଚ୍ଚ ଅଦାଲତଙ୍କ ଉଦବେଗ

ମାନବ ଶର୍ମା ଆଗ୍ରା ଜିଲ୍ଲାର ଡିଫେନ୍ସ କଲୋନୀରେ ରହୁଥିଲେ । ସେ ଏକ ବଡ଼ ଆଇଟି କମ୍ପାନୀରେ ରିକ୍ରୁଟମେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଗତ ୨୪ ତାରିଖରେ ମାନବ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପୂର୍ବରୁ ସେ କାନ୍ଦି କାନ୍ଦି ଏକ ଲାଇଭ ଭିଡିଓ ବନାଇଥିଲେ । 

ଏଥିରେ ମାନବ କହିଥିଲେ, ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଏବେ ପତ୍ନୀଙ୍କ ନିର୍ଯାତନାରେ ଏତେ ଅତିଷ୍ଠ ହୋଇଗଲେଣି ଯେ ତାଙ୍କ ପାଖରେ ମରିବା ଛଡା ଆଉ କିଛି ବାଟ ନାହିଁ । ସେ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଶ୍ନ କରିବା ସହ ପୁରୁଷଙ୍କ ସୁରକ୍ଷା ପାଇଁ ଆଇନ ଆଣିବା କଥା ମଧ୍ୟ କହିଥିଲେ ।

ଲୁହାଭରା ଆଖିଲେ ନିବେଦନ କରିଥିଲେ, ଦୟାକରି କେହି ତ ପୁରୁଷଙ୍କ ପାଇଁ ସ୍ବର ଉତ୍ତୋଳନ କରନ୍ତୁ । ସେମାନେ ଖୁବ୍ ଏକୁଟିଆ ହୋଇଯାଆନ୍ତି । ଏହାପରେ ବାପାମାଆଙ୍କୁ ସରି କହି ମୃତ୍ୟୁର ଫାସରେ ଝୁଲିପଡିଥିଲେ ମାନବ । ଏହି ଘଟଣାରେ ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ମାନବଙ୍କ ମୃତ୍ୟୁ ବେଙ୍ଗାଲୁରୁର ଅତୁଲଙ୍କ କଥା ପୁଣିଥରେ ମନେପକାଇ ଦେଇଛି ।

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

OTV is now on Whatsapp

Join and get latest news update delivered to you via whatsapp

Join Now