• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ବୋରୱେଲ ଟ୍ରାଜେଡି । ୪୦ ଫୁଟ୍‌ ବୋରୱେଲ ଭିତରେ ପଡ଼ିଲା ୬ ବର୍ଷର ଶିଶୁ । ଏମିତି ଏକ ଅଘଟଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଥିବାବେଳେ ଏବେ ବି ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଇପାରିନାହିଁ । ୪୦ ଫୁଟ୍‌ ବୋରୱେଲରେ ଫସିଥିବା ୬ ବର୍ଷର ଶିଶୁର ନାଁ ହେଉଛି ମୟଙ୍କ। ତେବେ ମୟଙ୍କଙ୍କୁ ବୋରୱେଲରୁ ଉଦ୍ଧାର କରିବା ପାଇଁ ଏବେ ଆଠଟି ଖନନକାରୀ ମେସିନ୍‌ ନିୟୋଜିତ ହୋଇଛି ।

ସରକାରୀ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ଗତ ଶୁକ୍ରବାର ଦିନ ୩ଟାରେ ଉତ୍ତରପ୍ରଦେଶର ମାଣିକ ଗାଁରେ ଘଟିଛି । ମୟଙ୍କ ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ସେଠାରେ ଥିବା ଏକ ଖୋଲା ବୋରୱେଲ ମଧ୍ୟରେ ପଡ଼ିଯାଇଥିଲେ । ତାଙ୍କ ସାଙ୍ଗମାନେ ମୟଙ୍କକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଧିରେ ତଳକୁ ଯାଇ ପ୍ରାୟ ୪୦ ଫୁଟ୍‌ ଗଭୀରରେ ଫସିଯାଇଥିଲେ।

ମୟଙ୍କଙ୍କ ପରିବାର ଲୋକଙ୍କୁ ତା’ର ସାଙ୍ଗମାନେ ଏହି ଘଟଣା ସର୍ମ୍ପକରେ କହିଥିଲେ । ଏହାପରେ ତାଙ୍କ ପରିବାର ଲୋକ ଏନେଇ ପୋଲିସ ଓ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହି ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ SDERFର ଏକ ଟିମ୍‌ ଯାଇ ଶିଶୁକୁ ଉଦ୍ଧାର ପାଇଁ ରେସ୍କ୍ୟୁ ଅପରେସନ୍‌ ଜାରି ରଖିଛି ବୋଲି କହିଛନ୍ତି ରେଓ ଜିଲ୍ଲାପାଳ ପ୍ରତିଭା ପାଲ୍‌ ।

ସିସିଟିଭି କ୍ୟାମେରା ବ୍ୟବହାର କରି ମୟଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ଏସପି ଅନୀଲ ସୋନକର। ଏହା ସହ ବୋରୱେଲ ଭିତରକୁ ଏକ ପାଇପ୍‌ ମାଧ୍ୟମରେ ଅମ୍ଳଜାନ ମଧ୍ୟ ପଠାଯାଉଛି। ସେହିପରି ୬ ବର୍ଷର ଶିଶୁକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ବୋରୱେଲର ସମାନ୍ତରଳରେ ଖୋଳାଯାଉଛି। ବାରଣାସୀର ଏକ NDRF ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହି ରେସ୍କ୍ୟୁ ଅପରେସନ ଜାରି ରଖିଛି ବୋଲି କହିଛନ୍ତି ଅତିରିକ୍ତ ଏସପି ଅନୀଲ ସୋନକର ।