• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟେକ୍ନୋଲୋଜି ଆଜି ବହୁତ ଆଗରେ । କୁହନ୍ତି ଟେକ୍ନୋଲୋଜି ଦ୍ୱାରା ସବୁ କିଛି ସମ୍ଭବ । ଟେକ୍ନୋଲୋଜି ମଣିଷର ଜୀବନ ଶୈଳିକୁ ପରିବର୍ତ୍ତନ କରିସାରିଛି । ଯେଉଁ କାମକୁ ମଣିଷ ଦୀର୍ଘ ସମୟ ପର୍ଯ୍ୟନ୍ତ କରିବାକୁ ବାଧ୍ୟ ହେଉଥିଲା, ଆଜି ସେହି କାମକୁ ମଣୀଷ ଟେକ୍ନୋଲୋଜି ଦ୍ୱାରା ଖୁବ୍‌ କମ୍‌ ସମୟ ମଧ୍ୟ କରିପାରୁଛି। ତେବେ ଆମେ ଜାଣିଛନ୍ତି ମେଳାରେ ଛୋଟ ପିଲା ହଜିଯିବା ବା ପିଲା ଚୋରି ହେଲେ ମିଳିବା କଷ୍ଟ । କିନ୍ତୁ ଏବେ ଟେକ୍ନୋଲୋଜି ଏହାକୁ ଖୁବ୍‌ ସହଜ କରିଦେଇଛି ।

ଠିକ୍‌ ସେମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବୁ...

ସାଙ୍ଗଙ୍କ ସହ ଖେଳୁ ଖେଳୁ ଗାଏବ ହୋଇଗଲା ମାନସିକ ଭିନ୍ନକ୍ଷମ ନାବାଳକ ପୁଅ। ପରିବାର ଲୋକେ ଖୋଜି ଖୋଜି ନୟାନ୍ତ ହୋଇଗଲେ ବି ପୁଅର ପତ୍ତା ପାଇଲେନି। ମାତ୍ର ଧରା ପକାଇଦେଲା କ୍ୟୁଆର କୋଡ । ପୁଅ ବେକରେ ଏକ ଲକେଟ ପଡ଼ିଥିବା ବେଳେ ସେଥିରେ ଥିବା କ୍ୟୁଆର କୋଡ ଯୋଗୁ ନିଖୋଜ ହେବାଠୁ ମାତ୍ର ୬ ଘଣ୍ଟା ମଧ୍ୟରେ ନିଜ ମା’ କୋଳକୁ ଫେରି ଆସିଛି ୧୨ ବର୍ଷୀୟ ନାବାଳକ ପୁଅ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ମୁମ୍ବାଇର ୱର୍ଲିରେ ଘଟିଛି।

ଗୁରୁବାର ସନ୍ଧ୍ୟା ସମୟରେ ମାନସିକ ଭିନ୍ନକ୍ଷମ ପିଲାଟି ଘର ନିକଟରେ ସାଙ୍ଗଙ୍କ ସହ ଖେଳୁଥିଲ। ମାତ୍ର ହଠାତ୍‌ ପିଲାଟି ଘରଠୁ ଦୂର କୋଲାବା ଅଞ୍ଚଳକୁ ଚାଲି ଯାଇଥିଲା। ସେଠାରୁ ଆଉ ସେ ଫେରିବା ବାଟ ପାଇ ପାରି ନ ଥିବା ବେଳେ ରାସ୍ତାରେ ଏକୁଟିଆ ଛିଡ଼ା ହୋଇଥିଲା।

ପିଲାଟିକୁ ଏକୁଟିଆ ଦେଖି ପୋଲିସ୍‌ ତୁରନ୍ତ ତାକୁ ଉଦ୍ଧାର କରିଥିଲା। ପିଲାଟି ନିଜ ସମ୍ପର୍କରେ କିଛି କହି ପାରି ନ ଥିବା ବେଳେ ତା’ ବେକରେ ଥିବା ଲକେଟରେ କ୍ୟୁଆର କୋଡ ଥିବା ପୋଲିସ୍‌ ଅଧିକାରୀ ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାହାକୁ ସ୍କାନ କରିବାରୁ ସେଥିରେ ପିଲାଟିର ପରିବାର ସଦସ୍ୟଙ୍କ ଫୋନ୍‌ ନମ୍ବର ଆସିଥିଲା।

ପୋଲିସ୍‌ ଅଧିକାରୀ ତୁରନ୍ତ ପିଲାଟିର ପରିବାରକୁ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପିଲାଟିକୁ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଛି। କ୍ୟୁଆର କୋଡ ଲକେଟ ଥିବାରୁ ପୁଅ ସୁରକ୍ଷିତ ଭାବେ ଘରକୁ ଫେରି ଆସିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।