Advertisment

ପରିବର୍ତ୍ତନ ପାଇଁ ଭିନ୍ନ ପ୍ରୟାସ; ଭୋଟ୍ ଦେବାକୁ ୧୩୮କିଲୋମିଟର ଯାତ୍ରା

କେବଳ ଭୋଟ ଦେବା ପାଇଁ ସେ ସାଙ୍କେଡାରୁ ୧୩୮କିଲୋମିଟର ଯାତ୍ରା କରନ୍ତି। ସଡକ ପଥ ପରେ ୨ଘଣ୍ଟାର ଜଳପଥ ରାସ୍ତା ଅତିକ୍ରମ କରିବା ପରେ ସେ ଅଧଘଣ୍ଟା ପାଦରେ ଚାଲିଚାଲି ପାହାଡ ଉପରରେ ଥିବା ଘରେ ପହଞ୍ଚନ୍ତି।

author-image
Sonali Ojha
maharashtras-voter-no-1

maharashtras-voter-no-1

ଭୋଟ ଦେବା ପ୍ରତି ନାଗରିକର ଅଧିକାର। ମତ ସାବ୍ୟସ୍ତ କରିବାର ଅଧିକାର ସମ୍ୱାଧାନ ଆମକୁ ଦେଇଛି।ତେବେ ଅନେକ ସମୟରେ କିଛି ଲୋକ ମତଦାନ କରିନଥାନ୍ତି। ସେମାନେ ଭାବନ୍ତି ଯେ ଗୋଟିଏ ଭୋଟର ମୂଲ୍ୟ ବା କଣ? ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଣେ ମହିଳା ଏହି ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ୧୩୮କିଲୋମିଟର ଯାତ୍ରା କରନ୍ତି। ଆଜି ଯାଏ ସେ କେବେ ବି ଭୋଟ୍ ଦେବା ବନ୍ଦ କରିନାହାନ୍ତି।

Advertisment

ପ୍ରତି ନିର୍ବାଚନରେ ମତଦାନ କରନ୍ତି ରବିତା ତାଡଭି। ଭୋଟ୍ ଦେବା ପାଇଁ ସେ ଗୁଜରାଟର ସାଙ୍କେଡାଠାରୁ ମହାରାଷ୍ଟ୍ର ନନ୍ଦୁରବର ଜିଲ୍ଲାର ସୁଦୂର ମଣିବେଲି ଅଭିମୁଖେ ଯାତ୍ରା କରନ୍ତି। ଭୋଟର ତାଲିକାରେ ଥିବା ୯.୨୪କୋଟି ଭୋଟର ମଧ୍ୟରେ ତାଙ୍କ ନାଁ ପ୍ରଥମରେ ରହିଛି। ରବିତାଙ୍କର ବୟସ ୪୬ବର୍ଷ। ସେ ଦୀର୍ଘ ୪୦ବର୍ଷ ଧରି ସାଙ୍କେଡାରେ ରହିଆସୁଛନ୍ତି। ମାତ୍ର ସେ ପ୍ରକୃତରେ ମଣିବେଲି ଅଂଚଳର। ସେଠାରେ ଥିବା ଏକ ପାହାଡ ଉପରେ ତାଙ୍କର ପୈତୃକ ଘର ରହିଛି।

କେବଳ ଭୋଟ ଦେବା ପାଇଁ ସେ ସାଙ୍କେଡାରୁ ୧୩୮କିଲୋମିଟର ଯାତ୍ରା କରନ୍ତି। ସଡକ ପଥ ପରେ ୨ଘଣ୍ଟାର ଜଳପଥ ରାସ୍ତା ଅତିକ୍ରମ କରିବା ପରେ ସେ ଅଧଘଣ୍ଟା ପାଦରେ ଚାଲିଚାଲି ପାହାଡ ଉପରରେ ଥିବା ଘରେ ପହଞ୍ଚନ୍ତି।ଭଦୋଦରାଠାରୁ ନନ୍ଦୁରବରକୁ ୧୩୮କିଲୋମିଟର ଯାତ୍ରା ପାଇଁ ପାଞ୍ଚ ଘଣ୍ଟା ସମୟ ଲାଗେ। କିନ୍ତୁ ସେ ଜଣେ ଉତ୍ସର୍ଗୀକୃତ ଭୋଟର । ସେ କହିଛନ୍ତି, "ମୁଁ ପ୍ରତ୍ୟେକ ଥର ଭୋଟ୍ ଦେବାକୁ ଆସେ। ଏଥର ମୋ ପାଇଁ ସ୍ୱତନ୍ତ୍ର। ମୋତେ ଗାଁର ନିର୍ବାଚନ ଅଧିକାରୀ ଏକ ଫୋନକଲ୍ କରି କହିଲେ ଯେ ଭୋଟର ତାଲିକାର ପ୍ରଥମରେ ମୋ ନାଁ ରହିଛି ।"

Advertisment

ତେବେ ମଣିବେଲିରେ ବିଦ୍ୟୁତ ପରି ମୌଳିକ ସୁବିଧା ମଧ୍ୟ ନାହିଁ। ଏହା ସେମାନଙ୍କ ପାଇଁ ସ୍ୱପ୍ନ। ଏଥିପାଇଁ ସେ ପିଲାଙ୍କୁ ନେଇ ସାଙ୍କେଡା ଯିବା ପାଇଁ ସ୍ଥିର କଲେ। ଗାଁରେ ଥିବା ୩୦ଏକର ଚାଷ ଜମିକୁ ତଦାରଖ କରିବା ପାଇଁ ସେ ପ୍ରତି ମାସରେ ଆସନ୍ତି।ଏଠାରେ ସେ ବାଜରା ଆଦି ଚାଷ କରନ୍ତି। ଏହା ଅତ୍ୟନ୍ତ ଅନୁନ୍ନତ ସ୍ଥାନ। ଏଠାରେ ୩୦୦ଭୋଟର ଥିବା ବେଳେ ସବୁବେଳେ ଜନ୍ତୁଭୟ ଲାଗି ରହିଥାଏ। ସାପ ଓ ବାଘଙ୍କ ଭୟରେ ଗାଁ ଲୋକ ମଞ୍ଚା କରି ରହନ୍ତି।

ତେବେ ମତଦାନରେ ସେମାନଙ୍କର ଅଂଶଗ୍ରହଣ ପରିବର୍ତ୍ତନ ଆଣିବ ବୋଲି ଆଶା କରି ସେମାନେ ବିଦ୍ୟୁତ ଏବଂ ପାନୀୟ ଜଳ ଯୋଗାଇବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି।ନନ୍ଦୁରବର ସଂଗ୍ରହକାରୀ ମନୀଷା ଖଟ୍ରି କହିଛନ୍ତି ଯେ ମଣିବେଲିରେ ନିଜର ନିର୍ବାଚନୀ ଉପସ୍ଥିତି ବଜାୟ ରଖିବା ପାଇଁ ରବିତାଙ୍କ ସଂକଳ୍ପ ମତଦାନର ପ୍ରକୃତ ମୂଲ୍ୟକୁ ପ୍ରତିଫଳିତ କରିଥାଏ ଏବଂ ଏହା ତାଙ୍କ ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ନିଶ୍ଚୟ ବଡ଼ ଭୂମିକା ନେବ।

Voters List
Advertisment
Advertisment