• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜମ୍ମୁ କଶ୍ମୀରରେ ଖୁବଶୀଘ୍ର ହେବେ ବିଧାନସଭା ନିର୍ବାଚନ ଏବଂ ଶୀଘ୍ର ଏହା ଫେରି ପାଇବ ପୂର୍ଣ୍ଣ ରାଜ୍ୟ ମାନ୍ୟତା । ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଧମପୁରରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଏହି ବଡ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ ସମୟ ଆସିଯାଇଛି ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜମ୍ମୁ କଶ୍ମୀରରେ ରାଜ୍ୟ ମାନ୍ୟତା ଫେରିପାଇବ । ଏଠାକାର ଜନସାଧାରଣ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହ ସ୍ୱପ୍ନ ବାଣ୍ଟିବାକୁ ସମର୍ଥ ହେବେ ବୋଲି ମୋଦି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦ, ପଥର ଫିଙ୍ଗିବା ଏବଂ ସୀମାବର୍ତ୍ତୀ ଗୁଳି ବିନିମୟରେ ବିନା ଜମ୍ମୁ କଶ୍ମୀରରେ ଆଗାମୀ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସହ ଧାରା ୩୭୦କୁ ନେଇ ବିରୋଧୀ ବିଭିନ୍ନ ପ୍ରକାର ତଥ୍ୟ ସହ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମୋଦି କହିଛନ୍ତି ।

ଅନ୍ୟପଟେ ଗତକାଲି ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସକୁ ପ୍ରବଳ ଧୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯଦି ଏଯାଏଁ କଂଗ୍ରେସ ସରକାର ଥାନ୍ତା, ତେବେ ଦେଶର ସବୁ କିଛି ଲୁଟ୍ ହୋଇ ସାରିଥାନ୍ତା । ଏହି ଲୁଟକୁ ମୋଦି ସରକାର ବନ୍ଦ କରିଛନ୍ତି । ଉତ୍ତରାଖଣ୍ଡରେ ନିର୍ବାଚନୀ ପ୍ରଚାର ବେଳେ ଏଭଳି କହି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଯେତେବେଳେ କଂଗ୍ରେସର ସରକାର ଥିଲା ସେତେବେଳେ ଗରିବ ହିତାଧିକାରୀଙ୍କ ଟଙ୍କା ଦଲାଲ ମାନେ ହଡ଼ପ କରି ନେଉଥିଲେ । ଏବେ ବିଜେପି ସରକାର ହିତାଧିକାରୀଙ୍କୁ ସେମାନଙ୍କ ଟଙ୍କା ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛି ବୋଲି ମୋଦି କହିଛନ୍ତି । ଏହି ଅବସରରେ ମୋଦି ଉତ୍ତରାଖଣ୍ଡର ବିକାଶର କଥା କହିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରରେ ଉତ୍ତରାଖଣ୍ଡରେ ଅନେକ ଆଖିଦୃଶିଆ କାମ ହୋଇଛି । ଆଡଭେଞ୍ଚର ଟୁରିଜିମ୍ ଠାରୁ ଆରମ୍ଭ କରି ଆଧ୍ୟାତ୍ମିକତାରେ ରୁଚି ରଖୁଥିବା ବ୍ୟକ୍ତି ବିଶେଷଜ୍ଞଙ୍କ ଲାଗି ଉତ୍ତରାଖଣ୍ଡ ଉପଯୁକ୍ତ ପର୍ଯ୍ୟଟନ କ୍ଷେତ୍ର ପାଲଟିଛି । ଚାରିଧାମ ପରିଯୋଜନା ଅନ୍ତର୍ଗତ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀକୁ ପ୍ରାୟ ୯ ଶହ କିଲୋମିଟର ଲମ୍ବର ହାଇୱେ ମାଧ୍ୟମରେ ସଂଯୋଗ କରାଯାଉଛି । ଏହା ଦ୍ୱାରା ଉତ୍ତରାଖଣ୍ଡ ପହଞ୍ଚିବା ଲାଗି ଶ୍ରଦ୍ଧାଳୁମାନଙ୍କୁ ସହଜ ହେବ ବୋଲି ମୋଦି କହିଛନ୍ତି ।