• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଂଗ୍ରେସକୁ ପୁଣି ଝଟ୍‌କା । ଜାନୀୟ ସ୍ତରର ମୁଖପାତ୍ର ଛାଡ଼ିଲେ ଦଳ । ଫେରାଇଲେ ଟିକେଟ୍ । BJPରେ ହେଲେ ସାମିଲ । ଆଉ କଂଗ୍ରେସ ଟିକେଟ୍ ପ୍ରତ୍ୟାଖ୍ୟାନ କରି ବିଜେପିରେ ଯୋଗ ଦେଇଥିବା ରୋହନ ଗୁପ୍ତା ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଲେ କଂଗ୍ରେସ ଦଳ ମୋତେ ଅପମାନିତ କରିଛି । ବିଜେପିର ସଦସ୍ୟତା ଗ୍ରହଣ କରିବା ପରେ ରୋହନ କହିଛନ୍ତି, 'ମୁଁ ମୋର ଆତ୍ମ ସମ୍ମାନ ପାଇଁ କଂଗ୍ରେସ ଛାଡିଛି । ସେଠାରେ ମୋତେ ପ୍ରତିଦିନ ଅପମାନିତ କରାଯାଉଥିଲା ।

ନିଜକୁ ସ୍ୱଚ୍ଛ ବୋଲି କହି ରୋହନ ଗୁପ୍ତା କହିଛନ୍ତି, 'ମୁଁ ନିଜେ ବିଜେପିର ୱାଶିଂ ମେସିନକୁ ନେଇ ଅନେକ ଥର ପ୍ରଶ୍ନ ଉଠାଇଛି। ମୋ ସାର୍ଟ ସଂପୂର୍ଣ୍ଣ ସଫା । ସନାତନକୁ ଗାଳି ଦେଉଥିବା ଲୋକଙ୍କ ସହ କାମ କରିବା କଷ୍ଟକର । ସେମାନଙ୍କ ସହ କାମ କରିହେବ ନାହିଁ । ଯେଉଁମାନଙ୍କ ନାମରେ ହିଁ ରାମ ଅଛନ୍ତି, ସେମାନଙ୍କୁ ରାମ ଓ ସନାତନ ବିରୁଦ୍ଧରେ କହିବାକୁ ବାଧ୍ୟ କାରାଯାଉଛି । ଏମିତିକି ସନାତନ ଓ ରାମ ବିରୋଧୀଙ୍କ ସପକ୍ଷରେ କହିବା ପାଇଁ ଚାପ ପକାଯାଉଛି ।

ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରେ ।

ଗୁଜରାଟର ଅହମ୍ମଦାବାଦ ଉତ୍ତର ଆସନରୁ ରୋହନ ଗୁପ୍ତାଙ୍କୁ କଂଗ୍ରେସ ଟିକେଟ୍ ଦେଇଥିଲା । କିନ୍ତୁ ସେ ଟିକେଟ ଫେରାଇ ଦେଇଥିଲେ । ମାର୍ଚ୍ଚ ୧୮ ରେ ରୋହନ ଘୋଷଣା କରିଥିଲେ ଯେ ସେ କଂଗ୍ରେସ ଟିକେଟରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ରୋହନ କଂଗ୍ରେସ ଟିକେଟ୍ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ, ‘ମୋ ପିତା ଚାହୁଁ ନାହାଁନ୍ତି ମୁଁ କଂଗ୍ରେସରୁ ନିର୍ବାଚନ ଲଢ଼େ । ତେଣୁ ସେ ନିଜ ବାପାଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଲେ ।

ଏହା ପରେ ମାର୍ଚ୍ଚ ୨୨ ରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଉ ଇସ୍ତଫା ପତ୍ରରେ ସେ ଲେଖିଥିଲେ, କଂଗ୍ରେସର ଜଣେ ନେତା ତାଙ୍କୁ କ୍ରମାଗତ ଭାବେ ଅପମାନିତ କରୁଛନ୍ତି ଏବଂ ତାଙ୍କର ଚରିତ୍ର ହନନ କରୁଛନ୍ତି । ରୋହନ କଂଗ୍ରେସ ଆଇଟି ସେଲ ଏବଂ ସୋସିଆଲ ମିଡିଆର ମୁଖ୍ୟ ରହିଥିଲେ । ସେ ଜଣେ ଜାତୀୟ ମୁଖପାତ୍ର ମଧ୍ୟ ରହିଥିଲେ ।

ପିତାଙ୍କ ଜିଦ୍‌ ଯୋଗୁଁ ପ୍ରାର୍ଥୀପତ୍ର ଫେରାଇନେଲେ

ରୋହନ ଗୁପ୍ତା କହିଛନ୍ତି ଯେ ତାଙ୍କ ପିତାଙ୍କୁ ପ୍ୟାନିକ୍ ଆଟାକ୍‌ ଆସିଥିଲା । ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ଆଇସିୟୁକୁ ଯିବା ପାଇଁ ସେ ମନା କରିଥିଲେ । ଆଉ କହିଥିଲେ ‘ମୋ କଥା ନମାନିଲେ ମୁଁ ଚିକିତ୍ସିତ ହେବି ନାହିଁ ।’ ତେଣୁ ସେ ପିତାଙ୍କ ଅନୁରୋଧ କ୍ରମେ ନିର୍ବାଚନ କ୍ଷେତ୍ରରୁ ଓହରି ଯାଇଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହି ସବୁ ପରେ ରୋହନ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି ।