• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନିର୍ଜନ ଦ୍ୱୀପରେ ଫସି ରହିଥିଲେ । କେହି କୁଆଡ଼େ ନଥିଲେ । ନା ଖାଇବାକୁ ଥିଲା ନା ପିଇବାକୁ । ପରିସ୍ଥିତି ଆଣି ସେମାନଙ୍କୁ ମୃତ୍ୟୁମୁଖରେ ଛିଡ଼ା କରାଇଥିଲା । ଏହା ସତ୍ତ୍ୱେ ସେମାନେ ହାରିନଥିଲେ । ହାର ମାନିନଥିଲେ । ବଞ୍ଚିବାର ଆଶା ତାଙ୍କୁ ଜୀବନର ନୂଆ କିରଣ ଦେଖାଇଥିଲା । ଶେଷରେ ସେମାନେ ନୂଆ ଜୀବନ ପାଇଥିଲେ ।

ଇଂରାଜୀ ଭାଷାକୋଷର ଗୋଟିଏ ଶବ୍ଦ, ତାଙ୍କ ପାଇଁ ବରଦାନ ସାଜିଥିଲା । କେବଳ "ହେଲ୍ପ" ମାଗିବା ହିଁ ତାଙ୍କୁ ସେ ନିର୍ଜନ ଦ୍ୱୀପରୁ ବାହାରିବାର ବାଟ ଫିଟାଇଥିଲା । ପ୍ରଶାନ୍ତ ଦ୍ୱୀପପୁଞ୍ଜରେ ଫସି ରହିଥିଲେ ତିନିଜଣ । କେମିତି ବାହାରିବା ବାଟ ପାଉନଥିଲେ । ସମସ୍ତେ ନାବିକ ଥିଲେ । ଗତ ମାର୍ଚ୍ଚ ୩୧ରେ ସେମାନେ ମାଇକ୍ରୋନେସିଆର ପୋଲୋୱାଟ ଅଟୋଲରୁ ଯାତ୍ରା ଆରମ୍ଭ କରିଥିଲେ ।

ତେବେ ପରବର୍ତ୍ତୀ ସମୟରେ ସେମାନଙ୍କର ବୋଟଟି କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ପ୍ରଶାନ୍ତ ମହାସାଗରର ନିର୍ଜନ ଦ୍ୱୀପରେ ସେମାନେ ଫସି ଯାଇଥିଲେ । ଏନେଇ ଗତ ଶନିବାର ଦିନ ଜଣେ ମହିଳା ସେମାନେ ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ । ଆମେରିକାର ତଟରକ୍ଷୀ ବାହିନୀଙ୍କୁ ସେ ମହିଳା ଜଣକ କହିଥିଲେ ଯେ, ତାଙ୍କର ତିନି ମାମୁଁ ଦ୍ୱୀପକୁ ଯାଇ ଆଉ ଫେରି ନାହାଁନ୍ତି ।

ଏହା ପରେ ପୋଲିସ ତରଫରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ପୋଲିସ ତରଫରୁ କୁହାଯାଇଛି ଯେ, ନାବିକମାନେ ଇଚ୍ଛାଶକ୍ତିର ଏକ ଉଲ୍ଲେଖନୀୟ ଅବଦାନ ପୂରା ବିଶ୍ୱ ସମ୍ମୁଖରେ ରଖିଥିଲେ । ସେମାନେ ଖଜୁରୀ ପତ୍ରର ବ୍ୟବହାର କରି ବାଲିରେ HELP ଲେଖିଥିଲେ । ଏହାକୁ ପୋଲିସ ଦେଖିକି ସେମାନଙ୍କୁ ଉଦ୍ଧାର କରିଥିଲା ।

ଆମେରିକାର ନୌସେନା ବିମାନ ଦ୍ୱାରା ଏହି ଫଟୋଟି ଆବିଷ୍କାର କରାଯାଇଛି । ଉଦ୍ଧାରକାରୀ ଦଳକୁ ସିଧାସଳଖ ନାହିକମାନଙ୍କ ଏହି କାର୍ଯ୍ୟ ସାହାଯ୍ୟ କରିଥିଲା । ପୋଲିସ ତରଫରୁ କୁହାଯାଇଛି ଯେ, ନୌସେନା କର୍ମଚାରୀମାନେ ଉକ୍ତ ନାବିକମାନଙ୍କ ପାଖରେ କିଛି ପ୍ୟାକେଟ ଛାଡ଼ିଥିଲେ । ଏହା ସହ ଏକ ରେଡିଓ ମଧ୍ୟ ଦେଇଥିଲେ ।

ଉକ୍ତ ରେଡିଓ ଦ୍ୱାରା ନାବିକମାନେ ଯୋଗାଯୋଗ କରୁଥିଲେ । ପରେ ମଙ୍ଗଳବାର ଦିନ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ପୋଲିସ କହିଛି । ଏହିପରି ଏକ ଘଟଣାକ୍ରମରେ ଅଗଷ୍ଟ ୨୦୨୦ ରେ, ଅଷ୍ଟ୍ରେଲିଆ ଓ ଆମେରିକାର ଯୁଦ୍ଧ ବିମାନଗୁଡ଼ିକ ସମୁଦ୍ର କୂଳରେ ଏକ ବିଶାଳ "SOS" ଦେଖିବା ପରେ ଫସି ରହିଥିବା ତିନି ନାବିକଙ୍କୁ ଉଦ୍ଧାର କରିଥିଲେ ।