ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାନ୍ତି । ଏନେଇ ଚ୍ୱଚ୍ଚାପାଇଁ ବିଭିନ୍ନ କସମେଟିକ୍ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଘରେ ସରଳ ଉପାୟ ଅବଲମ୍ବନ କରି ଆପଣ ନିଜ ତ୍ୱଚାର ସୁନ୍ଦରତାକୁ ଦ୍ୱିଗୁଣିତ କରି ପାରିବେ ।
ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି ।
ଶରୀର ପାଇଁ ଲାଭଦାୟକ ଅଟେ ଚକୋଲେଟ୍ । ବିଶେଷ କରି ହୃତପିଣ୍ଡ ପାଇଁ ଚକୋଲେଟ୍ ବହୁତ ଲାଭଦାୟକ ଅଟେ, ଶରୀରରେ କୋଲେଷ୍ଟ୍ରଲ୍ କମେଇବାରେ, ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ତେବେ ଚାଲନ୍ତୁ ଜାଣିବା ଡାର୍କ ଚକୋଲେଟର ଅନ୍ୟାନ ଲାଭଦାୟକ ଗୁଣ ବିଷୟରେ ....
ଘିଅ ଓ ଗୁଡ଼ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ । ଉଭୟ ଘିଅ ଓ ଗୁଡ ସ୍ୱାସ୍ଥ୍ୟ ପାଇଁ ହିତକର । କିନ୍ତୁ ସାଧାରଣତଃ ଏହାକୁ ଆମେ ଅଲଗା ଅଲଗା ବ୍ୟବହାର କରିଥାଉ । ଯଦି ଘିଅ ଓ ଗୁଡକୁ ଏକାସାଙ୍ଗରେ ସେବନ କରଯାଏ ତାହେଲେ ଶରୀରକୁ ଏହା ଅନେକ ଲାଭ ଦେଇଥାଏ । ବିଶେଷଜ୍ଞଙ୍କ କହିବାନୁଯାୟୀ, ଘିଅ ଓ ଗୁଡ଼ର ମିଶ୍ରଣ ସୁପରଫୁଡ ଭଳି କାମ କରିଥାଏ ।
ଶୀତଋତୁରେ ଆମେ ପ୍ରାୟ ବଜାରରେ ଗାଜର ପ୍ରଚୁର ପରିମାଣରେ ଦେଖିବାକୁ ପାଇଥାଉ । ଯେଉଁଥିରେ ରହିଛି ଅନେକ ପୋଷାକ ତତ୍ତ୍ଵ, ଯାହା ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ତେଣୁକରି ବିଶେଷ ଭାବରେ ଶୀତଋତୁରେ ଗାଜର ଖାଇବାକୁ ଚିକିତ୍ସକ ମାନେ କହିଥାଆନ୍ତି ।
ଔଷଧୀୟ ଗୁଣରେ ଭରପୁର ଜିରା । ଜିରାର ବୈଜ୍ଞାନିକ ନାମ ହେଲା କ୍ୟୁମିନନ ସାୟମିନମ । ଜିରା ଦୁଇ ପ୍ରକାରର ଗୋଟିଏ ହେଉଛି କଳାଜିରା ଓ ଅନ୍ୟଟି ହେଉଛି ସାଧାରଣ ଜିରା, ଯାହାକୁ ଆମେ ଧଳାଜିରା କହିଥାଉ । ତେବେ ଜିରା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚାଲନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ ।
ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ କୋଉ ବାପା-ମା ବା ଚିନ୍ତିତ ନୁହନ୍ତି। ତେବେ ଏଠି ଜାଣନ୍ତୁ, ଶିଶୁକୁ ବାହ୍ୟ ସଂକ୍ରମଣରୁ ବଞ୍ଚାଇବା ପାଇଁ କ’ଣ କୁହନ୍ତି ପୁଷ୍ଟି ବିଜ୍ଞାନୀ ଜ୍ୟୋତ୍ସ୍ନା ମହାପାତ୍ର।
ଅସୁରକ୍ଷିତ ମା’ ଗୃହ । ଯତ୍ନ ନାରେ ଅସୁବିଧା ଭୋଗୁଛନ୍ତି ଗର୍ଭବତୀ ।
ଲବଙ୍ଗ ଏକ ଉପକାରୀ ମସଲା । ଲବଙ୍ଗ ତେଲରେ ଆଣ୍ଟି-ଇନଫ୍ଲାମେଟୋରୀ,ଆଣ୍ଟି-ଭାଇରାଲ,ଆଣ୍ଟି-ସେପ୍ଟିକ ଗୁଣ ଥିବାରୁ ଏହା ଖୁବ୍ ଉପକାରୀ ହୋଇଥାଏ ମୁଣ୍ଡ ବିନ୍ଧାଠୁ ନେଇ ମାନସିକ ଚାପ ଦୂର କରେ ଲବଙ୍ଗର ତେଲ । ଆସନ୍ତୁ ଜାଣିବା ଲବଙ୍ଗ ତେଲର ଫାଇଦା ।
ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର।
ଉପାନ୍ତ ଅଞ୍ଚଳରେ ଇଏ ହେଉଛି ବାସ୍ତବତା । ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର । କୋରାପୁଟ ଜିଲ୍ଲାରେ ଅଛନ୍ତି ଏକ ହଜାରରୁ ଅଧିକ ମାନସିକ ରୋଗୀ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହି ଜିଲ୍ଲାରେ ଜଣେ ହେଲେ ମାନସିକ ରୋଗ ଡାକ୍ତର ନାହାନ୍ତି । ମାନସିକ ରୋଗୀଙ୍କ କାଉନସେଲିଂ ହୋଇପାରୁନି କି ଔଷଧ ମଧ୍ୟ ଦିଆଯାଉନାହିଁ । କରୋନା ବାହାନାରେ ପ୍ରଶାସନ ରୋଗୀ ସେବାକୁ ଆଖି ବୁଜିଦେଇଛି ।
ତ୍ରିକୋଣୀୟ ପ୍ରେମରୁ ବଲଙ୍ଗିରରେ ହତ୍ୟାକାଣ୍ଡ? ଶୁଣନ୍ତୁ କଣ କହୁଛି ପୋଲିସ୍?
ପାଣିପାଗ ଯାହା ହେଉନା କାହିଁକି, ଚର୍ମ ସମସ୍ୟା ଦେଖାଦେଇଥାଏ । ସାଧାରଣତଃ ଆମେ ଦିନରେ ଚର୍ମର ଯତ୍ନ ନେଇଥାଉ । କିନ୍ତୁ ରାତିରେ ସ୍କିନର ଯତ୍ନ ଏତେ ଭଲଭାବେ ଧ୍ୟାନ ଦିଅନ୍ତି ନାହିଁ । ତେବେ ଏନେଇ ଆଜି ଜାଣିବା କିଛି ବିଉଟି ଟିପ୍ସ ...
ବେଳେବେଳେ ଆମେ ପେଟର ବିଭିନ୍ନ ସମସ୍ୟା ଦ୍ୱାରା ଆକ୍ରାନ୍ତ ହୋଇଥାଉ l ଯାହାର କଷ୍ଟ ଆମ ପାଇଁ ଅତି ଅସହନୀୟ ହୋଇ ପଡିଥାଏ l ସେଥିମଧ୍ୟରୁ ଗୋଟିଏ ହେଉଛି ପେଟ ଫୁଲା ଅର୍ଥାତ ପେଟ ଫମ୍ପେଇବା ଆମେ ଯାହାକୁ କହିଥାଉ l ଏହି ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ l ଆସନ୍ତୁ ଜାଣିବା ପେଟ ଫମ୍ପେଇବାର କଣ ସବୁ ରହିଛି କାରଣ l
ଆପଣଙ୍କର କେଶ ଝଡ଼ିବା ସମସ୍ୟା ଦେଖାଦେଉଛି କି ? ତେବେ ଆପଣ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ୟ । ତେବେ କେଶ ଝଡ଼ିବା ବନ୍ଦ କରିବା ପାଇଁ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ । ଆସନ୍ତୁ ଜାଣିବା..
କଥାରେ ଅଛି 'ପାଟିକୁ ପିତା ଦେହକୁ ହିତ' । ସ୍ୱାସ୍ଥ୍ୟ ପାଇଁ ପିତା ଅତ୍ୟନ୍ତ ଲାଭଦାୟକ ଅଟେ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । କିନ୍ତୁ ଏହି ପିତା ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ ।
ମଣିଷ ଶରୀରର ସବୁଠାରୁ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି ମୁଖମଣ୍ଡଳ ବା ମୁହଁ । ତେଣୁ ମୁଖମଣ୍ଡଳ ସବୁବେଳେ ସତେଜ ଓ ସୁନ୍ଦର ଦେଖାଯିବା ନିହାତି ଜରୁରୀ ଅଟେ । ମୁହଁରେ ରିଙ୍କଲ୍ସ ବା କୁଞ୍ଚନ ପଡିଲେ ବୟସ ଅନୁସାରେ ମଣିଷ ଅଧିକ ବୟସ୍କ ଦେଖାଯାଇ ଥାଏ । ତେବେ ଆଜି ଆମେ ଜାଣିବା ମୁହଁରେ ରିଙ୍କଲ୍ସ ବା କୁଞ୍ଚନ କିଭଳି ଦୂର ହେବ ।
ଖାଦ୍ୟରେ ବିଭିନ୍ନ ରେସିପି ପାଇଁ ଆମେ ପିଆଜ ପକାଇଥାଉ ଯାହା କି ଖାଦ୍ୟର ସ୍ୱାଦ ୨ ଗୁଣ ବଢାଇ ଦେଇଥାଏ । ସେହିପରି ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପିଆଜ ସେତିକି ଲାଭଦାୟକ ଅଟେ । ଆଜି ଆମେ ଜାଣିବା ପିଆଜର ବିଭିନ୍ନ ଲାଭଦାୟକ ଗୁଣ ବିଷୟରେ....
ଧଳା କଲରା ଡାଇବେଟିସ, ଚର୍ମରୋଗ ଓ କୃମି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ସଦୃଶ । ଆଉ ଏଥିପାଇଁ ଧଳା କଲରାର ଅଧିକ ଚାହିଦା ଥିବା କହିଛନ୍ତି ଓଏଲଏମର ଜିଲ୍ଲା ଅଧିକାରୀ ଓ ଆୟୁର୍ବେଦ ଡାକ୍ତର ।
ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ
ହସଖୁସିରେ ଦିନ ବିତୁଥିଲା। କରୋନା ସବୁ ଉଜାଡ଼ି ଦେଲା। ଜଲିଉଡର ନାଚ ମାଷ୍ଟର ପାଲଟି ଯାଇଛନ୍ତି ରୋଗାଗ୍ରସ୍ତ। ଫେଲ୍ ହୋଇଯାଇଛି ଦୁଇଟିଯାକ କିଡନୀ। ଗରିବ କଳାକାର ବଞ୍ଚିବା ପାଇଁ କରୁଛନ୍ତି ନିବେଦନ। ସହାୟତା ମିଳିଲେ ବଞ୍ଚିଯିବେ ପ୍ରତିଭାବାନ ଦୀପକ ନାୟକ।
ସ୍ୱାସ୍ଥ୍ୟ ପାଇଁ ଧନିଆ ପତ୍ର ଅତ୍ୟନ୍ତ ଲାଭଦାୟକ ଅଟେ । ଧନିଆ ପତ୍ର ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର । ଧନିଆ ପତ୍ରରେ ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆମ ଶରରୀର ବିଭିନ୍ନ ରୋଗର ସମସ୍ୟାକୁ ଦୂର କରିପାରିବ ।
ଶୀତଦିନ ଆସିଲେ ଚର୍ମକୁ ନେଇ ସମସ୍ତେ ଚିନ୍ତିତ ହୋଇପଡନ୍ତି । ବିଶେଷ କରି ଯେଉଁ ମାନଙ୍କର ଶୁଷ୍କ ଚର୍ମ ହୋଇଥାଏ ସେମାନେ ଚର୍ମ ବା ସ୍କୀନ୍ ର ଭଲ ଭାବେ ଯତ୍ନ ନେବା ଦରକାର । ତେବେ ଶୀତଦିନ ଆରମ୍ଭରୁ ହିଁ ଚର୍ମର ଯତ୍ନ ନେବା ଆବଶ୍ୟକ । ତେବେ ଆଜି ଜାଣିବା ଶୀତଦିନରେ ଚର୍ମର କିଭଳି ନେବା ଯତ୍ନ ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ ।
ଆମ ମଧ୍ୟରୁ ଅଧିକାଂଶ କଫି ନପିଇଲେ ସକାଳେ ନିଦରୁ ଉଠନ୍ତି ନାହିଁ । ଏହାର କାରଣ ହେଉଛି କଫିରେ ମିଳୁଥିବା କେଫିନ୍। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଗୋଟିଏ ଦିନରେ ଅଧିକ କଫି ପିଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯଦି ଏହା ସଠିକ୍ ପରିମାଣରେ ପିଅନ୍ତି ତାହେଲେ ଏହାର ଅନେକ ଲାଭ ମଧ୍ୟ ମିଳିପାରେ ।