/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644843797.jpg)
benifits of betel leaves
ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର ସ୍ଵାଦ ପାଇଁ ଖାଇ ନଥାଆନ୍ତି । ଏହାର ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।
ଶ୍ୱାସ କ୍ରିୟା ସମ୍ବନ୍ଧୀୟ ସମସ୍ୟା ପାଇଁ
Advertisment
- ସର୍ଦ୍ଦି, କାଶ ଭଳି ସମସ୍ୟାକୁ ଠିକ୍ କରିବା ପାଇଁ ପାନ ପତ୍ରର ବ୍ୟବହାର କରାଯାଏ । ଛାତିରେ କଫ ଜମିବା ସମୟରେ ପାନପତ୍ର ବ୍ୟବହାର କରିବା ଉଚିତ୍ । ସେଥିପାଇଁ ଆପଣ ପାନ ପତ୍ର , ଲବଙ୍ଗ,ଗୁଜୁରାତି କୁ ପାଣି ରେ ଫୁଟାଇ ନିୟମିତ ସେବନ କରିବା ଉଚିତ୍ । ଏହାଦ୍ବାରା ସର୍ଦ୍ଦି କାଶ ରୁ ଆରମ ମିଳିବ ।
ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ପାଇଁ
- ଯଦି ଆପଣ ଗ୍ୟାସ୍ ସମ୍ବନ୍ଧୀୟ ସମସ୍ୟା ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ତେବେ ନିୟମିତ ଭାବରେ ପାନ ପତ୍ରକୁ ପାଣିରେ ଫୁଟାଇ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ । ଦେଖିବେ ଏହାଦ୍ୱାରା ଆପଣଙ୍କ ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ ।
Advertisment
ଓଜନ ହ୍ରାସ କରାଇ ଥାଏ
- ଓଜନ ବୃଦ୍ଧି ଆଜିକାଲିର ଗୋଟିଏ ବଡ଼ ସମସ୍ୟା । ଗବେଷକ ମାନଙ୍କ ମତରେ ଯଦି ଆମେ ନିୟମିତ ଭାବରେ ପାନ ପତ୍ରକୁ ଛେଚି ତାର ରସକୁ ମହୁ ସହିତ ମିଶାଇ ଖାଇ ଉଷୁମ୍ ପାଣି ସେବନ କରିବା ଓଜନ ହ୍ରାସ ହୋଇଥାଏ ।
କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ
- ପାନ ପତ୍ରକୁ ବାଟି ଦହି ସହିତ ମିଶାଇ ସପ୍ତାହକୁ ଥରେ ମାତ୍ର ଲଗାଇଲେ କେଶ୍ ଝଡ଼ିବା ସମସ୍ୟା ଦୂର ହୋଇଥାଏ । ଏହାକୁ ଲଗାଇ ୧ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡରେ ରଖନ୍ତୁ । ଏହାପରେ କେଶକୁ ଉଷୁମ୍ ପାଣି ରେ ଧୋଇ ନିଅନ୍ତୁ । କେଶ ଝଡ଼ିବା ସମସ୍ୟା ଦୂର ହେବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)