/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643893874.jpg)
Seasonal Upcoming Disorder
ଋତୁ ପରିବର୍ତ୍ତନ ସହ କିଛି ଲୋକଙ୍କ ମନ ବଦଳିବା ଭଳି ଲାଗେ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା (ଋତୁ ପରିବର୍ତ୍ତନ ଜନିତ ରୋଗ) କୁହାଯାଏ । ଏହା ଯୋଗୁ ଚିଡ଼୍ ଚିଡ଼ା ହେବା ସହିତ କୌଣସି କାମରେ ତାର ମନ ଲାଗେ ନାହିଁ। ଥକ୍କାପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ । କିଛି ଔଷଧ, ଟକ୍ ଥେରାପି, ବ୍ୟାୟାମ ଓ ଯୋଗ ଦ୍ୱାରା ଏହି ରୋଗରୁ ଆମେ ରକ୍ଷା ପାଇ ପାରିବା । ଜାଣି ରଖିବା ଉଚିତ ଯେ ଋତୁ ପରିବର୍ତ୍ତନ ଅନୁସାରେ ଆମକୁ ସତର୍କ ରହିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରୋକିବା ପାଇଁ କିଛି ସାଧାରଣ ଘରୋଇ ଉପଚାର ।
Advertisment
ଓମେଗା-୩ ଫେଟି ଏସିଡ:
- ପାଗ ପରିବର୍ତ୍ତନ ପୂର୍ବରୁ ନିଜ ଖାଦ୍ୟରେ ଓମେଗା ୩ ଫେଟି ଏସିଡର ମାତ୍ରା ବଢ଼େଇବା ଆବଶ୍ୟକ।
- ଏହା ମୁଡ଼ ସ୍ୱିଙ୍ଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ।
- ୟୁନିଭର୍ସିଟି ଅଫ୍ ପିଟରବର୍ଗରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଏହା ଅବ ସାଦ ରୁ ମୁକ୍ତ ହେବା ପାଇଁ ବହୁତ ଗରୁତ୍ୱ ପୂର୍ଣ୍ଣ ।
- ମାଛ, ଅଖରୋଟ , ଅଳଶୀ ମଞ୍ଜୀ , ସେଲମାନ ମାଛରୁ ପର୍ଯ୍ୟାପ୍ତ ପରିମାଣରେ ଓମେଗା-3 ଫେଟି ଏସିଡ ମିଳିଥାଏ।
ଫଲିକ ଏସିଡ:
- ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଫଲିକ ଏସିଡ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଯାହାକି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ।
- ଯେବେ ଶରୀରରେ ସେରୋଟେନିନ ତିଆରି ହୁଏ ଏହା ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରେ। ଫଲିକ ଏସିଡ ସେରୋଟେନିନକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ।
- ସବୁଜ ପନିପରିବା, ଓଟ କ୍ଷିର, ସୂର୍ଯ୍ୟମୁଖୀ ମଞ୍ଜି, କମଳା , ଖାଦ୍ୟ ଶସ୍ୟରୁ ଭରପୁର ମାତ୍ରାରେ ଏହା ମିଳିଥାଏ।
Advertisment
ରସୁଣ:
- କଞ୍ଚା ରସୁଣ ଖାଇବା ଦେହ ପାଇଁ ବହୁତ ଉପକାରୀ ହୋଇଥାଏ।
- ଥଣ୍ଡା ସମୟ ଆସିଲେ ବୟଷ୍କ ଲୋକ ମାନେ ଏହୀକୁ ଅଧିକ ଖଆନ୍ତି।
- ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ।
- ଏଥିରେ ଅଧୀକ ମାତ୍ରାରେ ଏଲିସିନ ଜିଙ୍କ ସଲଫର,ସେଲେନିୟମ , ଭିଟାମିନ ଏ ଓ ଇ ଥାଏ ଯାହାକି ଶରୀର ପାଇଁ ବହୁତ ଉପକୀରି ସାବ୍ୟସ୍ତ ହୋଇଥାଏ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)