ଯଦି ଆପଣ ନିଜ ରକ୍ତରେ ଅକ୍ସିଜେନ ସ୍ତର ବଢାଇବା ପାଇଁ କିଛି ଖାଦ୍ୟରେ ଆପଣ ୮୦ ପ୍ରତିଶତ ଅଲ୍କାଲାଇନ୍ ଯୁକ୍ତ ଖାଦ୍ୟ ଭରପୁର ମାତ୍ରାରେ ଖାଇବା ଆବଶ୍ୟକ । ଏହା ଆପଣଙ୍କ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଗବେଷକ ମାନଙ୍କ ମତରେ ଏହିସବୁ ଖାଦ୍ୟରୁ ଅକ୍ସିଜେନ ପାଇବା କାରଣରୁ ଆପଣ ଆଗ ଅପେକ୍ଷା ଅଧିକ ସତେଜ ଅନୁଭବ କରିବେ । ଅଲ୍କଲାଇନ୍ ଯୁକ୍ତ ଖାଦ୍ୟ ରକ୍ତରେ ଅକ୍ସିଜେନ ସ୍ତରକୁ ବଢ଼ାଇଥାଏ । ଲେକଟିକ ଏସିଡ ର ନିର୍ମାଣ ହେବାକୁ ଅଟକାଇ ଥାଏ । ଶରୀରରେ ପିଏଚ ସ୍ତରକୁ ସାମାନ୍ୟ ରଖିଥାଏ ।
Also Read
ନାସପାତି ,ସପୁରି ଓ କିସମିସ:
ଏହିସବୁ ଖାଦ୍ୟକୁ ଖାଇବା ଦ୍ୱାରା ଅକ୍ସିଜେନ ସ୍ତର ବୃଦ୍ଧି ପାଇଥାଏ । ଏହି ସମସ୍ତ ଖାଦ୍ୟର ପିଏଚ ସ୍ତର ୮.୫ ଅଟେ । ଏହା ସହିତ ଭିଟାମିନ ଏ ,ବି ଓ ସି ଏବଂ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମିଳିଥାଏ । ଏହା ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।
ଲେମ୍ବୁ:
ଲେମ୍ବୁ ଅକ୍ସିଜେନ ଯୁକ୍ତ ଭୋଜନ ମାନଙ୍କ ମଧ୍ୟରୁ ଗୋଟିଏ । ଖାସ କରି ଏହା ଅମ୍ଳଯୁକ୍ତ ହୋଇଥାଏ । କିନ୍ତୁ ଏହା ଶରୀରକୁ ଯିବା ମାତ୍ରକେ ଅଲ୍କାଲାଇନ୍ ରେ ପରିଣତ ହୋଇଯାଏ । କାଶ ,ଥଣ୍ଡା ,ସର୍ଦି ,ଛାତି ଜ୍ୱଳନ୍ତ ସମସ୍ୟା ପାଇଁ ଏହାକୁ ସେବନ କରିବା ଦ୍ୱାରା ଆରାମ ମିଳିଥାଏ । ଲିଭର ପାଇଁ ମଧ୍ୟ ଗୋଟିଏ ଭଲ ଟନିକ ଅଟେ ।
ଅମୃତ ଭଣ୍ଡା ଓ ଆମ୍ବ:
ଅମୃତଭଣ୍ଡା ଓ ଆମ୍ବର ପିଏଚ ଭାଲ୍ୟୁ ୮ .୫ ଅଟେ । ଏହି ଦୁଇଟି ଫଳ କିଡ୍ନୀ କୁ ସଫା ରଖି ଥାଆନ୍ତି । ଅମୃତଭଣ୍ଡା ଅନ୍ତକୁ ସଫା ରଖିଥାଏ ଓ ମଳ ତ୍ୟାଗକୁ ନିୟନ୍ତ୍ରିତ ରଖିଥାଏ । ରକ୍ତରେ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।