/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647517203.jpg)
drinking too much green tea
ସାଧାରଣତଃ ଓଜନ ହ୍ରାସ ପାଇଁ ଅନେକ ଲୋକ ମହୁ ଓ ଲେମ୍ବ ପାଣି ପିଅନ୍ତି କିନ୍ତୁ ଅଧିକାଂଶ ଲୋକ ଏବେ ଗ୍ରୀନ୍ ଟି ପିଉଛନ୍ତି । କାହିଁକି ନା ଗ୍ରୀନ୍ ଟି’ ଓଜନ କମାଇବା ସହିତ ଶରୀରର ଅନେକ ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ । ଏଭଳି ପରିସ୍ଥିତିରେ ଅନେକ ଲୋକ ଦିନକୁ ବହୁତ ଥର ଗ୍ରୀନ୍ ଟି ପିଅନ୍ତି । ଗୋଟିଏ ଦିନରେ ୩ କପରୁ ଅଧିକ ଗ୍ରୀନ୍ ଟି ପିଅନ୍ତୁ ନାହିଁ । କାହିଁକି ନା ଅଧିକ ମାତ୍ରାରେ ଗ୍ରୀନ ଟି ପିଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇଥାଏ।
ପେଟ ସମ୍ବନ୍ଧୀୟ ସମସ୍ୟା:
ଗ୍ରୀନ୍ ଟି’କୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ପେଟ ପୋଡା ଜଳା ହେବା ସହ, ଗ୍ୟାସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ। ଗ୍ରୀନ୍ ଟି’ରେ ଟେନିନ୍ ନାମକ ଏକ ଉପାଦାନ ରହିଛି। ଯାହା ଅଧିକ ମାତ୍ରାରେ ଖାଇଲେ ପେଟରେ ଏସିଡିଟୀ ସମସ୍ୟା ସୃଷ୍ଟି ହୋଇପାରେ।
ମୁଣ୍ଡବିନ୍ଧା ସମସ୍ୟା:
ଦିନରେ ୨ ଥରରୁ ଅଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଗ୍ରୀନ୍ ଟି ଆବଶ୍ୟକତା ଠାରୁ ଅଧିକ ପିଉଥାନ୍ତି ତେବେ ଏହା ମାଇଗ୍ରେନ ହେବାର ଅବସ୍ଥା ସୃଷ୍ଟି କରିପାରେ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଅଧିକ ବଢ଼ିଯାଏ।
ନିଦର ସମସ୍ୟା:
କଫିନ୍ ଦ୍ୱାରା ନିଦ ସହ ଜଡ଼ିତ ସମସ୍ୟା ହୋଇପାରେ । ଯଦିଓ ଗ୍ରୀନ୍ ଟି’ରେ ବହୁତ କମ୍ ପରିମାଣର କଫିନ୍ ଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ପରିମାଣରେ ଏହା ପିଉଛନ୍ତି। ତେବେ ଏହା ଦ୍ୱାରା ଆପଣଙ୍କ ଶୋଇବା ଉପରେ ଖରାପ ପ୍ରଭାବ ପକାଇପାରେ। ଏଥିରେ ମେଲାଟୋନିନ୍ ହରମୋନରେ ଅସନ୍ତୁଳିତ ହୋଇପାରେ, ଯାହାକି ଶୋଇବାରେ ବାଧା ସୃଷ୍ଟି କରିପାରେ ।
ଶରୀରର ହାଡ଼ରେ ଦୁର୍ବଳତା:
ଗ୍ରୀନ ଟି’ ଅଧିକ ପିଇବା ଦ୍ୱାରା ବ୍ୟକ୍ତିର ହାଡ଼ ଦୁର୍ବଳ ହୋଇଯାଏ। ଗ୍ରୀନ୍ ଟିରେ ଥିବା ଯୌଗିକ କ୍ୟାଲସିୟମ୍ ଅବଶୋଷଣକୁ ହ୍ରାସ କରିପାରେ । ଯାହା ଦ୍ୱାରା ଆପଣଙ୍କର ହାଡ ଉପରେ ପ୍ରଭାବ ପକାଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)