• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଧିକ ହଳଦୀ ଖାଇବା ଦ୍ୱାରା ଆପଣଙ୍କ ପେଟ  ପୋଡା ସମସ୍ୟା ହୋଇଥାଏ

ହଳଦୀରେ ଆଣ୍ଟି ଇମ୍ଫ୍ଲାମେଟାରି ଓ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ମିଳିଥାଏ । ଯାହା ଆମ ଶରୀରକୁ ଅଧିକାଂଶ ରୋଗରୁ ରକ୍ଷା କରିଥାଏ । କିନ୍ତୁ ଗ୍ରୀଷ୍ମ ଋତୁରେ ଅଧିକ ହଳଦୀ ସେବନ ଶରୀର ପକ୍ଷରେ ହାନି କାରକ ଅଟେ । କାରଣ ହଳଦୀ ଗୋଟିଏ ଗରମ ଜିନିଷ, ତେଣୁ ଅଧିକ ପରିମାଣରେ ହଳଦୀ ସେବନ କିଡ୍ନୀ ଷ୍ଟୋନ ର କାରଣ ହୋଇପାରେ ।

ଅଧିକ ହଳଦୀ ଖାଇବାର ସମସ୍ୟା:

କିଡ଼ନୀସ୍ଟୋନ ସମସ୍ୟା:

  • ଗରମ ଦିନେ ଅଧିକ ପରିମାଣ ରେ ହଳଦୀ ଖାଇବା ଦ୍ୱାରା ଷ୍ଟୋନ ସମସ୍ୟା ଦେଖା ଦେଇପାରେ । ହଳଦୀ ରେ ଅକ୍ସଲେଟ ନାମକ ତତ୍ୱ ରହିଥାଏ । ଯାହା କ୍ୟାଲସିୟମ କୁ ଶରୀର ରେ ଠିକ ଭାବରେ ମିଳେଇବାକୁ ଦେଇ ନଥାଏ । ଏହାଦ୍ୱାରା ଶରୀରରେ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ l

ପେଟରେ ଯନ୍ତ୍ରଣା:

  • ଗ୍ରୀଷ୍ମ ଋତୁରେ ଅଧିକ ହଳଦୀ ଖାଇବା ଦ୍ୱାରା ଆପଣଙ୍କ ପେଟ ରେ ପୋଡା, ପେଟ ଟାଣିବା, ଫାମ୍ପିବା ସମସ୍ୟା ଦେଖା ଦେଇଥାଏ l ଗ୍ରୀଷ୍ମ ଋତୁରେ ହଳଦୀ ସେବନ ସୀମିତ ମାତ୍ରାରେ କରିବା ଆବଶ୍ୟକ l

ରକ୍ତ ଚାପ ଉପରେ ପ୍ରଭାବ ପଡିପାରେ:

  • ଉଚ୍ଛାରକ୍ତଚାପ ରୋଗୀମାନେ ଗ୍ରୀଷ୍ମ ଋତୁରେ ସୀମିତ ପରିମାଣରେ ହଳଦୀ ସେବନ କରିବା ଉଚିତ । ଯେତିକି ତରକାରୀ ଓ ଡ଼ାଲିରେ ବ୍ୟବହାର ହୋଇ ପାରିବ । ତା ବ୍ୟତିରକେ ଦୁଗ୍ଧ କିମ୍ବା ଅନ୍ୟ କୌଣସି ପାନୀୟ ରେ ହଳଦୀ ସେବନ କରିବା ଉଚିତ ନୁହେଁ । ଏହାଦ୍ୱାରା ରକ୍ତଚାପ ବୃଦ୍ଧି ହେବାର ମଧ୍ୟ ସମ୍ଭାବନା ରହିଛି ।