• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଚଣାରେ  ଭରି ରହିଛି ଅନେକ ପୋଷାକ ତତ୍ତ୍ଵ

ଚଣାରେ  ଭରି ରହିଛି ଅନେକ ପୋଷାକ ତତ୍ତ୍ଵ । ଏଥିରେ କ୍ୟାଲୋରୀ,ଫାଇବର, ଓ ପ୍ରୋଟିନ ଭରପୁର ରହିଛି । ଏହା ବ୍ୟତୀତ ଆଇରନ , କପର , ଫୋଲେଟ୍ ଓ ମାଙ୍ଗାନିଜ ମଧ୍ୟ ରହିଛି । ତେବେ ଚାଲନ୍ତୁ ଜାଣିବା ଗଜା ବୁଟ ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ କଣ ଲାଭ ମିଳିଥାଏ । 

  • ଚଣା ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ତନ୍ତ୍ର ସୁଦୃଢ ହୋଇ ମେଟାଵୋଲିଯିମ୍ ସ୍ତର ଉନ୍ନତ ହୋଇଥାଏ ।
  • ମେଟାବୋଲିଯିମ୍ ସ୍ତର ଦୃତ ଗତିରେ ବଢିବା ଦ୍ଵାରା ଆପଣ ଅଧିକ ଫ୍ୟାଟ ବର୍ନ କରିବେ। ଏହା ବ୍ୟତୀତ ଏଥିରେ ଥିବା ଆଇରନ ଆପଣଙ୍କୁ ରକ୍ତ ହିନତାରୁ ରକ୍ଷା କରିଥାଏ ।
  • ଚଣାରେ କ୍ୟାଲୋରୀ କମ୍ ଓ ଫାଇବର ଏବଂ ପ୍ରୋଟିନ ର ମାତ୍ରା ଅଧିକ ଥିବା କାରଣରୁ ଭୋକ ଶୀଘ୍ର ଲାଗି ନଥାଏ ।
  • ଏହା ଗୋଟିଏ ଲୋ କ୍ୟାଲୋରୀ ଖାଦ୍ୟ ହୋଇଥିବା କାରଣରୁ ଓଜନ ମଧ୍ୟ ବଢ଼ି ନଥାଏ । ଚଣା ପାଚନ ଶକ୍ତିକୁ ମଜବୁତ୍ କରିଥାଏ ।
  • କଳା ଚଣାରେ ଥାଇମିନ୍, ମଗ୍ନେଶୀୟମ୍ ଓ ଫସଫରସ ଭଳି ପୋଷାକ ତାତ୍ଵ ରହିଛି । ଏହି ପୋଷାକ ତତ୍ତ୍ଵ କୁ ସେବନ କରିବା ଦ୍ୱାରା ଶରୀରକୁ ଊର୍ଜା ଯୋଗାଇ ଥାଏ । ଓଜନ ମଧ୍ୟ ହ୍ରାସ କରିଥାଏ ।
  •  ଚଣାରେ ଗ୍ଲାଇକେମିକ ଇଣ୍ଡେକ୍ସ ଖୁବ୍ କମ୍ ରହିଥାଏ , ଯାହାର ଅର୍ଥ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ଖୁବ୍ କମ୍ ବଢ଼ିଥାଏ ।  ଏହା ଫାଇବର ଓ ପ୍ରୋଟିନ ର ଭଲ ସ୍ରୋତ ଅଟେ , ତେଣୁ ବ୍ଲଡ଼ ସୁଗାର୍ କୁ ଠିକ୍ ଭାବରେ ରେଗୁଲେଟ କରେ ।