/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644217625.jpg)
Don't you have a good night's sleep?
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ନିହାତି ଜରୁରୀ ଅଟେ । ଜଣେ ବ୍ୟକ୍ତି ୨୪ ଘଣ୍ଡା ମଧ୍ୟରେ ୮ରୁ ୯ ଘଣ୍ଟା ଶୋଇବା ଜରୁରୀ ଅଟେ । ତେବେ ଆପଣଙ୍କୁ ରାତିରେ ଭଲ ନିଦ ହେଉ ନାହିଁ କି ? ଚାଲନ୍ତୁ ଜାଣିବା ଏହାର ଉପଚାର ।
Advertisment
- ଆମେରିକାର ବୈଜ୍ଞାନିକ ମାନଙ୍କ ଗବେଷଣା ଅନୁସାରେ ଆମେରିକାରେ ଏକ ତୃତୀୟାଂଶ ଆମେରିକୀୟ ବୟସ୍କ ଅନିଦ୍ରା ର ଶିକାର ହୋଇ ଥାଆନ୍ତି ।
- ତେଣୁ ସେମାନେ ଔଷଧ ମଧ୍ୟ ସେବନ କରି ଥାଆନ୍ତି , କିନ୍ତୁ ଏହାର ସାଇଡ୍ ଇଫେକ୍ଟ ରହିଛି । ତେଣୁ ସେମାନେ ମାନସିକ ଚାପ ର ଶିକାର ମଧ୍ୟ ହୋଇ ପାରନ୍ତି । ତେଣୁ ଏହାର ବିକଳ୍ପ ଭାବରେ ଉଷୁମ ଦୁଗ୍ଧ ପିଇବା ହିତକର ।
- ଆୟୁର୍ବେଦ ଅନୁସାରେ ରାତିରେ ଦୁଗ୍ଧ ପିଇବା ଦ୍ଵାରା ମାଇଣ୍ଡ ରିଲକ୍ସ୍ ହୋଇଥାଏ ଓ ନିଦ ଠିକ୍ ଭାବରେ ହୁଏ ।
- ଶରୀରର ମାଂସପେଶୀ ଗୁଡ଼ିକୁ ଆରାମ ମିଳିବା ସହିତ ହାଡ ମଧ୍ୟ ଶକ୍ତ ହୋଇଥାଏ । କାରଣ ଦୁଗ୍ଧ ରେ କ୍ୟାଲସିୟମ ଥାଏ ।
- ଯେଉଁ ମାନଙ୍କର ମଧୁମେହ ସମସ୍ୟା ରହିଛି ସେମାନେ ରାତିରେ ଦୁଗ୍ଧ ପିଇବେ କି ନାହିଁ ଡ଼ାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ । କାରଣ ଦୁଗ୍ଧ ମଧୁମେହ ରୋଗୀ ଙ୍କର ଇନ୍ସୁଲିନ ସ୍ତରକୁ ରାତିରେ ଦୁଗ୍ଧ ପିଇବା ଦ୍ଵାରା ବଢାଇ ଥାଏ ।
- ଆପଣ ଯଦି ଉଚ୍ଚ ରକ୍ତଚାପ ରୋଗୀ ତେବେ ବେଶୀ ଗାଢ଼ ଦୁଗ୍ଧ ପିଇବା ଉଚିତ୍ ନୁହେଁ ।
- ଏହାର ଅର୍ଥ ମଲାଇ ବିହୀନ ଦୁଗ୍ଧ ପିଇବା ଉଚିତ୍ ।
- ଏହା ଆପଣଙ୍କୁ ଭଲ ନିଦ ଦେବା ସହିତ ମାନସିକ ଚାପ କୁ ନିୟନ୍ତ୍ରଣ କରିବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)