• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ‘ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ ଖାଇବା ଉଚିତ୍

ଗବେଷଣାରୁ ଜଣା ପଡ଼ିଛି ଯେ କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଅଧିକ ଆମିଷ ଭୋଜନ କରିବା ଉଚିତ୍ ନୁହେଁ । ସେହିଭଳି ପୌଷ୍ଟିକ ଆହାର ଶରୀର ପକ୍ଷରେ ନିହାତି ଆବଶ୍ୟକ । ଗବେଷକ ମାନଙ୍କ ମତରେ ଯଦି ବ୍ଲଡ଼ ଗ୍ରୁପ୍ ହିସାବରେ ଉପଯୁକ୍ତ ଖାଦ୍ୟ ଖାଇବା ତେବେ ଆମ ଶରୀର ସୁସ୍ଥ ରହିବ ।ଗବେଷକ ମାନେ କହିଛନ୍ତି ଯେ ଖାଦ୍ୟ ସହିତ ଆମ ବ୍ଲଡ଼ ଗ୍ରୁପ୍ ର ସିଧାସଳଖ କନେକ୍ସନ୍ ରହିଛି ।

 

  • ବ୍ଲଡ଼ ଗ୍ରୁପ୍ ୪ପ୍ରକାରର ରହିଥାଏ । ଓ, ଏ, ବି, ଏବି । ଆସନ୍ତୁ ଆଜି ଜାଣିବା କେଉଁ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କଣ ଖାଦ୍ୟ ଖାଇବା ଉଚିତ୍ ।
  • ‘ ଓ ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇବା ଆବଶ୍ୟକ । ଯେପରିକି ପ୍ରୋଟିନ ଯୁକ୍ତ ବିଭିନ୍ନ ଶସ୍ୟ ସହିତ ମାଛ, ମାଂସ ଓ ଡାଲି ଜାତୀୟ ଖାଦ୍ୟ ।
  • ‘ ଏ ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ସବୁଜ ପନିପରିବା ଅଧିକ ଖାଇବା ଆବଶ୍ୟକ । ଯେପରିକି ଶାଗ ଜାତୀୟ ଖାଦ୍ୟ ନିୟମିତ ଖାଇଲେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । ଏ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ଙ୍କ ଇମ୍ୟୁନ୍ ସିଷ୍ଟମ ଅଧିକ ସମ୍ବେଦନଶୀଳ ହୋଇଥାଏ ତେଣୁ ଏମାନେ ଅଧିକ ଆମିଷ ଖାଇବା ଉଚିତ୍ ନୁହେଁ ।
  • ‘ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ଚିକେନ, ମଟନ୍ , ମାଛ, ଫଳ ମୂଳ ଓ ପନି ପରିବା ସବୁ କିଛି ଖାଇବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କ ପାଚନ ତନ୍ତ୍ର ଖୁବ୍ ମଜବୁତ୍ ହୋଇଥିବା କାରଣରୁ ସେମାନଙ୍କ ଶରୀରରେ ଚର୍ବି ବୃଦ୍ଧି ଅଧିକ ହୋଇ ନଥାଏ ।
  • ‘ ଏ ବି ‘ ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିମାନେ ନିଜ ସାସ୍ଥ୍ୟକୁ ନେଇ ସଚେତନ ରହିବା ଉଚିତ୍ । ଏମାନେ ଯେବେବି ଖାଦ୍ୟ ଖାଉଛନ୍ତି ସେତେବେଳେ ଟିକେ ସତର୍କ ରହିବା ଉଚିତ୍ । ଏମାନେ ଶସ୍ୟ ଯୁକ୍ତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।

OTV is now on Whatsapp

Join and get latest news update delivered to you via whatsapp

Join Now