Advertisment

ପଇଡ଼ ପାଣି ପିଅନ୍ତୁ, କିଡ୍ନୀକୁ ସୁସ୍ଥ ରଖନ୍ତୁ

ପଇଡ଼ ପାଣି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ ଓ ଏହା ସହିତ ଶରୀରକୁ ଶକ୍ତି ମଧ୍ୟ ଯୋଗାଇ ଥାଏ । ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ଦୂର କରିଥାଏ ।

author-image
Pallipuspa Samal
Drinking coconut water Stay healthy

Drinking coconut water Stay healthy

ପ୍ରତିଦିନ ପଇଡ ପିଇବା ଦ୍ୱାରା ଶରୀରରୁ ଡି-ହାଇଡ୍ରେସନ ଦୂର ହୋଇଥାଏ । ଶରୀରର ଇମ୍ୟୁନିଟି ମଜବୁତ ହୋଇଥାଏ । ପଇଡ଼ରେ ଖଣିଜ ପଦାର୍ଥ ଅଧିକ ରହିଥାଏ । ପଇଡ଼ରେ ଫ୍ୟାଟ୍ କୋଲେଷ୍ଟ୍ରଲ ଓ ଶର୍କରାର ମାତ୍ରା ଖୁବ କମ ରହିଥାଏ । ବିଶେଷଜ୍ଞ ମାନଙ୍କ ମତରେ ସକାଳୁ ପଇଡ଼ ପାଣି ପିଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ ଓ ଶରୀର ଅଧିକ ଫୁର୍ତି ଲାଗିଥାଏ ।

Advertisment
  • କିଡ୍ନୀକୁ ସୁସ୍ଥ ରଖିବା ପାଇଁ ପଇଡ଼ ପାଣି ଖୁବ ହିତକର । ଏହା ୟୁରିନାରୀ ଟ୍ରାକ କୁ ସଫା ରଖିବାରେ ସାହାଯ୍ୟ କରିଥାଏ । ତା ସହିତ କିଡ୍ନୀକୁ ଷ୍ଟୋନ ଠାରୁ ଦୁରେଇ ରଖିଥାଏ ।
  • ପଇଡ଼ ନିୟମିତ ସେବନ କରିବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ହୋଇଥାଏ । ଏହାଦ୍ୱାରା ଅନେକ ରୋଗରୁ ଆରମ୍ ମିଳିଥାଏ । ଆମ ଅନ୍ତ କୋଷ ମଧ୍ୟ ସୁସ୍ଥ ରୁହେ । ଗ୍ୟାସ ଏସିଡ଼ିଟି ସମସ୍ୟା ଦୁରେଇ ଯାଇଥାଏ ।
  • ପଇଡ଼ ପାଣି ଥାଇରଏଡ ରୋଗୀ ମାନଙ୍କ ପାଇଁ ଖୁବ ହିତକର ଅଟେ । ସକାଳୁ ପଇଡ଼ ପାଣି ପିଇବା ଦ୍ୱାରା ଥାଇରଏଡ ହର୍ମୋନ ସନ୍ତୁଳିତ ରହିଥାଏ ।
  • ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ପଇଡ଼ ପାଣି ଖୁବ ପ୍ରଭାବଶାଳୀ । ଏଥିରେ କ୍ୟାଲୋରୀର ମାତ୍ରା ଖୁବ କମ ରହିଥାଏ ଓ ଫ୍ୟାଟ୍ ଖୁବ କମ ରହିଥାଏ । ପଇଡ଼ ପାଣି ପିଇବାର ଦୀର୍ଘ ସମୟ ଧରି ଭୋକ ଲାଗି ନଥାଏ । ତେଣୁ ଏହା ଓଜନ ହ୍ରାସ କରିବା ପାଇଁ ହିତକର ।
  • ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଇଡ଼ ପାଣି ଖୁବ ଉପକାରୀ । ପଇଡ଼ ପାଣି ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ ଓ ତ୍ୱଚାରେ ଚମକ ଆଣିଥାଏ । ତ୍ୱଚାର ସମସ୍ତ ଦାଗ କୁ ମଧ୍ୟ ପଇଡ଼ ପାଣି ଦୂର କରେ ।
Health News
Advertisment
Advertisment