• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଗରମ ଦିନରେ  ଖଆନ୍ତୁ ହଳଦିଆ ରଙ୍ଗର ଫଳ

ହାର୍ଟ ଏବଂ ଡାଇବେଟିସ ରୋଗୀଙ୍କୁ ହଳଦିଆ ରଙ୍ଗର ପରିବା ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରିବା ଉଚିତ । ହଳଦିଆ ରଙ୍ଗର ଫଳରେ ଭିଟାମିନ-ସି ଭରପୁର ପରିମାଣରେ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଗରମ ଦିନରେ କେଉଁ କେଉଁ ହଳଦିଆ ରଙ୍ଗର ଫଳର ଫାଇଦା କଣ ଥାଏ ।

ଆମ୍ବ:

ଖରାଦିନ ଆସିବା କ୍ଷଣି ଲୋକମାନେ ଆମ୍ବର ଅପେକ୍ଷା କରିଥାନ୍ତି । ଫଳର ରାଜା ଆମ୍ବ ହୋଇଥାଏ । ଖାଇବାକୁ ଯେତିକି ସ୍ବାଦଆ ସେତିକି ମିଠା ହୋଇଥାଏ । ସେହିଭଳି ଆମ୍ବରେ ଭିଟାମିନ ସି ରିହିଥାଏ । ଆଖି, ଚର୍ମ ,କୋଲେଷ୍ଟ୍ରଲ, ହଜମ ଶକ୍ତି ବଢାଇବା ସହ କ୍ୟାନସର ଭଳି ସାଙ୍ଘାତିକ ରୋଗରୁ ରକ୍ଷା ମିଳିପାରେ ।

କଦଳୀ:

କଦଳୀ ଏପରି ଏକ ଫଳ ସବୁ ଋତୁରେ ମିଳୁଥାଏ । କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।

ସନ୍ତରା:

ସନ୍ତରା ଖାଇଲେ ଶରୀରକୁ ଭରପୁର ଭିଟାମିନ-ସି ଏବଂ ଫାଇବର ମଧ୍ୟ ବହୁତ ମାତ୍ରାରେ ମିଳିଥାଏ । ସନ୍ତରାରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ହେଲଦି ରହିଥାଏ । ଆପଣଙ୍କ ଓଜନ କମାଇବା ପାଇଁ ମଧ୍ୟ ସନ୍ତରା ଲାଭଦାୟକ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ ସନ୍ତରା ।

ଅମୃତଭଣ୍ଡା:

ଗରମ ଦିନେ ଖାଦ୍ୟରେ ଅମୃତଭଣ୍ଡା ଖାଦ୍ୟରେ ସାମିଲ କରିବା ଜରୁରୀ ଅଟେ । ଅମୃତଭଣ୍ଡାରେ ଭିଟାମିନ-ସି ଏବଂ ଭିଟାମିନ-ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।

OTV is now on Whatsapp

Join and get latest news update delivered to you via whatsapp

Join Now