/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643783499.jpg)
vitamin B12 is important for the body
ଭିଟାମିନ B12 ଶରୀରରେ ରେଡ ବ୍ଲଡ଼ ସେଲ୍ କୁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଓ ଶରୀରରେ ଟିସୁର ରିପେଆର କରିବାରେ ମୁଖ୍ୟ ରୂପ ଗ୍ରହଣ କରିଥାଏ । ଯଦି ଆପଣଙ୍କ ଶରୀରରେ ଉଚିତ ମାତ୍ରାରେ ଭିଟାମିନ B12 ନାହିଁ, ତେବେ ଏହା ଏନିମିଆ ହେବାର ଆଶଙ୍କା ସୃଷ୍ଟି କରିଥାଏ । ଭିଟାମିନ B12 ଶରୀରରୁ କମିବା ଦ୍ୱାରା ଗୋଡ଼ ହାତ ବଧୀରା ହେବା ସମସ୍ୟା ଦେଖା ଦେଇଥାଏ ।
ମୁଣ୍ଡ ବୁଲାଇବା, ଥକା ଲାଗିବା ଓ ଅଜ୍ଞ କମିବା, ମଳ ତ୍ୟାଗରେ ଅସୁବିଧା ଓ ଜିଭରେ ଯନ୍ତ୍ରଣା ଇତ୍ୟାଦି ଦେଖା ଦେଇଥାଏ । ଯଦି ଆପଣଙ୍କ ଶରୀରରେ ଏହିସବୁ ଲକ୍ଷଣ ଦେଖା ଯାଉଛି ତେବେ ଆପଣଙ୍କୁ ନିଜ ଖାଦ୍ୟରେ କିଛିଟା ଜିନିଷ ସାମିଲ କରିବାକୁ ପଡିବ ।
ଅଣ୍ଡା:
ଅଣ୍ଡା ଆମ ଶରୀରରେ ଭିଟାମିନ B12 ର କମିକୁ ଦୂର କରିଥାଏ । ତେଣୁ ନିୟମିତ ଭାବରେ ସପ୍ତାହକୁ ୩ଟି ଅଣ୍ଡା ନିଜ ଖାଦ୍ୟରେ ସାମିଲ କରନ୍ତୁ ।
Eggଦହି:
ଦହିରେ ବିଭିନ୍ନ ଭିଟାମିନ ସହିତ ଭିଟାମିନ B12 ପ୍ରଚୁର ପରିମାଣ ରେ ରହିଥାଏ । ଆପଣ ଲୋ ଫ୍ୟାଟ ଦାହିକୁ ନିୟମିତ ଭାବରେ ନିଜ ଖାଦ୍ୟରେ ସାମିଲ କରନ୍ତୁ l ଏହାଦ୍ୱାରା ଶରୀରରୁ ଜରୁରୀ ପୋଷାକ ତତ୍ୱ ମିଳିଥାଏ ।
ଦୁଗ୍ଧ:
ଶାକାହାରୀ ଲୋକ ମାନଙ୍କ ପାଇଁ ଦହି ସହିତ ଦୁଗ୍ଧ ସେବନ ନିହାତି ଜରୁରୀ ଅଟେ । ଦୁଗ୍ଧରେ ଭିଟାମିନ B12 ପ୍ରଚୁର ମାତ୍ରାରେ ରହିଥାଏ । ପ୍ରତିଦିନ ଦୁଗ୍ଧ ସେବନ ଦ୍ୱାରା ଭିଟାମିନ B12 ସମସ୍ୟା ଦୂର ହୋଇଥାଏ ।
ଚିଙ୍ଗୁଡ଼ି ମାଛ:
ମାଂସାହାରୀ ଲୋକଙ୍କ ପାଇଁ ଚିଙ୍ଗୁଡ଼ି ମାଛ ଖାଇବା ଦ୍ୱାରା ଭିଟାମିନ B12 ର କମି ଦୂର ହୋଇଥାଏ ।
prawnଚିକେନ:
ଚିକେନ ମଧ୍ୟ ଭିଟାମିନ B12 ପାଇଁ ଗୋଟିଏ ଭଲ ବିକଳ୍ପ ଅଟେ । ତେଣୁ ନିୟମିତ ଭାବରେ ନହେଲେ ମଧ୍ୟ ସପ୍ତାହକୁ ୨ଥର ଚିକେନ ସେବନ କରିବା ଆବଶ୍ୟକ ।
ଓଟସମିଲ୍:
ସକାଳ ଜଳଖିଆ ରେ ଓଟସମିଲ୍ ଖାଇବା ଦ୍ୱାରା ଆମ ଶରୀରକୁ ପ୍ରଚୁର ମାତ୍ରାରେ ଫାଇବର ଓ ଅନ୍ୟାନ୍ୟ ଭିଟାମିନ ପ୍ରାପ୍ତ ହୋଇଥାଏ । ଓଟ୍ସମିଲ୍ ରେ ପ୍ରଚୁର ପରିମାଣ ରେ ଭିଟାମିନ B12 ରହିଥାଏ । ଯାହା ରୋଗକୁ ବିଭିନ୍ନ ସମସ୍ୟାରୁ ଦୁରେଇ ରଖିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)