ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ କଫି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟ ମଧ୍ୟରୁ ଅନ୍ୟତମ। ଏଥିରେ ଥିବା ଉଚ୍ଚ ସ୍ତରର ଆଣ୍ଟିଅକ୍ସିଡାଣ୍ଟ ଓ ଉପକାରି ପୋଷକ ତତ୍ୱ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ଯେ ନିୟମିତ କଫି ପିଉଥିବା ଲୋକଙ୍କର ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା କମ୍ ଥାଏ। ଆସନ୍ତୁ ଜାଣିବା କଫି ପିଇବାର କିଛି ସ୍ୱାସ୍ଥ୍ୟ ଉପକାରିତା ।
Also Read
- କଫି ଥକ୍କାପଣ ଏବଂ ଶରୀରରେ ଶକ୍ତି ସ୍ତର ବଢ଼ାଇବାରେ ସାହାଯ୍ୟ କରେ । ଏହାର କାରଣ ହେଉଛି ଏଥିରେ ଥିବା କେଫିନ୍।
- କଫି ପିଇବା ପରେ କଫିନ୍ ଆପଣଙ୍କ ରକ୍ତ ପ୍ରବାହରେ ଅବଶୋଷିତ ହୁଏ ଓ ସେଠାରୁ ଆପଣଙ୍କ ମସ୍ତିଷ୍କକୁ ଯାଇଥାଏ ।
- ଅଧ୍ୟୟନରୁ ଜଣାପଡିଛି କଫି ବ୍ୟବହାର ସ୍ମୃତି, ମନୋବଳ, ସତର୍କତା, ଶକ୍ତି ସ୍ତର ଓ ସାଧାରଣ ମାନସିକ କାମରେ ଉନ୍ନତି ଆଣିପାରେ ।
- ସାଧାରଣତଃ ସମସ୍ତ ଚର୍ବି କମାଉଥିବା ସପ୍ଲିମେଣ୍ଟରେ କଫିନ୍ ମିଳିଥାଏ। କଫି ଚର୍ବି କମାଇବାରେ ସାହାଯ୍ୟ କରେ।
- ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କେଫିନ୍ ଆପଣଙ୍କ ମେଟାବୋଲିଜିମ ହାରକୁ ୩-୧୧% ବଢ଼ାଇପାରିବ। ଅନ୍ୟାନ୍ୟ ଅଧ୍ୟୟନ ସୂଚିତ କରେ କେଫିନ ଚର୍ବି କମାଇବାରେ ବିଶେଷ ସହାୟକ ହୋଇଥାଏ ବିଶେଷକରି ମେଦବହୁଳ ବ୍ୟକ୍ତିଙ୍କଠାରେ।
- ଟାଇପ୍-୨ ମଧୁମେହ ବିଶ୍ୱରେ ଶୀଘ୍ର ବଢ଼ୁଥିବା ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଅନ୍ୟତମ । ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ବ୍ୟକ୍ତିଙ୍କ ଟାଇପ୍-୨ ଡାଇବେଟିସ୍ ହେବାର ୨୩-୫୦% କମ୍ ବିପଦ ରହିଛି।
- ସମୁଦାୟ ୪,୫୭,୯୨୨ ଲୋକଙ୍କ ଉପରେ କରାଯାଇଥିବା ୧୮ଟି ଅଧ୍ୟୟନର ସମୀକ୍ଷା ଅନୁସାରେ ଦୈନିକ ଗୋଟିଏରୁ ଦୁଇ କପ୍ କଫି ପିଇବା ଦ୍ୱାରା ଟାଇପ୍ ୨ ଡାଇବେଟିସ୍ ହେବାର ଆଶଙ୍କା ୭ ପ୍ରତିଶତ କମିଯାଏ।
- କଫି ପିଇବା ଦ୍ୱାରା ଅଲଜାଇମର ରୋଗ ହେବାର ଆଶଙ୍କା କମିଯାଏ। ଆଲଜାଇମର ସବୁଠାରୁ ସାଧାରଣ ନ୍ୟୁରୋଡିଜେନେରେଟିବ ରୋଗ ବିଶ୍ୱରେ ଡିମେନ୍ସିଆର ଏକ ପ୍ରମୁଖ କାରଣ ।
- ଅଧ୍ୟୟନରୁ ଜଣାପଡିଛି ଯେ କଫି ପିଉଥିବା ଲୋକଙ୍କ ଅଲଜାଇମର ରୋଗ ହେବାର ୬୫% କମ୍ ଆଶଙ୍କା ରହିଛି। ଅଲଜାଇମର ସହ ଏହା ଅନ୍ୟାନ୍ୟ ମାନସିକ ରୋଗର ଆଶଙ୍କା ମଧ୍ୟ କମ କରିଥାଏ ।
Drinking coffee is good or bad