ଯଦି ବାଘ ବଂଶ ଲୋପ ପାଇଯାଏ, ତେବେ ସମଗ୍ର ଇକୋସିଷ୍ଟମରେ ନକରାତ୍ମକ ପ୍ରଭାବ ପଡିପାରେ। ତେଣୁ ଏମାନଙ୍କ ଗୁରୁତ୍ୱକୁ ବୁଝିବା ଜରୁରୀ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ଜୁଲାଇରେ ସମଗ୍ର ବିଶ୍ୱରେ ‘ଅନ୍ତର୍ଜାତୀୟ ବାଘ ଦିବସ’ ପାଳନ କରାଯାଏ।
ଆଜି ଶ୍ରାବଣ ସୋମବାର । ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ପ୍ରସିଦ୍ଧ ଲିଙ୍ଗରାଜ ପୀଠରେ ସକାଳୁ ସକାଳୁ ଭିଡ଼ ଦେଖିବାକୁ ମିଳିଛି । ଶ୍ରାବଣରେ ମନସ୍କାମନା ପୂରଣ ପାଇଁ ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ଶୈବପୀଠକୁ ପାଣି ଆଣି ଆସିଛନ୍ତି କାଉଡ଼ିଆ । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି ପାଇଁ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି ।
ଆମେ ସମସ୍ତେ ଜାଣୁ ଯେ ସମଗ୍ର ଦେଶ ଶାନ୍ତିରେ ଶୋଇବା ପାଇଁ କାର୍ଗିଲ ଯୁଦ୍ଧ ସମୟରେ ସେନାର ବୀରମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ସେମାନଙ୍କର ସାହସ ଏବଂ ବୀରତ୍ୱର କାହାଣୀ ଜୀବନଠାରୁ ବି ବଡ଼। ତେବେ ଆସନ୍ତୁ ଏମିତି ୫ ଜଣ ବୀରଙ୍କ ବିଷୟରେ ଜାଣିବା ଯିଏ ଦେଶ ପାଇଁ ନିଜକୁ ବଳିଦାନ ଦେଇଛନ୍ତି।
କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉଦାହରଣ ଆଜି ବି ଗ୍ରାମାଞ୍ଚଳରେ ରେଡିଓ ଦେଖିବାକୁ ମିଳେ। ଭାରତରେ ରେଡିଓ ପ୍ରସାରଣ ୮୮ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ।
ସଫଳତାର ସହ ଅବତରଣ କରି ଇତିହାସ ସୃଷ୍ଟି କରିଥିବା ଚନ୍ଦ୍ରୟାନ-୩ କୁ ବିଶ୍ୱ ମହାକାଶ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ଘୋଷଣା କରି ଆନ୍ତର୍ଜାତୀୟ ମହାକାଶ ଯାତ୍ରୀ ମହାସଂଘ କହିଛି ଯେ ଏହା ଏକ ଐତିହାସିକ ସଫଳତା।
ଆଜିକାଲି ବୋଲ୍ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ବର୍ଷକୁ ବର୍ଷ କାଉଡିଆମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ବୋଲ୍ବମ୍ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି ଜାଣି ନାହାନ୍ତି ତେବେ ଜାଣିବା ପାଇଁ ପଢନ୍ତୁ।
କାଲିଠୁ ଆରମ୍ଭ ହେଉଛି ଶ୍ରାବଣ ମାସ । ପ୍ରଥମ ସୋମବାରରେ ମହାଦେବଙ୍କ ଠାରେ ଜଳ ଲାଗି ପାଇଁ ବାହାରିଛନ୍ତି କାଉଡିଆ।
ନିଆରା ପରମ୍ପରା... ଭଲ ଚାଷ ପାଇଁ ଏଠି ହୁଏ ଯାତ୍ରା । ଚାଷ ପାଇଁ କଳାହାଣ୍ଡି କୋକସରା ଟେମରାଠାରେ ଆଦିବାସୀ ପରମ୍ପରାରେ ପାଳିତ ହୁଏ ଆଷାଢ କେନା ମଣ୍ଡେଇ ଯାତ୍ରା । ଚାଲନ୍ତୁ ଜାଣିବା କ’ଣ ଏହି ଯାତ୍ରା...କ’ଣ ଏହି ନିଆରା ପରମ୍ପରା...
ଚେସ୍ ହେଉଛି ଏକ ପ୍ରାଚୀନ ଖେଳ, ଯାହା ଷଷ୍ଠ ଶତାବ୍ଦୀରେ ଭାରତରେ ଚତୁରଙ୍ଗ ଏକ ଖେଳ ସହିତ ଆରମ୍ଭ ହୋଇଥିଲା। ଏହା ଧୀରେ ଧୀରେ ପଶ୍ଚିମ ଦିଗକୁ ବ୍ୟାପିଥିଲା ଏବଂ ପଞ୍ଚଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ୟୁରୋପର ସବୁଠାରୁ ଲୋକପ୍ରିୟ ଖେଳ ହୋଇପାରିଥିଲା।
ମଣ୍ଡେଲା ଦିବସ ୨୦୧୯-୨୦୨୯ ପାଇଁ ପାଞ୍ଚଟି ମୁଖ୍ୟ ଦିଗ ପ୍ରତି ଧ୍ୟାନ ଏବଂ ଲକ୍ଷ୍ୟର ରୂପଦେଖ ପ୍ରସ୍ତୁତ କରିଛି, ଯାହା ଦକ୍ଷିଣ ଆଫ୍ରିକା ଏବଂ ବିଶ୍ୱର ଗରିବୀ ଜୀବନ ବିତାଉଥିବା ଲୋକଙ୍କୁ ସାହାଯ୍ୟ କରିବ। ଆସନ୍ତୁ ସେ ବିଷୟରେ ଜାଣିବା।
ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ଠାକୁରଙ୍କ ନିତିଦିନିଆ ନୀତି ସମେତ କେତେକ ବିଶେଷ ପର୍ବପର୍ବାଣିରେ ମଧ୍ୟ ହୋଇଥାଏ। ଶ୍ରୀମନ୍ଦିର ଭୋଗ ପରମ୍ପରା ମଧ୍ୟରେ ତିନିପ୍ରକାର ପଣା ଭୋଗ ହୋଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।
କେବଳ ସୁନାବେଶ ନୁହେଁ, ଦୈନିକ ନୀତିକାନ୍ତିରେ ବି ଶ୍ରୀଜିଉ ମାନଙ୍କୁ ସେଇ ପୁରୁଣା ଅଳଙ୍କାର ପିନ୍ଧାଯାଉଛି। ଖାଲି ପୁରୁଣା ନୁହେଁ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୧ ସୁନାବେଶ ବେଳେ ଜଗନ୍ନାଥଙ୍କ ମସ୍ତକରେ ଲାଗିଥିବା ଭଙ୍ଗା କିରୀଟର କିଆଫଳିକୁ ଲୁଚାଇବାକୁ ଯାଇ ସେଇ ସ୍ଥାନରେ ମଲ୍ଲିଫୁଲ ଲଗାଯାଇଥିଲା। ଯାହା ବ୍ୟଥିତ କରିଥିଲା ଭକ୍ତ-ସେବାୟତ ଓ ପ୍ରତିଟି ଜଗନ୍ନାଥପ୍ରେମୀଙ୍କୁ।
ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଆଜି ସୁନାବେଶ ଦର୍ଶନ ସମୟ ରାତି ୧୧ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି।
ପ୍ରତି ଓଡ଼ିଆଙ୍କ ମନର ରାଜା ଆଜି ସମସ୍ତଙ୍କ ସମ୍ମୁଖରେ ଧାରଣ କରିବେ ରାଜରାଜେଶ୍ୱର ରୂପ। କିଏବା ଏହାକୁ ହାତଛଡା କରିବ। ଏନେଇ ଦେଶ ବିଦେଶରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ଆଜି ରଥ ଉପରେ ଦର୍ଶନ କରିବେ କାଳିଆର ସୁନାବେଶକୁ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ଯୁବକମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଆବଶ୍ୟକ କୌଶଳ ଯୋଗାଇଦେବା ଜରୁରୀ। ତେବେ ଆସନ୍ତୁ ଏମିତି ୧୦ଟି ଉପାୟ ବିଷୟରେ ଜାଣିବା ଯାହା ଯୁବକଙ୍କ ଦକ୍ଷତାକୁ ବଢାଇଥାଏ।
ଆଜି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଭଉଣୀ ସୁଭଦ୍ରା ଓ ଭାଇ ବଳଭଦ୍ରଙ୍କ ସହ ସ୍ୱଗୃହକୁ ଆସିବେ କାଳିଆ ସାଆନ୍ତ। ପୁରୀ ଆଜି ଜନସମୁଦ୍ରରେ ପରିପୂର୍ଣ୍ଣ। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ପୃଥିବୀର ବୈକୁଣ୍ଠ ଶ୍ରୀମନ୍ଦିରକୁ ନେଇ ୧୦ଟି ଚମତ୍କାର ବିଷୟରେ ଜାଣିନେବା।
ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କ ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟଦାୟକ। ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶ ବର୍ଷ ପର୍ଯ୍ୟନ୍ତ ତ୍ରିକାଳ ପୂଜା କାଳରେ ଭକ୍ତ ଶ୍ରୀବିଗ୍ରହମାନଙ୍କର ଦର୍ଶନରେ ଯେଉଁ ଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ।
ଜନସଂଖ୍ୟା ଦୃଷ୍ଟିରୁ ଭାରତ କେବଳ ଚୀନ୍ ପଛରେ ଅଛି, କିନ୍ତୁ ଆଗାମୀ ବର୍ଷରେ ଏହା ଚୀନ୍କୁ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଏହି କାରଣରୁ ହେଉଥିବା ଗୁରୁତର ପରିସ୍ଥିତିକୁ ଧ୍ୟାନରେ ରଖି ପ୍ରତିବର୍ଷ ୧୧ ଜୁଲାଇରେ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଏ।
ମହାପ୍ରଭୁଙ୍କ ଲୀଳା ଅନନ୍ୟ। କାଳିଆ ଠାକୁରଙ୍କ ଏହି ମାନବୀୟ ଲୀଳା ଭିତରେ ହେରା ପଞ୍ଚମୀ ଅନ୍ୟତମ। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସାଧାଣତଃ ରଥଯାତ୍ରାଠାରୁ ପଞ୍ଚମ ଦିନରେ ଅର୍ଥାତ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ।
ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ । ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜୀଉ । ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି ।
ରତ୍ନବେଦୀରୁ ଜନ୍ମବେଦୀ। ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ।
କାଳିଆର ଦିବ୍ୟଲୀଳା। ପୁଣି ଜନ ସମୁଦ୍ରରେ ଭାବର ଠାକୁରଙ୍କ ଘୋଷଯାତ୍ରା। ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ। ଆଉ ଏ ଯାତ୍ରାରେ ସାମିଲ ହୋଇ ଜଗତଠାକୁରଙ୍କ ଦିବ୍ୟସାନିଧ୍ୟ ପାଇଁ ଭକ୍ତିିରେ ଉଛୁଳୁଥିଲା ଭକ୍ତର ମନ।
ତେବେ ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି ।
ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ ଜାଣିବା।
ନବଯୌବନ ଦର୍ଶନ ପରେ ଶ୍ରୀଗୁଣ୍ଡିଚା ଦିନ ନେତ୍ରୋତ୍ସବ ନୀତି ପାଳିତ ହୋଇଥାଏ। ଏହାର ବିଧି ସ୍ୱତନ୍ତ୍ର। ନବଯୌବନ ଦର୍ଶନ ପୂର୍ବରୁ ବନକଲାଗି ସମୟରେ ଶ୍ରୀମୁଖ-ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଶ୍ରୀଜୀଉଙ୍କର ନେତ୍ର ଅଙ୍କନ କରିଥାଆନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଜାଣନ୍ତୁ ଏହା କେବେ ଶେଷ ହୁଏ?