Advertisment

ହସିଲାଣି କାଶତଣ୍ଡି, ଆସୁଛନ୍ତି ମା’ ଜଗତ ଜନନୀ

ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି କାଶତଣ୍ଡି । ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୂର୍ବ ସୃଷ୍ଟି । ଆଉ ଯେମିତି କହିଯାଉଛି ପୃଥିବୀକୁ ପାର୍ବଣ ଆସିଛି... ଆସୁଛନ୍ତି ମା’ ଜଗତ ଜନନୀ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Kashatandi Appears in the Morning Glow

Kashatandi Appears in the Morning Glow

ରୂତୁ ଚକ୍ରର ତାଳେ ତାଳେ ବଦଳି ଥାଏ ପ୍ରକୃତିର ଚିତ୍ର । ବିଶେଷ କରି ଶରତ ରୂତୁରେ ଧରଣୀର ଶୋଭା ବଢାଇଥାଏ କାଶତଣ୍ଡି ଫୁଲ ।ମନେହୁଏ ସତେଯେମିତି ଧଳା ଚାଦର ବିଛାଇ ଦେଇଛନ୍ତି ସ୍ୱର୍ଗର କେଉଁ ଦେବଦୂତ । 

Advertisment

ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି ରାଣୀ କାଶତଣ୍ଡି ।ହାଲୁକା ହାଲୁକା ପବନର ଛୁଆଁରେ ଖିଲିଖିଲି ହୋଇ ହସି ଉଠୁଛି ପ୍ରକୃତିର ଏଇ ଅପୁର୍ବ ସୃଷ୍ଟି। ଆଉ କହୁଛି ହେ ମଣିଷ ମାନେ ପୃଥିବୀକୁ ପାର୍ବଣ ଆସିଗଲା । ଶରତ ରୂତୁରେ ମା ଦୁର୍ଗାଙ୍କୁ ସ୍ବାଗତ କରିବା ପାଇଁ ସତେ ଯେମିତି ଧରାପୃଷ୍ଠକୁ ଓହ୍ଲାଇ ଆସିଛି କାଶତଣ୍ଡି ।

ମନମୋହୁଛି ଭଦ୍ରକ ଜିଲ୍ଲାରେ ପ୍ରବାହିତ ବୈତରଣୀ ନଦୀ ପଠାର ଦୃଶ୍ୟ। କାଶତଣ୍ଡିର ସୁଗନ୍ଧ ନଥାଏ ସିନା କିନ୍ତୁ ରୂପ ତାର ଭାରି ମନଲୋଭା।ଭ୍ରମରକୁ ଆକର୍ଷିତ କରିପାରେନି ସିନା କିନ୍ତୁ କବି ,ଭାବୁକ ଓ ବାଟରେ ଗଲା ଆଇଲା ଲୋକକୁ କରିଦିଏ ଆନମନା।ପାର୍ବଣର ପୁର୍ବାଭାସ ଦେଇଥାଏ କାଶତଣ୍ଡି ଫୁଲ । ଶାରଦୀୟ ଶୋଭାବର୍ଦ୍ଧନ ପାଇଁ ଆଣିଥାଏ ଅପୁର୍ବ ସମ୍ଭାର।ଜଗତ୍ ଜନନୀଙ୍କ ଆଗମନରେ ପୁଲକିତ ହେବ ଧରଣୀ ରାଣୀ ।ସେଇଥିପାଇଁ ତ କବି କୁହେ କାଶତଣ୍ଡି କାଳେ ଏଇମିତି ଧୋବ ଫରଫର ଗାଲିଚା ବିଛେଇ ଚାହିଁ ରହିଥାଏ ମାଙ୍କୁ । ଆଉ ଆଜିର ଯୁବପିଢ଼ି କାଶତଣ୍ଡି ଫୁଲ ଦେଖିଲେ ପକେଟରୁ ମୋବାଇଲ କାଢି ସେଲଫି ନେବାକୁ ବ୍ୟାକୁଳ ହୁଅନ୍ତି।

Advertisment

ଝିପି ଝିପି ମେଘ ସରିଗଲା ଏବେ ବରଷା ବିଦାୟ ନେଲା। ଟିକି ଟିକି ଟୋପା ଶିଶିର ବିନ୍ଦୁ ଯେ ମରତକୁ ଛୁଇଁଗଲା । ଦୁନିଆଟା ଆଜି ସୁନ୍ଦର ଲାଗୁଛି ଶରତର ଆଗମନେ । କାଶତଣ୍ଡି ଫୁଲ ନଦୀପଠା ପରେ ମୁରୁକି ହସୁଛି ମନେ ।

Special Story
Advertisment
Advertisment