Advertisment

Yogasana: ହୃଦ୍‌ଘାତକୁ ଏଡାଇବା ପାଇଁ ସହଜ ଆସନ ଓ ପ୍ରାଣାୟାମ

ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଜଣେ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗାସନକୁ ଅନ୍ତର୍ଭୁକ୍ତ କରି ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ରୋକିପାରିବ। ତେବେ ଆସନ୍ତୁ କେଉଁ ଯୋଗାସନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ସେସବୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Yoga for heart disease prevention

Yoga for heart disease prevention

ଆଜିକାଲି ଦୂଷିତ ଖାଦ୍ୟ, ବ୍ୟାୟାମର ଅଭାବ ଏବଂ ଏକ ଖରାପ ଜୀବନଶୈଳୀ ଯୋଗୁଁ ହୃଦୟ ସମ୍ବନ୍ଧୀୟ ରୋଗ ଲୋକଙ୍କ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହାର ଅଧିକାଂଶ ଶିକାର ହେଉଛନ୍ତି ଯୁବକ। ଆଜିକାଲି ହୃଦ୍‌ଘାତ, ଷ୍ଟ୍ରୋକ୍ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।

Advertisment

ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୯ ସେପ୍ଟେମ୍ବରରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ହୃଦୟ ବିଷୟରେ ଲୋକଙ୍କୁ ସଚେତନ କରାଇ ହୃଦୟ ସମ୍ବନ୍ଧୀୟ ରୋଗକୁ ରୋକିବା।

ତେବେ ଯୋଗ ଅଭ୍ୟାସ କରିବା ଦ୍ୱାରା ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇପାରେ, ଯାହା ହୃଦଘାତର ଆଶଙ୍କାକୁ ହ୍ରାସ କରେ। ଜଣେ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗାସନକୁ ଅନ୍ତର୍ଭୁକ୍ତ କରି ହୃଦୟ ସମ୍ବନ୍ଧୀୟ ସମସ୍ୟାକୁ ରୋକିପାରିବ। ତେବେ ଆସନ୍ତୁ କେଉଁ ଯୋଗାସନ ଦ୍ୱାରା ହୃଦଘାତର ଆଶଙ୍କା ହ୍ରାସ କରାଯାଇପାରିବ ସେସବୁ ଜାଣିବା।

Advertisment

ପ୍ରାଣାୟାମ:

ପ୍ରାଣାୟାମ ଅଭ୍ୟାସ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ହୃଦରୋଗର ମୁଖ୍ୟ କାରଣ ହେଉଛି ଉଚ୍ଚ ରକ୍ତଚାପ, ଯାହା ହ୍ରାସ କରିବା ପାଇଁ ପ୍ରାଣାୟାମ ଅତ୍ୟନ୍ତ ଜରୁରୀ। ପ୍ରାଣାୟାମ ଅଭ୍ୟାସ ହୃଦୟ ମାଂସପେଶୀକୁ ଆରାମ ଦେଇଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ।

Yoga for heart disease prevention ପ୍ରାଣାୟାମ

ଏଥି ସହିତ, ପ୍ରାଣାୟାମର ଅଭ୍ୟାସ ହୃଦୟରେ ଯେକୌଣସି ଅତିରିକ୍ତ ଚାପକୁ ହ୍ରାସ କରିପାରେ। ଜଣେ ସୁସ୍ଥ ଲୋକ ହୃଦୟକୁ ଠିକ ରଖିବା ପାଇଁ ଭସ୍ତ୍ରିକା, କପାଳଭାତି ଏବଂ ଅନୁଲୋମ-ବିଲୋମର ଅଭ୍ୟାସ କରିପାରିବେ।

ତ୍ରିକୋଣାସନ:

ତ୍ରିକୋଣାସନ ଅଭ୍ୟାସ କରିବା ଦ୍ୱାରା ଫୁସ୍‌ଫୁସ୍‌କୁ ମଜବୁତ କରିଥାଏ। ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ଏବଂ ମାଂସପେଶୀକୁ ମଜବୁତ କରେ। ହୃଦରୋଗର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ଆସନ ଅତ୍ୟନ୍ତ ଲାଭଦାୟକ।

Yoga for heart disease prevention ତ୍ରିକୋଣାସନ

ଏହି ଆସନ କରିବା ପାଇଁ, ସିଧା ଠିଆ ହୁଅନ୍ତୁ ଏବଂ ଗୋଡ ମଧ୍ୟରେ ପ୍ରାୟ ଦୁଇ ଫୁଟ ଦୂରତା ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ ଶରୀରକୁ ଡାହାଣକୁ ଭାଙ୍ଗି ଡାହାଣ ପାଦକୁ ଡାହାଣ ହାରେ ଛୁଅଁନ୍ତୁ ଏବଂ ବାମ ହାତକୁ ଉପରକୁ ଉଠାନ୍ତୁ। ନଜର ବାମ ହାତର ଆଙ୍ଗୁଠି ଉପରେ ରଖନ୍ତୁ ଏବଂ କିଛି ସମୟ ଏହି ଅବସ୍ଥାରେ ରୁହନ୍ତୁ। ପରେ ମୂଳ ଅବସ୍ଥାକୁ ଫେରି ଆସନ୍ତୁ।

ବୃକ୍ଷାସନ:

Yoga for heart disease prevention ବୃକ୍ଷାସନ

ବୃକ୍ଷାସନ ଚାପକୁ ହ୍ରାସ କରେ, ମନକୁ ଶାନ୍ତ ରକେ ଏବଂ ହୃଦରୋଗ ସମସ୍ୟାକୁ ରୋକିଥାଏ। ଏହି ଆସନ କରିବାକୁ, ବାମ ଗୋଡକୁ ସିଧା ରଖି ଡାହାଣ ଗୋଡ ଉଠାନ୍ତୁ ଏବଂ ବାମ ଜଙ୍ଘ ଉପରେ ରଖି ସନ୍ତୁଳନ ବଜାୟ ରଖନ୍ତୁ। ଏକ ଗଭୀର ଶ୍ୱାସ ନେଇ ଦୁଇ ହାତକୁ ମୁଣ୍ଡରୁ ଉପରକୁ ଉଠାଇ ନମସ୍କାର ମୁଦ୍ରାରେ ରୁହନ୍ତୁ। କିଛି ସମୟ ରହିବା ପରେ ବିପରୀତ ପାଦରେ ପ୍ରକ୍ରିୟା ପୁନରାବୃତ୍ତି କରନ୍ତୁ।

ମାର୍ଜାରୀ ଆସନ:

Yoga for heart disease prevention ମାର୍ଜାରୀ ଆସନ

ଏହି ଆସନ କରିବା ପାଇଁ ଶରୀରର ସ୍ଥିତିକୁ ବିଲେଇଙ୍କ ପରି କରିବାକୁ ହୁଏ। ମାର୍ଜାରୀ ଆସନ ଅଭ୍ୟାସ କରିବା ଦ୍ୱାରା ଅଣ୍ଟା ହାଡ ଦୃଢ ହୁଏ। ଏହା ମଧ୍ୟ ହୃଦରୋଗକୁ ରୋକିପାରେ। ଏହି ଫଟୋରେ ଥିବା ଚିତ୍ର ଭଳି ନିଜ ଶରୀରକୁ କରି କିଛି ସମୟ ରଖିବାକୁ ପଡେ।

Yogasana Heart Attack Yoga Tips World Heart Day
Advertisment
Advertisment