ଆଜି ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମା ପୂଜା। ଦେବତାଙ୍କ ଶିଳ୍ପୀ, ସଂସାରର ପ୍ରଥମ ଇଂଜିନିୟର, ବାସ୍ତୁଦେବଙ୍କ ସନ୍ତାନ ଭଗବାନ ବିଶ୍ୱକର୍ମା ବାସ୍ତୁଶାସ୍ତ୍ରର ପ୍ରଚଣ୍ଡ ବିଦ୍ୱାନ ଥିଲେ। ଏ ସୃଷ୍ଟି ପାଇଁ ତାଙ୍କର ରହିଛି ଅନେକ ଅବଦାନ। ତେବେ ଆସନ୍ତୁ ଜାଣିବା ଏ ବିଶାଳ ସୃଷ୍ଟି ପାଇଁ ସେ କ’ଣ କରିଛନ୍ତି?
କୁହାଯାଏ ଯେ ହିନ୍ଦୁ ଦେବତା ବ୍ରହ୍ମାଙ୍କ ପୁତ୍ର ବିଶ୍ୱକର୍ମା ସମଗ୍ର ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ। ବିଶ୍ୱକର୍ମାଙ୍କୁ ମଧ୍ୟ ଦେବତାମାନଙ୍କ ପ୍ରାସାଦର ସ୍ଥପତି ବୋଲି କୁହାଯାଏ। ତେବେ ଆସନ୍ତୁ ଜାଣିବା ତାଙ୍କ ନିର୍ମିତ କେତେକ ମହାନ ନଗରୀ।