ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ‘ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ’ ପାଳନ କରାଯାଏ। ଏହି ବିଶେଷ ଦିନ ପାଇଁ ୨୦୦୭ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ‘ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ’ ଲୋକମାନଙ୍କ ବିଷୟରେ ଏବଂ ଗଣତନ୍ତ୍ରର ମହତ୍ୱ ବିଷୟରେ ସ୍ମରଣ କରିବାରେ ଏକ ସୁଯୋଗ ପ୍ରଦାନ କରେ।
ଗଣତନ୍ତ୍ରର ଧାରଣା ଏବଂ ବିଚାରକୁ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଅନେକ ଲୋକ ଗଣତନ୍ତ୍ରର ନୀତି ଭାଙ୍ଗିବାକୁ କିମ୍ବା ଧରି ରଖିବାକୁ ଚାହୁଁଛନ୍ତି। ମଣିଷର ମୌଳିକ ଅଧିକାରର ସୁରକ୍ଷା ଏବଂ ପ୍ରଭାବଶାଳୀ ସମର୍ଥନକୁ ସ୍ମରଣ କରିବା ପାଇଁ ‘ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ୍ ଏକ ଗୁରୁତ୍ୱପୂର୍ଣ୍ଣ ଦିନ।
Also Read
ଅଧିକ ପଢ଼ନ୍ତୁ: ଆଉ ଶୁଣିବାକୁ ମିଳିବନି 'ଦରବାର୍', ଏବେ 'ଗଣତନ୍ତ୍ର'
ଇତିହାସ:
ଗଣତନ୍ତ୍ରର ଘଟଣାକୁ ପ୍ରୋତ୍ସାହିତ କରିବା ତଥା ଦୃଢ କରିବା ପାଇଁ ମିଳିତ ଜାତିସଂଘର ସାଧାରଣ ସଭାରେ ୮ ନଭେମ୍ବର ୨୦୦୭ରେ ପାରିତ ହୋଇଥିବା ଏକ ସଂକଳ୍ପ ମାଧ୍ୟମରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପ୍ରତିଷ୍ଠା କରାଯାଇଥିଲା। ମିଳିତ ଜାତିସଂଘ ଅନୁଯାୟୀ, ମାନବିକ ଅଧିକାର ଏବଂ ନୂତନ ନିୟମ ସର୍ବଦା ସମାଜରେ ସୁରକ୍ଷିତ ରହିଥାଏ। ଏହାକୁ ଅନ୍ତର ସଂସଦୀୟ ସଂଘ(ଆଇପିୟୁ) ଦ୍ୱାରା ୧୫ ସେପ୍ଟେମ୍ବର ୧୯୯୭ରେ ଗ୍ରହଣ କରାଯାଇଥିଲା।
ମହତ୍ତ୍ୱ:
ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ସମସ୍ତ ଲୋକଙ୍କୁ ଏବଂ ସରକାରଙ୍କୁ ମାନବିକ ଅଧିକାରକୁ ସମ୍ମାନ ଦେବା ଏବଂ ଗଣତନ୍ତ୍ରରେ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ କରିବାକୁ ଅନୁରୋଧ କରେ। ଜନସାଧାରଣଙ୍କୁ ଚିନ୍ତାର ବିଷୟ ଉପରେ ଶିକ୍ଷା ଦେବା, ସମଗ୍ର ବିଶ୍ୱରେ ସମସ୍ୟାର ସମାଧାନ ପାଇଁ ରାଜନୈତିକ ଇଚ୍ଛାଶକ୍ତି ଏବଂ ସମ୍ବଳର ଏକତ୍ର କରିବା ଏବଂ ମାନବତା ଉପଲବ୍ଧୀକୁ ଦୃଢ କରିବା ପାଇଁ ଏହି ଦିବସ ପାଳନ କରାଯାଏ।
ତେବେ ସାଧାରଣ ଲୋକ ଏବଂ ଅନେକ ସଂଗଠନ ବିଭିନ୍ନ ଉପାୟରେ ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରନ୍ତି। ଲୋକମାନଙ୍କୁ ଗଣତନ୍ତ୍ର ବିଷୟରେ ଅବଗତ କରାଇବା ଏହି ଦିନର ମୂଳ ଉଦ୍ଦେଶ୍ୟ। ଏହି ବିଶେଷ ଦିନରେ ଗଣତାନ୍ତ୍ରିକ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବିତର୍କ, ଆଲୋଚନା ଏବଂ ସମ୍ମିଳନୀ ପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।
ଦାର୍ଶନିକଙ୍କ ମତ:
- ଗଣତନ୍ତ୍ର କେବଳ ଶାସନ କ୍ଷେତ୍ରରେ ଏକ ପ୍ରୟୋଗ: ଲାଭେଲ୍
- ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ପାଇଁ ଏବଂ ଲୋକମାନଙ୍କ ଦ୍ୱାରା: ଆବ୍ରାହମ ଲିଙ୍କନ୍
- ଗଣତନ୍ତ୍ର ହେଉଛି ଏକ ଶାସନ ବ୍ୟବସ୍ଥା ଯେଉଁଥିରେ ଶାସନର ଶକ୍ତି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ କିମ୍ବା ବର୍ଗରେ ନୁହେଁ ବରଂ ସମାଜର ସଦସ୍ୟଙ୍କ ଉପରେ ନ୍ୟସ୍ତ ହୋଇଥାଏ: ଲର୍ଡ ବ୍ରାଇସ୍
- ଗଣତନ୍ତ୍ର ହେଉଛି ଶାସନର ସେହି ରୂପ ଯେଉଁଥିରେ ସାର୍ବଭୌମତ୍ୱ ସାମୂହିକ ଭାବରେ ଲୋକଙ୍କ ଉପରେ ନ୍ୟସ୍ତ ଥାଏ: ଜନ୍ସନ୍
- ଗଣତନ୍ତ୍ର ହେଉଛି ସେହି ଶାସ୍ନ ଯେଉଁଥିରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଂଶ ରହିଛି: ସିଲ୍