ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୁଏ। ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି। ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ମା’ ଦୁର୍ଗାଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ ଏବଂ ଗୃହକୁ ଆବାହନ କରାଯାଏ।
Also Read
ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।ପବିତ୍ର ମହାଳୟା। ମାଆ ଜଗତଜନନୀଙ୍କ ଆଗମନ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତି ପୀଠରେ ମାଆଙ୍କ ଭିନ୍ନ ଭିନ୍ନ ବେଶରେ ଆରାଧନା କରାଯିବ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷର ଅନ୍ୟ ଦିନ ମାନଙ୍କରେ ମାଆ ସମଲେଇ ସିନ୍ଦୁରବର୍ଣ୍ଣା ରୂପରେ ରହିଥାନ୍ତି। କିନ୍ତୁ ମହାଳୟା ଦିନ ମାଆଙ୍କୁ ଧବଳମୁଖୀ ବେଶରେ ସଜ୍ଜିତ ହୋଇଥାନ୍ତି। ସେହିପରି ଆଜି ପୂର୍ବ ପୁରୁଷଙ୍କୁ ପିଣ୍ଡଦାନ ଓ ଶ୍ରାଦ୍ଧ ପରମ୍ପରା ରହିଛି। ତେଣୁ ବିଭିନ୍ନ ପୂଣ୍ୟ ତୀର୍ଥ କ୍ଷେତ୍ରରେ ଲୋକଙ୍କ ସମାଗମ ବଢ଼ିଛି।
ପବିତ୍ର ମହାଳୟା ଅମାବାସ୍ୟା ଅବସରରେ ସକାଳୁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧିରେ ଭିଡ଼ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ଦୃଶ୍ୟ ଦେଖିବାକୁ ମିଳିଛି | ଦୀର୍ଘ ପନ୍ଦରଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧିରହିଛି। ମହାଳୟା ଅମାବାସ୍ୟାରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ କରାଯାଇଥାଏ।
ପୂର୍ବରୁ ଶ୍ରୀମନ୍ଦିର ବାଇଶିପାହାଚରେ ପିଣ୍ଡଦାନ କରାଯାଉଥିଲା। ଟିକେଟ କାଟି ଭକ୍ତମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରୁଥିଲେ। ଏବେ ଶ୍ରୀମନ୍ଦିର ବାହାରେ ଉତ୍ତରପୂର୍ବ କୋଣରେ ମେଘନାଦ ପାଚେରୀକୁ ଲାଗି ଭକ୍ତମାନେ ତିଳତର୍ପଣର ଅନ୍ତ କରି ଶ୍ରାଦ୍ଧ ପ୍ରଦାନ କରୁଛନ୍ତି।ବିଶେଷକରି ଶ୍ରୀକ୍ଷେତ୍ରରେ ମାର୍କଣ୍ଡେୟ ପୁଷ୍କରିଣୀ, ନରେନ୍ଦ୍ର ପୁଷ୍କରିଣୀ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ବ୍ରାହ୍ମଣମାନଙ୍କ ଦ୍ବାରା ଶ୍ରୀମନ୍ଦିର ଉତ୍ତରଦ୍ବାର ନିକଟରେ ପିତୃପୁରୁଷଙ୍କୁ ମହାପ୍ରସାଦ ଦେଇ ସନ୍ତୁଷ୍ଟ କରାଯାଏ ବୋଲି ବିଶ୍ୱାସ ରହିଛି। ସେହିପରିପବିତ୍ର ବିନ୍ଦୁସାଗର କୂଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସି ପିତୃପୁରୁଷଙ୍କୁ ପିଣ୍ଡଦାନ କରି ଶ୍ରଦ୍ଧା ଅର୍ପଣ କରୁଛନ୍ତି