Advertisment

Gandhi Jayanti 2024: ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ ମିଛ, କରିଥିଲେ ଚୋରି

ସତ୍ୟର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଅନେକ ଖରାପ ଅଭ୍ୟାସ ମଧ୍ୟ ଥିଲା ଯାହାକୁ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀ ସତ୍ୟର ପ୍ରୟୋଗରେ ବର୍ଣ୍ଣନା କରିଛନ୍ତି। ସାଧାରଣ ପିଲାମାନଙ୍କ ପରି ଗାନ୍ଧିଜୀ ମଧ୍ୟ ତାଙ୍କ ପିଲାଦିନରେ ଅନେକ ଭୁଲ କରିଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ସେ ନିଜ ଭୁଲରୁ ଶିଖୁଥିଲେ ଏବଂ ଏହାକୁ ଆଉ ପୁନରାବୃତ୍ତି କରୁ ନ ଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Mahatma Gandhi, the worshiper of truth, also lied and stole

Mahatma Gandhi, the worshiper of truth, also lied and stole

ଆଜି ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ। ମୋହନଦାସ କରମଚାନ୍ଦ ଗାନ୍ଧୀ କେବଳ ଜଣେ ପ୍ରସିଦ୍ଧ ଜନନେତା ନ ଥିଲେ ବରଂ ଭାରତର ସର୍ବଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ। ଅହିଂସା ପଥ ଅନୁସରଣ କରି ଜାତିର ପିତା ଆମକୁ ବ୍ରିଟିଶମାନଙ୍କଠାରୁ ସ୍ୱାଧୀନତା ଦେଲେ। ଜାତିର ପିତାଙ୍କ ଦ୍ୱାରା ପ୍ରଦର୍ଶିତ ଅହିଂସା ଏବଂ ମାନବିକତାର ମାର୍ଗକୁ ପ୍ରତ୍ୟେକ ଅନୁସରଣ କରିବା ଉଚିତ।

Advertisment

ସମଗ୍ର ଦେଶ ସ୍ନେହରେ ଗାନ୍ଧିଜୀଙ୍କୁ ବାପୁ ବୋଲି ଡାକନ୍ତି। ତେବେ ଗାନ୍ଧୀଜୀ ପିଲାଦିନରୁ ପାଠ ପଢାରେ ଜଣେ ଉଜ୍ଜ୍ୱଳ ଛାତ୍ର ନଥିଲେ। ଗଣିତ ଏବଂ ଭୂଗୋଳରେ ସେ ଖୁବ ଦୁର୍ବଳ ଥିଲେ। ତାଙ୍କର ହସ୍ତଲିଖନ ମଧ୍ୟ ସୁନ୍ଦର ନଥିଲା।

ସାଧାରଣ ପିଲାମାନଙ୍କ ପରି ଗାନ୍ଧିଜୀ ମଧ୍ୟ ତାଙ୍କ ପିଲାଦିନରେ ଅନେକ ଭୁଲ କରିଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲା ସେ ନିଜ ଭୁଲରୁ ଶିଖୁଥିଲେ ଏବଂ ଏହାକୁ ଆଉ ପୁନରାବୃତ୍ତି କରୁ ନ ଥିଲେ। ସତ୍ୟର ଏହି ପୂଜାରୀଙ୍କ ମଧ୍ୟରେ ଅନେକ ଖରାପ ଅଭ୍ୟାସ ମଧ୍ୟ ଥିଲା ଯାହାକୁ ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀ ସତ୍ୟର ପ୍ରୟୋଗରେ ବର୍ଣ୍ଣନା କରିଛନ୍ତି। ଚୋରି ଠାରୁ ଆରମ୍ଭ କରି ମିଛ କହିବା ପର୍ଯ୍ୟନ୍ତ ସବୁ କିଛି ସେ ଏହି ସଂକଳନରେ ଉଲ୍ଲେଖ କରିଛନ୍ତି।

Advertisment

ଗାନ୍ଧିଜୀଙ୍କ ବ୍ୟକ୍ତିତ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କର ସତ୍ୟ ପ୍ରତି ଆଗ୍ରହ ଅର୍ଥାତ୍ ଶରୀର, ମନ ଏବଂ ବକ୍ତବ୍ୟରେ ସତ୍ୟ ପ୍ରତି ଭକ୍ତି ଏବଂ ଏହାକୁ ଜୀବନରେ କାର୍ଯ୍ୟକାରୀ କରିବା। ବାସ୍ତବରେ, ଯେତେବେଳେ ଏହି ସତ୍ୟ ଗାନ୍ଧିଜୀଙ୍କ ଭିତରେ ରୂପ ନେବା ଆରମ୍ଭ କଲା, ସେତେବେଳେ ଏହା ତାଙ୍କୁ ମହା ମାନବ କରିଦେଲା।

ସିଗାରେଟ୍ ଟାଣିବା ଅଭ୍ୟାସ:

ରାଷ୍ଟ୍ରପିତା ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ସେ ଜଣେ ସମ୍ପର୍କୀୟଙ୍କ ସହ ବିଡି ଏବଂ ସିଗାରେଟ୍ ଟାଣିବାର ଅଭ୍ୟାସରେ ପଡିଗଲେ। ଏନେଇ ଅନେକ ସମୟରେ ତାଙ୍କ ପାଖରେ ଟଙ୍କା ନଥିଲା। ଯଦିଓ ସେ ସିଗାରେଟ୍ ଟାଣିବାର ଭଲ ଓ ମନ୍ଦ ଜାଣି ନଥିଲେ କିନ୍ତୁ ସିଗାରେଟ୍‌ରୁ ଧୂଆଁ ଉଡେଇବା ପ୍ରକୃତ ମଜ୍ଜା ବୋଲି ସେ ଭାବୁଥିଲେ।

ତାଙ୍କ ଦାଦାଙ୍କର ସିଗାରେଟ ଟାଣିବାର ଅଭ୍ୟାସ ଥିଲା। ଦାଦା ଏବଂ ଅନ୍ୟ ବୃଦ୍ଧମାନଙ୍କ ବିଡି ଓ ସିଗାରେଟ୍‌ରୁ ଧୂଆଁ ଉଡେଇବା ଦେଖି ତାଙ୍କର ସିଗାରେଟ୍ ଟାଣିବା ନେଇ ଇଛା ହୋଇଥିଲା। ଯେତେବେଳେ ତାଙ୍କ ପାଖରେ ପଇସା ହେଉ ଥିଲା ଦାଦା ସିଗାରେଟ୍ ଟାଣି ସାରିବା ପରେ ଯାହାକୁ ପକେଇ ଦେଉଥିଲେ ସେ ତାକୁ ଲୁଚେଇକି ନେଇ ଟାଣୁଥିଲେ।

ଚୋରି କରିବାର ଅଭ୍ୟାସ:

ସାଙ୍ଗମାନଙ୍କ ସହ ପଡି ସିଗାରେଟ୍ ଟାଣିବା ନିଶା ହୋଇଯିବା ପରେ ଟଙ୍କା ଅଭାବରୁ ତାଙ୍କୁ ଚୋରି କରିବାକୁ ପଡିଲା। ତାଙ୍କ ସାଙ୍ଗଙ୍କ ସହ ପଡି ସେ ତାଙ୍କ ଦାଦା ଘରୁ ଚୋରି କରି ସିଗାରେଟ ଟାଣୁଥିଲେ। ଯେତେବେଳେ ସିଗାରେଟ୍ ସରିଯାଉଥିଲା ପନିପରିବା ପତ୍ରକୁ ସିଗାରେଟ୍ କରି ଟାଣୁଥିଲେ।

ଖାଲି ଏତିକି ନୁହେଁ ବେଳେବେଳେ ସେ ତାଙ୍କ ଘରର ଚାକରମାନଙ୍କଠାରୁ ମଧ୍ୟ ଟଙ୍କା ଚୋରି କରି ସିଗାରେଟ୍ କିଣି ଟାଣୁଥିଲେ। ଯେତେବେଳେ ଏହି ଚୋରି ବଢିଗଲା ସେ ଧରା ପଡିଥିଲେ ଆଉ ଏହା ନକରିଥିବା ମିଛ ମଧ୍ୟ କହିଥିଲେ। କିନ୍ତୁ ପରେ ସେ ନିଜକୁ ଦୋଷୀ ବୋଲି ଅନୁଭବ କଲେ। ଆଉ ଏହାର ପୁନରାବୃତ୍ତି କେବେ କଲେ ନାହିଁ।

ଆତ୍ମହତ୍ୟା ବିଚାର:

ଗାନ୍ଧିଜୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଏହି ଅପରାଧ ସ୍ୱୀକାର କରିବା ସହିତ ଏଥିରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଓ ତାଙ୍କ ସାଙ୍ଗ ଆତ୍ମହତ୍ୟା କରିବାକୁ ଜଙ୍ଗଲକୁ ଯାଇଥିଲେ। ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ଦୁଦୁରା ଫଳ ଖାଇବା ଦ୍ୱାରା ମୃତ୍ୟୁ ହୋଇଥାଏ। ସେମାନେ ଜଙ୍ଗଲରେ ଏହାକୁ ଖୋଜିଲେ ଓ ପାଇବା ପରେ ଦୁହେଁ ଏହାକୁ ଖାଇଥିଲେ। କିନ୍ତୁ ଯେତେବେଳେ କିଛି ହେଲା ନାହିଁ, ସେ ପରବର୍ତ୍ତୀ ସମୟରେ ଏହାକୁ ନେଇ ବିତର୍କ କରିବା ଆରମ୍ଭ କରିଥିଲେ।

Mahatma Gandhi Mahatma Gandhi Ahimsa Gandhi Jayanti
Advertisment
Advertisment