ଆଜି ଦିନ ପ୍ରାୟ ୧୧ରୁ ସାଢ଼େ ୧୧ଟାରେ ଉତ୍ତମ ମହାନ୍ତିଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ। ଏହାପରେ ପାର୍ଥିବ ଶରୀରକୁ ତାଙ୍କର ବାସଭବନ ବରମୁଣ୍ଡାକୁ ନିଆଯିବ। ଏହାପରେ ସତ୍ୟ ନଗର ନିଆଯିବ। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ ସଂପନ୍ନ କରାଯିବ। ଏହି ସୂଚନା ଦେଇଛନ୍ତି ଉତ୍ତମ ମହାନ୍ତିଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର ।
୧୯୭୭ ମସିହାରେ ବାରିପଦାରେ ସୁନାମଧନ୍ୟ ନିର୍ଦ୍ଦେଶକ ସାଧୁ ମେହେର 'ଅଭିମାନ' ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ। ସେଠାରେ ଗତ ୨୦ ଦିନ ହେଲା ତାଙ୍କର ଚିକିତ୍ସା ଜାରି ରହିଥିଲା।
‘ତରଙ୍ଗ୍ ପ୍ଲସ୍’ରେ ଆଉ ଏକ ନୂଆ କ୍ୟାଟେଗୋରୀ ‘ତରଙ୍ଗ ପ୍ଲସ୍ ସର୍ଟସ୍’ ଲଞ୍ଚ୍ ହେବାକୁ ଯାଉଛି। ଏଠାରେ ଲୋକମାନେ ସର୍ଟସ୍ ଫିଲ୍ମର ମଜା ନେଇପାରିବେ। ଜାଣନ୍ତୁ କେବେଠାରୁ ହେବ ଷ୍ଟ୍ରିମିଂ।
ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଖୋଦ୍ ପୋଲିସ୍ ଉପସ୍ଥିତିରେ, ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ପିଟାପିଟି ସ୍ଥିତିରେ ପହଞ୍ଚିଛନ୍ତି ଉଭୟେ ।
ବ୍ୟାସକବି ଫକୀର ମୋହନ ସେନାପତିଙ୍କ କୌଣସି ଲେଖାକୁ ପ୍ରଶ୍ନ କରିବାର ଧୃଷ୍ଟତା ମୋର ନାହିଁ । କାରଣ ବ୍ୟାସକବିଙ୍କ ଲେଖାକୁ ନେଇ ମୋର କୌଣସି ଜ୍ଞାନ ନାହିଁ ବୋଲି ମନୋଜ ମିଶ୍ର କହିଛନ୍ତି ।
ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୨୦୨୦, ୨୧ ଏବଂ ୨୨ ପାଇଁ ପୁରସ୍କାର ଘୋଷଣା ।
ମୁଁ ମୋ ପାଇଁ କହୁନି, ଆଗାମୀ ପିଢ଼ି ପାଇଁ ମୁଁ କହୁଛି । ଆଗାମୀ ପିଢ଼ି ଆମକୁ ଗାଳି ନ ଦେଉ । ସେଥିପାଇଁ ମୁଁ କହିବି । ଅନ୍ୟପକ୍ଷରେ ନାଁ ନେଇ କିଛି ନିର୍ମାତା, ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ।
୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ୟଶ୍ଙ୍କ ଫିଲ୍ମ 'କେଜିଏଫ୍ ୨' ଏବଂ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଜାତୀୟ ପୁରସ୍କାର ପାଇଛି। ମାଲାୟାଲମ୍ ଚଳଚ୍ଚିତ୍ର 'ଅଟ୍ଟମ୍' ଶ୍ରେଷ୍ଠ ଫିଚର୍ ଫିଲ୍ମ ପୁରସ୍କାର ଲାଭ କରିଛି। ଯେଉଁଠାରେ ଋଷଭ ଶେଟ୍ଟୀ, ନିତ୍ୟା ମେନେନ ଏବଂ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ ଆଖ୍ୟା ପାଇଛନ୍ତି।
ଟାଟୁ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ହେଲେ ଆମ ଓଲିଉଡର କୌଣସି ହିରୋଙ୍କ ଛବି କେହି ଛାତିରେ ଆଙ୍କିଥିବା ହୁଏତ କେବେ ଦେଖିନଥିବେ ।
ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ୍ ଆମେ ଏଠାରେ ଦେଉଛୁ।
ରୁଦ୍ର ଓ ଅପର୍ଣ୍ଣା। ଘରେ ରୁଦ୍ରର ହାକିମାତି ଚଳେ। କିନ୍ତୁ ଅପର୍ଣ୍ଣା ପାଠପଢୁଆ ଝିଅ, ଗୀତ ବୋଲିବାକୁ ଓ ସମାଜ ସଂସ୍କାର ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ କରିବାକୁ ଭଲପାଏ। ସର୍ବୋପରି ସାଙ୍ଗମାନଙ୍କ ସହ ମିଶି ହସଖୁସିରେ ସମୟ କାଟିବାକୁ ପସନ୍ଦ କରେ।
ତାଙ୍କ ଅସ୍ତ୍ରୋପଚାର କରାଯାଇପାରେ ବୋଲି ସୂଚନା ମିଳିଛି ।
ପ୍ରେମିକର ନାଁ ପୁଷ୍କରା। ଯିଏ ଶପଥ ନିଏ କେବେ ବିବାହ କରିବନି। ହେଲେ କ’ଣ ପାଇଁ ?
ଶିଶୁ ଦିବସରେ ଛାତ୍ରଛାତ୍ରୀଙ୍କ ପାଇଁ ତରଙ୍ଗ ପ୍ଲସର ବଡ ଭେଟି । ପ୍ରଥମ ଥର ପାଇଁ ଓଡିଆରେ ଆସିଛି କାର୍ଟୁନ ସୋ ସିରିଜ ।
ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି । ବିବାଦ ପଛରେ ରହିଛି ୫ଲକ୍ଷ ୮୦ ହଜାର ଟଙ୍କାର କାରବାର ।
ମହିଳା ସମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ଗତ ଶନିବାର ଟୁଟୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ଖାରବେଳ ନଗର ଥାନା ପୋଲିସ ।
ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱର ନୁହେଁ । ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି: ମନୋଜ ମିଶ୍ର
କର୍କଟ ରୋଗରେ ପୀଡ଼ିତ ଥାଇ ୭୬ ବର୍ଷରେ ହୋଇଥିଲା ପରଲୋକ, ଦୀର୍ଘ ୬ ଦଶନ୍ଧି ଧରି ଓଲିଉଡ଼ରେ ଚାଲିଥିଲା ସ୍ବରୂପଙ୍କ କାଳଜୟୀ ଯାତ୍ରା...ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ...
ସ୍ୱରୂପ ନିଜ ସୃଜନର ସର୍ବସ୍ୱ ଅର୍ପଣ କରି ଆଜି ଫେରିଯାଇଛନ୍ତି। ଛାଡି ଯାଇଛନ୍ତି ଅମର ସଙ୍ଗୀତମାନଙ୍କୁ। ଯାହା ସବୁଦିନ, ଆମ ମନରେ ତାଙ୍କୁ ବାନ୍ଧି ରଖିଥିବ।
ବହୁ ଓଡ଼ିଆ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।
ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ଓଲିଉଡ୍ ଦୁଇଫାଳ । ତେଜିବାରେ ଲାଗିଛି ଓଲିଉଡ୍ କଳାକାରଙ୍କ କଳି ।
ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ପ୍ରତୀକ୍ଷା ଚଳଚ୍ଚିତ୍ର ପୁରସ୍କାର ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା' ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି ।