/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732285454.jpg)
Actor Manoj Mishra & Bobby Islam Clash Intensifies
ସୀମା ଟପିଗଲା ଅସଭ୍ୟ ଆଚରଣ, ରାସ୍ତା ଉପରେ ଗଣ୍ଡଗୋଳ କଲେ ସିନେମା ଷ୍ଟାର୍ । ମନୋଜ ମିଶ୍ର ଓ ବବି ଇସଲାମଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଖୋଦ୍ ପୋଲିସ୍ ଉପସ୍ଥିତିରେ, ଭୁବନେଶ୍ବର ଡିସିପିଙ୍କ କାର୍ଯ୍ୟାଳୟ ଆଗରେ ପିଟାପିଟି ସ୍ଥିତିରେ ପହଞ୍ଚିଛନ୍ତି ଉଭୟେ । ପୂର୍ବ ବିବାଦକୁ ସମାଧାନ କରିବାକୁ ଯାଇ ଏବେ ବିବାଦ ଜଟିଳ ମୋଡ଼ ନେଇଛି ।
ଓଲିଉଡର କଳି ରାସ୍ତା ଉପରେ । କିଏ ଗାଳି, ତ ପୁଣି କିଏ ବାଡ଼େଇବାକୁ ଗଲା ମାଡ଼ି । ରାଜଧାନୀ ଭୁବନେଶ୍ବରରେ, ପୋଲିସ୍ ଆଗରେ ହାଇଡ୍ରାମା ଆଜି ସମସ୍ତଙ୍କୁ ଚକିତ କରିଛି। ପରସ୍ପରକୁ ଗାଳି ଗୁଲଜ ଏମିତି ଶୁଣିବା ବି ସମ୍ଭବପର ନୁହେଁ । କୌଣସି ଫିଲ୍ମର ସୁଟିଂ କଥା ଆମେ କହୁନୁ ବରଂ ରିୟଲ୍- ଏକଦମ ସତ ଘଟଣା । ଅଭିନେତା ମନୋଜ ମିଶ୍ର ଓ ନିର୍ଦ୍ଦେଶକ ବବି ଇସଲାମ୍ଙ୍କ ମଧ୍ୟରେ ଟଣାଓଟରା, ଆରୋପ ପ୍ରତ୍ୟାରୋପ ଏତେ ଆଗକୁ ବଢ଼ି ଗଲା ଯେ, ବିଚ୍ ରାସ୍ତା ଉପରେ ଖୋଦ୍ ଚନ୍ଦ୍ରଶେଖରପୁର ଥାନା ଅଧିକାରୀଙ୍କ ଆଗରେ ହୋଇଛି ଗଣ୍ଡଗୋଳ । ସମୟ ସକାଳ ସାଢେ ୧୧ଟା, ମନୋଜ ଓ ବବିଙ୍କ ମଧ୍ୟରେ ବିବାଦ ସମାଧାନ କରିବାକୁ ଭୁବନେଶ୍ବର ଡିସିପି ଅଫିସକୁ ଡାକିଥିଲା ପୋଲିସ । ହେଲେ ବିବାଦ ସମାଧାନ ହେବ କ’ଣ ଓଲଟା ବଢ଼ିଗଲା । ଗଣ୍ଡଗୋଳରୁ ଉଭୟଙ୍କୁ ନିବୃତ୍ତ କରିବାକୁ ଉଦ୍ୟମ କରି ଥାନା ଅଧିକାରୀ ବି ଝାଳନାଳ।
ଅଧିକ ପଢ଼ନ୍ତୁ: କ୍ଷମା ମାଗିଲେ ଅଭିନେତା ମନୋଜ ମିଶ୍ର, କହିଲେ....
ବିବାଦ ଏତିକିରେ ଥମନି । ଆଉ ଏକ ଥାନାରେ ନୂଆ ଏତଲା । ଆଜିର ଘଟଣା ପାଇଁ ସହିଦ ନଗର ଥାନାରେ ମନୋଜଙ୍କ ନାଁରେ ଅଭିଯୋଗ କରିଛନ୍ତି ବବି ଇସଲାମ । ଆଉ ସେପଟେ ଆଜିର କାଣ୍ଡ ପାଇଁ ଭୁଲ ମାଗିଛନ୍ତି ମନୋଜ, କିନ୍ତୁ ସିନେମାର ନାଁ ପରିବର୍ତ୍ତନ ପାଇଁ ପୁରୁଣା ଦାବିକୁ ଦୋହରାଇଛନ୍ତି । ଏସବୁ ଭିତରେ ପୋଲିସ୍ ଉଭୟଙ୍କୁ ଚେତାବନୀ ଦେଇ ଛାଡ଼ିଛି ।
ଓଡ଼ିଆ ଫିଲ୍ମ ‘ରାଣ୍ଡି ପୁଅ ଅନନ୍ତା’ ପାଇଁ ମନୋଜ ବନାମ୍ ଓଡ଼ିଆ ସିନେ ନର୍ଦ୍ଦେଶକ ସଂଘ ମୁହାଁମୁହିଁ ହୋଇଛନ୍ତି । ସିନେମାରୁ ‘ରାଣ୍ଡି ପୁଅ’ ନାଁକୁ ବାଦ ଦେବାକୁ ନେଇ ବିବାଦ ଏବେ ଥାନାରୁ ଥାନା ଘୁରି ବୁଲୁଛି । ମନୋଜଙ୍କ ବିପକ୍ଷରେ କଟକ ଦରଘା ବଜାରରେ ବବି ଏତଲା ଦେଇଥିବା ବେଳେ ମନୋଜ ବି ପାଲଟା ଅଭିଯୋଗ ଚନ୍ଦ୍ରଶେଖରପୁର ଥାନାରେ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)