ଜୁନ ମାସର ଅନ୍ତିମ ଦିନ ୩୦ ତାରିଖରେ ମଧ୍ୟ ରାଜ୍ୟ ସରକାରଙ୍କ ପିଛା ଛାଡିନଥିଲା ଅଡୁଆ ପରିସ୍ଥିତି ! ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଆକ୍ରମଣ ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ । ସାଧାରଣତଃ ଏହି ଦାୟିତ୍ୱରେ ଥିବା ଅଫିସରଙ୍କୁ ଅନ୍ୟ କାମ ଦିଆଯାଇନଥାଏ । କିନ୍ତୁ ଶାଶ୍ୱତଙ୍କୁ ଏକାଧିକ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ୧୯୯୬ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି ।
ରଥଯାତ୍ରାକୁ ଶୃଙ୍ଖଳିତ ଓ ଅଘଟଣ ମୁକ୍ତ କରିବାକୁ ବ୍ୟାପକ ପ୍ରସ୍ତୁତି । ପୁରୀକୁ ଜଗିବ ୨୭୫ଟି AI କ୍ୟାମେରା । ସୁରକ୍ଷା ପାଇଁ ନିଆଯିବ ଡ୍ରୋନର ସହାୟତା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।
ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ ।
ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବର୍ଷେ ଶାସନର ସୌଭାଗ୍ୟ ମିଳିଛି । ବର୍ଷକ ଭିତରେ ଅନେକ ଉପଲବ୍ଧି ମିଳିସାରିଛି । ଓଡ଼ିଶା ବିକାଶ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଛି । ଓଡ଼ିଶାକୁ ପୂର୍ବ ଭାରତର ଶିଳ୍ପ ହବ୍ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ।
ବଢ଼ି ଚାଲିଛି କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଭିତରେ ଅସନ୍ତୁଳନ । କେମିତି ବାଦ୍ ପଡ଼ିନାହାନ୍ତି ଖୋଦ୍ ସିଏମ୍, ଓଟିଭି ଇଣ୍ଟରଭ୍ୟୁରେ ବଖାଣିଲେ ଅନୁଭବ ।ୱାର୍କ ସହ ଲାଇଫକୁ ବାଲାନ୍ସ ପାଇଁ ଯୋଗ ଗୁରୁ ଓ ଡାକ୍ତରଙ୍କ ଟିପ୍ସ
ଜୁନ୍ ୨୦ରେ ରାଜଧାନୀରେ ମୋଦି କରିବେ ରୋଡ୍ ସୋ । ବିକଶିତ ଓଡ଼ିଶା ପାଇଁ ପକାଇବେ ନିଅଁ । ମୋହନ ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧନ । ଏନେଇ ଚଳଚଞ୍ଚଳ ବିଜେପି ଶିବିର । ଓଡ଼ିଶା ପାଇଁ ମୋଦିଙ୍କ ମେଗା ପ୍ଲାନ୍ ଉପରେ ସମସ୍ତଙ୍କ ନଜର ।
ମୁଖ୍ୟମନ୍ତ୍ରୀ ଶାସନର ବିକେନ୍ଦ୍ରିକରଣ କରିଛନ୍ତି । ମନ୍ତ୍ରୀମାନଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀମାନଙ୍କ କାର୍ଯ୍ୟରେ ଆଦୌ ରାଜନୈତିକ ହସ୍ତକ୍ଷେପ ହେଉଥିବା ଦେଖିବାକୁ ମିଳୁନାହିଁ । ଅବଶ୍ୟ ଆଗକୁ କ’ଣ ହେବ, ତାହା ଏବେ କହିହେବ ନାହିଁ । ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଅଧିକାରୀମାନଙ୍କ ଉପରେ କଡ଼ା ନଜର ରଖିଥିବାରୁ ପ୍ରତ୍ୟେକଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେବା ପାଇଁ ପ୍ରୟାସ ଚାଲିଛି ।
ମୋହନ ସରକାରଙ୍କ ବର୍ଷକର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ପ୍ରଚାର ପ୍ରସାର କରିବ । ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
୧୨ ଜୁନ ୨୦୨୪ରେ ଓଡିଶା ପାଇଥିଲା ନୂଆ ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ। ଆଜି ମୋହନ ସରକାରକୁ ପୂରଣ ହୋଇଛି ଗୋଟିଏ ବର୍ଷ। ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ୨୦ ତାରିଖରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ମୋହନ ବନାମ ନବୀନ । ଓଡ଼ିଶା ଦିବସରେ ମୁହାଁମୁହିଁ । ବିଜେଡି ମୁଖିଆ ନବୀନଙ୍କ କହିବା କଥା ୨୦୨୪ ମସିହା ପର୍ଯ୍ୟନ୍ତ ଓଡ଼ିଶାର ସୂବର୍ଣ୍ଣଯୁଗ ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହିସାବରେ ଆମେ ଗଢିବୁ ସମୃଦ୍ଧ ଓଡ଼ିଶା ।
ରାଜ୍ୟ କ୍ୟାବିନେଟ ବୈଠକରେ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’କୁ ଅନୁମୋଦନ ମିଳିବା ସହ ଜୈବ ପ୍ରଯୁକ୍ତି ବିଜ୍ଞାନର ବିକାଶ ଯୋଜନା ଓ ଛେଳିଗଡ଼ ଜଳ ସେଚନ ପ୍ରକଳ୍ପର କଂକ୍ରିଟ ଡ୍ୟାମ ଏବଂ ସିଙ୍ଗିଲ ୱେ ନିର୍ମାଣକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚନ୍ଦ୍ରଶେଖରପୁରରେ ଆବଣ୍ଟିତ ସରକାରୀ ଜମି ପାଇଁ ୨ କୋଟି ୬୦ ଲକ୍ଷ ଛାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ମୋହନଙ୍କ ପାଇଁ ଆଉ ଏକ ବଡ଼ ଆହ୍ୱାନ ଥିଲା ଯେ ପୂର୍ବରୁ ମନ୍ତ୍ରୀ ଭାବେ କାର୍ଯ୍ୟ କରିନଥିବା ଅନେକ ବିଧାୟକଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ୍ କରି ସରକାର ଚଳାଇବା । ତାଙ୍କ ମନ୍ତ୍ରୀମଣ୍ଡଳରେ କନକବର୍ଦ୍ଧନ ସିଂହଦେଓଙ୍କ ବ୍ୟତୀତ ପୂର୍ବରୁ ଅନ୍ୟ କାହାର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବାର ଅଭିଜ୍ଞତା ନଥିଲା ।
ବିଡିଓଙ୍କ ପରେ ତହସଲିଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ । ସମୟ ଭିତରେ ଲୋକଙ୍କ ସମସ୍ୟା ସମାଧାନ କର । ଅଭିଯୋଗ ନେଇ ଯେମିତି କେହି ଭୁବନେଶ୍ୱର ନଆସନ୍ତୁ । ଜମିଜମା କାରବାର ବେଳେ ସ୍ବଚ୍ଛତା ରଖ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରିବେନି ମୋହନ ସରକାର ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଳିଙ୍ଗ ଷ୍ଟୁଡିଓ ପରିଦର୍ଶନ କରିବା ସହ କଳିଙ୍ଗ ଷ୍ଟୁଡିଓକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସବୁଠାରୁ ବଡ଼ ପ୍ରଶ୍ନ ହେଲା ବିଜେଡ଼ିର ଆନ୍ଦୋଳନ କାହିଁକି ପ୍ରଭାବୀ ହେଉନାହିଁ ? କାହିିଁକି ଦଳ ଏବେ ଟିକିଏ ଜାକିଜୁକି ହେଉଛି? କ’ଣ ପାଇଁ ଦଳର ନେତାମାନେ ଏକାଠି ହେଉନାହାଁନ୍ତି ? ଏହାର ଉତ୍ତର ରାଜନୈତିକ ମହଲରେ ମଧ୍ୟ ଭିନ୍ନଭିନ୍ନ ଭାବେ ଆଲୋଚନା ହେଉଛି ।
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଏଣିକି ଆଉ ୩୨ ନୁହେଁ ୪୨। ସରକାରୀ ଚାକିରି ଆବେଦନର ବୟସ ସୀମା ବଢ଼ିଲା । ଏହି ନିଷ୍ପତ୍ତି ଉପରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ ।
ମୋହନ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି ଜୁନ୍ । ଲୋକଙ୍କ ପାଖରେ ରଖିବେ ନିଜ ସରକାରର ପ୍ରଥମ ବର୍ଷ ପୂର୍ତ୍ତିର ରିପୋର୍ଟ କାର୍ଡ। ଏପଟେ ଆଉ କିଛି ଟାସ୍କ ବି ଦେଇଛନ୍ତି ପିଏମ୍ ମୋଦି ।
ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ପାଞ୍ଚ ପାଞ୍ଚ ଥର ଏହି ଆଞ୍ଚଳିକ ଦଳକୁ କ୍ଷମତାସୀନ କରାଇଲେ । ହେଲେ ଏହି ୨୪ ବର୍ଷ ଶାସନ ମଧ୍ୟରେ ବିଜୁ ଜନତା ଦଳ ‘ବିଜୁ ଲିଗାସୀ’ ମଧ୍ୟରୁ ବାହାରି ଆଉ ଏକ ଲିଗାସୀ ସୃଷ୍ଟି କରିବାରେ ଲାଗି ପଡ଼ିଲା । ପ୍ରଥମରୁ ବିଜୁଙ୍କ ଫଟୋଚିତ୍ର ଲଗାଇ ଏବଂ ଅନେକ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରାଗଲା । ଦଳ ଧିରେ ଧିରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କର ଏକ ଲିଗାସୀ ସୃଷ୍ଟି କରିବା ପାଇଁ ଚେଷ୍ଟା କଲା ।
ମୁଖ୍ୟମନ୍ତ୍ରୀଙ୍କର ଏହି ତାଗିଦକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଉଠୁଛି ଓ ପଡ଼ୁଛି । ଏହିଭଳି ଏକ ପ୍ରତିକ୍ରିୟା ବି ବେଶ୍ ସ୍ୱାଭାବିକ । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପଛର ଉଦ୍ଦେଶ୍ୟ ହେଲା ଯେ, ଅମଲାମାନେ ସେମାନଙ୍କର କ୍ଷେତ୍ର ପରିଦର୍ଶନ କର୍ତ୍ତବ୍ୟ ସମ୍ପାଦନ ନକରି ଅଧିକାଂଶ ସମୟରେ ନିଜର କାର୍ଯ୍ୟାଳୟରେ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟରେ ବସି ରହୁଛନ୍ତି ।
ମାତୃତ୍ୱ ଛୁଟିକୁ ଦ୍ୱନ୍ଦ ଦୂର କଲେ ମୋହନ ସରକାର । ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା । ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ନେଇ ହେବ ।
ବାଂଲାଦେଶ ଉପରେ ଭାରତ ସରକାର ଖପ୍ପା । ଓଡ଼ିଶାରୁ ବି ବିଦା ହେବେ ବାଂଲାଦେଶୀ ନାଗରିକ । ସରକାର ସଜାଗ, ପ୍ରଶାସନ ତତ୍ପର । ବାଙ୍ଗଲାଦେଶୀଙ୍କୁ ଚିହ୍ନଟ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ।
ପୋଲିସ କର୍ମଚାରୀଙ୍କ ଭତ୍ତା ଓ ପ୍ରୋତ୍ସାହନ ରାଶି ବୃଦ୍ଧି କଲେ ରାଜ୍ୟ ସରକାର । ଇନ୍ସପେକ୍ଟରଙ୍କ ପୋଷାକ ଭତ୍ତା ୪,୩୦୦ ଟଙ୍କାରୁ ୮,୬୦୦ ଟଙ୍କା, SI ଏବଂ ASIଙ୍କ ପୋଷାକ ଭତ୍ତା ୪,୨୦୦ ଟଙ୍କାରୁ ୮,୪୦୦ ଟଙ୍କାକୁ ବଢ଼ିଛି ।
ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଓ ତାଙ୍କ ସ୍ତ୍ରୀକୁ ଚାକିରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।