/odishatv-khabar/media/post_attachments/uploadimage/library/16_9/16_9_0/Sritam_Das_1700731936.jpg)
Sritam Das
ଓଲିଉଡ୍ ଅଭିନେତା ଶ୍ରୀତମ ଦାସ ଆହତ । ସୁଟିଂସେଟରେ ସୁଟିଂ କରୁଥିବା ବେଳେ ଶ୍ରୀତମ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ଏକ ପୌରାଣିକ କାହାଣୀର ସୁଟିଂ ବେଳେ ଘୋଡ଼ାରେ ଯାଉଥିବା ବେଳେ ସେ ଘୋଡ଼ାପିଠିରୁ ଖସିପଡିଥିଲେ। ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିବା ସହ ହାତ ଭାଙ୍ଗିଯାଇଛି । ତାଙ୍କୁ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଆଜି ତାଙ୍କ ଅସ୍ତ୍ରୋପଚାର କରାଯାଇପାରେ ବୋଲି ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)