• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

କାଳିଆ ସାଆନ୍ତଙ୍କ ମାନବୀୟ ଲୀଳା ମଧ୍ୟରେ ରଥଯାତ୍ରା ନିଆରା। ସେ ଭାବବିନୋଦିଆ, ସେ ଭକ୍ତ ଭାବରେ ବନ୍ଧା। ଏହିଦିନ କଳା ଠାକୁର ଶ୍ରୀମନ୍ଦିରର ଆଦବ କାଇଦାରୁ ବାହାରିଆସି ସବୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଲଗେଇଥାନ୍ତି ଭାବ, ଦେଇଥାନ୍ତି ଦର୍ଶନ।

ସେ ହେଉଛନ୍ତି ପ୍ରତି ଓଡ଼ିଆର ହୃଦୟ ଆଉ ଆତ୍ମା। ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ଅଧୁରା। ଫିଲ୍ମ ଦୁନିଆ ବି ଏଥିରୁ ବାଦ୍ ପଡିବ ବା କେମିତି।

 Live Updates: ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

ଯଦି ୮୦ କିମ୍ବା ୯୦ ଦଶକକୁ ଦେଖାଯାଏ ତେବେ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ତିଆରି ହୋଇଛି ଅନେକ ଓଡ଼ିଆ ସିନେମା। କେଉଁ କେଉଁ ଫିଲ୍ମରେ ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ କାହାଣୀକୁ ଚିତ୍ରିତ କରାଯାଇଛି ତ ପୁଣି କେଉଁ ଫିଲ୍ମରେ ଜଗନ୍ନାଥଙ୍କ ଝଲକ ଦେଖାଯାଇଛି। କିଛି ନ ହେଲେ ବି ସିନେମା ଆରମ୍ଭରୁ ଜଗନ୍ନାଥଙ୍କ ଫଟୋ ଚିତ୍ର ହେଉ କି ମୂର୍ତ୍ତି ହେଉ ଦେଖିବାକୁ ମିଳିଛି। ଅନେକ ଫିଲ୍ମରେ ଜଗନ୍ନାଥଙ୍କୁ ଆଧାର କରି ଗୀତ ନଚେତ ସଂଳାପ ମଧ୍ୟ ଦେଖିବାକୁ ମିଳିଛି।

ଆଜି ପୁରୀ ଶ୍ରୀକ୍ଷେତ୍ର ଭକ୍ତ ପ୍ରେମରେ ଜନସମୁଦ୍ରରେ ପରିଣତ। ଆପଣ ଯଦି ପୁରୀ ନ ଯାଇ ଘରେ ଅଛନ୍ତି ତେବେ ଜଗନ୍ନାଥଙ୍କୁ ନେଇ ଆଧାରିତ ଏହି ୬ଟି ଫିଲ୍ମ ନିଶ୍ଚିତ ଦେଖନ୍ତୁ, ଯାହାର ଲିଙ୍କ ଆମେ ଏଠାରେ ଦେଉଛୁ।

ଶ୍ରୀ ଜଗନ୍ନାଥ:

୧୯୫୦ରେ ମୁକ୍ତିଲାଭ କରିଥିଲା ପୌରାଣିକ ଓଡ଼ିଆ ଫିଲ୍ମ ଶ୍ରୀ ଜଗନ୍ନାଥ। ଓଡ଼ିଆ ସିନେମାରେ ଏହା ହେଉଛି ତୃତୀୟ ଫିଲ୍ମ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ଉପରେ ଏହି ଫିଲ୍ମଟି ଆଧାରିତ ହୋଇଥିଲା। ଏଥିରେ ଗୋପାଳ ଚନ୍ଦ୍ର ଘୋଷ, ଗ୍ଳୋରିଆ ମହାନ୍ତି, ଚପଳା ନାୟକ, ରାମଚନ୍ଦ୍ର ମାଣିଆ, ଖଗେନ୍ଦ୍ର ନାଥ ମିତ୍ର, ସାମୁଏଲ ସାହୁ(ବାବି), ଭୀମ ସିଂହ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଚପଳା ନାୟକ (ପାର୍ବତୀ ଘୋଷ) ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ।

ପଢନ୍ତୁ ଏହି ଖବର: Ratha Jatra 2024: କାହିଁକି ହୁଏ ମହାପ୍ରଭୁଙ୍କ ଶ୍ରୀଗୁଣ୍ତିଚା ଯାତ ? ଜାଣନ୍ତୁ ରଥଯାତ୍ରାର ବିଧି ସମ୍ପର୍କିତ କିଛି ତଥ୍ୟ...

    ଭକ୍ତ ସାଲବେଗ:

    ୧୯୮୩ ରାଧା ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭକ୍ତ ସାଲବେଗ’ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଉତ୍ତମ ମହାନ୍ତିଙ୍କୁ ଦେଖିବାକୁ ମିଳିଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଅପରାଜିତା, ଶରତ ପୂଜାରୀ, ହେମନ୍ତ ଦାସ, ଅନିତା ଦାସ, ଦୁଖିରାମ ସ୍ୱାଇଁ, ବିରେନ୍ ରାଉତରାୟ୍, ବ୍ୟୋମକେଶ ତ୍ରିପାଠି ପ୍ରମୁଖ ଅଭିନୟ କରିଥିଲେ। ଏଥିରେ ଥିବା ‘ଆହେ ନୀଳ ଶୈଳ’ ଗୀତ ଆଜିବି ଲୋକଙ୍କ ମନରେ ରହିଯାଇଛି। ଏହାକୁ ଭଜନ ସମ୍ରାଟ ଭିକାରୀ ବଳ ଗାଇଥିଲେ।

    ମାଣିକ:

    ଜଗନ୍ନାଥଙ୍କୁ ଆଧାର କରି ୧୯୮୬ ମସିହାରେ ମୁକ୍ତିଲାଭ କରିଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ମାଣିକ’। ଏହି ଫିଲ୍ମକୁ ଯୋଗେନ୍ଦ୍ର ମହାପାତ୍ର ଓ ପୂର୍ଣ୍ଣ ମହାପାତ୍ର ପ୍ରଯୋଜନା କରିଥିବା ବେଳେ ପ୍ରେମାଞ୍ଜନ ମହାନ୍ତି ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଓ ଆର୍. ଅସରର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମଟି ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର କାଞ୍ଚି ଅଭିଯାନ ସମୟର କିମ୍ବଦନ୍ତୀ କାହାଣୀ ମାଣିକ ଗଉଡ଼ୁଣୀ ଉପରେ ଆଧାରିତ।

    ଏହି ଫିଲ୍ମରେ ଚନ୍ଦ୍ର ବେହେରା(ମାଣିକର ସ୍ୱାମୀ) ଭୂମିକାରେ ବିଜୟ ମହାନ୍ତି ଥିବାବେଳେ ତନ୍ଦ୍ରା ରାୟ ମାଣିକ ଓ ଗୁରୁ ଦତ୍ତଙ୍କୁ ଜଗନ୍ନାଥ ଭୂମିକାରେ ଦେଖିବାକୁ ମିଳେ।

    ହିସାବ କରିବ କାଳିଆ:

    ୧୯୯୦ ମସିହାରେ ପରଦାକୁ ଆସିଥିଲା ଦେବୁ ବୋଷ, ଶ୍ରୀରାମ ପଣ୍ଡା, ମିହିର ଦାସ, ରାଇ ମୋହନ ପରିଡାଙ୍କ ଅଭିନିତ ଓଡ଼ିଆ ଫିଲ୍ମ ‘ହିସାବ କରିବ କାଳିଆ’। ଏହାକୁ ବହୁତ ଦର୍ଶକୀୟ ପ୍ରଶଂସା ମିଳିଥିଲା। ଏଥିରେ ଦେବୁବୋଷଙ୍କୁ ଦିନନାଥ ମାଷ୍ଟର ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଖଳନାୟକ ଚରିତ୍ରରେ ଦୁଖିରାମ ସ୍ୱାଇଁଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ଜଗନ୍ନାଥଙ୍କ ଝଲକ ଥିଲା।

    ଜୟ ଜଗନ୍ନାଥ:

    ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁଭାଷି ଫିଲ୍ମ ‘ଜୟ ଜଗନ୍ନାଥ’ ୨୦୦୭ ମସିହା ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ତିଆରି କରାଯାଇଥିଲା। ପରେ ଏହାକୁ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ଅନୁଦିତ କରାଯାଇଥିଲା।

    ଏହି ଫିଲ୍ମ ବଳରାମ ଦାସଙ୍କ କୃତ ‘ଲକ୍ଷ୍ମୀ ପୁରାଣ’ ଉପରେ ଆଧାରିତ। ସେହି ସମୟରେ ଅଛୁଆଁ ଲୋକମାନଙ୍କ ପାଇଁ ଭଗବାନଙ୍କୁ ପୂଜା, ପ୍ରାର୍ଥନା କିମ୍ବା ଜଣାଣ କରିବାର ଅନୁମତି ନ ଥିଲା। ଶ୍ରୀୟା, ଏହି ଫିଲ୍ମର ମୁଖ୍ୟ ଚରିତ୍ର ହୋଇଥିବା ବେଳେ ସେ ପୂଜା କରି ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିଥିବା ଏଥିରେ ଦେଖାଯାଇଛି।

    ଏହି ଫିଲ୍ମରେ ଶ୍ରୀତମ ଦାସ ଜଗନ୍ନାଥଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ପିଣ୍ଟୁ ନନ୍ଦ ବଳଭଦ୍ର, ଜ୍ୟୋତି ମିଶ୍ର ଲକ୍ଷ୍ମୀ, ମୋହିନୀ ଶିଳାଲିପ ଶ୍ରୀୟା ଚଣ୍ଡାଳୁଣୀ ଓ ଶରତ ପୂଜାରୀଙ୍କୁ ଗଜପତି ମହାରାଜାଙ୍କ ଭୂମିକାରେ ଦେଖିବାକୁ ମିଳେ।

    ଜଗା ହାତରେ ପଘା:

    ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ‘ଜଗା ହାତରେ ପଘା’। ଏହି ଫିଲ୍ମଟି 'ତରଙ୍ଗ ସିନେ ପ୍ରଡକ୍ସନ'ର ୩ୟ ଫିଲ୍ମ ଥିଲା। ନିର୍ମଳ ନାୟକ ଏହାର ସଂଳାପ ରଚନା କରିଥିବା ବେଳେ ମୂରଲି କ୍ରିଷ୍ଣା ନିର୍ଦ୍ଦେଶନା ଦେଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ। ଏଥିରେ ଅନୁଭବ ମହାନ୍ତି ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

    ବୁଦ୍ଧାଦିତ୍ୟ ମହାନ୍ତି ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ଅଭିନେତ୍ରୀ ଏଲିନା ସାମନ୍ତରାୟ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ। ଅଜିତ ଦାସ, ମୀନକେତନ, ଅସିତ ପତି ପ୍ରମୁଖ କଳାକାରମାନେ ମଧ୍ୟ ଏଥିରେ ନଜର ଆସିଥିଲେ।

    ଏହା ପୂର୍ବରୁ ମଧ୍ୟ ଏହି ନାଁରେ ଆଉ ଏକ ଫିଲ୍ମ ଅଛି। ଏଥିରେ ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅସିତ ପତି ଓ ଅପରାଜିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ବିଜୟ ମହାନ୍ତିଙ୍କୁ ଜଗନ ଭୂମିକାରେ ଦେଖିବାକୁ ମିଳିଥିଲା।

    OTV is now on Whatsapp

    Join and get latest news update delivered to you via whatsapp

    Join Now