• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ତିନିବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ୨୦୨୦, ୨୧ ଏବଂ ୨୨ ପାଇଁ ପୁରସ୍କାର ଘୋଷଣା । ୨୦ରେ ରଘୁ ସର୍ଦ୍ଦାର, ୨୧ରେ ପ୍ରତୀକ୍ଷା ଓ ଡାଲ୍‌ଚିନି, ୨୨ରେ ଦମନ ଶ୍ରେଷ୍ଠ ଫିଲ୍ମ । ୨୦ରେ ଦେବାଶିଷ ପାତ୍ର ଓ ୨୧ରେ ଅଙ୍କିତ କୁମାର ଓ ଦୀପନ୍ୱୀତ ଦାସ ମହାପାତ୍ର ଶ୍ରେଷ୍ଠ ନାୟକ ବିବେଚିତ ହୋଇଛନ୍ତି । ୨୦୨୨ରେ ବାବୁସାନ ମହାନ୍ତି ଶ୍ରେଷ୍ଠ ନାୟକ ଓ ଜୀବନ ବ୍ୟାପୀ ସାଧନା ପାଇଁ ୩ ଜଣଙ୍କୁ ମୋହନସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପ୍ରଦାନ କରାଯିବ ।

ଅଧିକ ପଢ଼ନ୍ତୁ: ବର୍ଷିଲେ ମନୋଜ; କହିଲେ, ‘ସିନେମା ମୋ ବୋପାର ନୁହେଁ, ଏହା ଆମ ଓଡ଼ିଶାର’

୨୦ ର ଜୀବନ ବ୍ୟାପି ସାଧନା ସମ୍ମାନ ବା ଲାଇଫ ଟାଇମ ଆଚିଭ୍ ମେଣ୍ଟ ଆୱାର୍ଡ ପାଇବେ ଲେଖକ, ନିର୍ଦ୍ଦେଶକ ଅନନ୍ତ ମହାପାତ୍ର, ୨୧ ପାଇଁ  ଜୀବନ ବ୍ୟାପି ସାଧନା ସମାନ ପାଇବେ ଶ୍ରୀନିବାସ ମହାପାତ୍ର । ୨୦୨୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲ ପାଇବେ ଜୀବନ ବ୍ୟାପୀ ସାଧନା ସମ୍ମାନ । ସେପଟେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ମଧ୍ୟରେ ଜାରି ରହିଛି ମନୋଜ ମିଶ୍ର ଓ ଓଲିଉଡ କଳି । ଥାନାରେ ଏତଲା ଦେବା ପରେ, ଗତକାଲି କଥାରେ କଥାରେ କଳି ହୋଇଥିଲା ।

ଓଡ଼ିଆ ସିନେମା ସହ ଜଡ଼ିତ କଳାକାର, ଟେକନିସିଆନ ଓ ନିର୍ଦ୍ଦେଶକଙ୍କ ବିରୋଧରେ ସାମାଜିକ ଗଣମଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖି ଆସୁଥିବା ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଗତକାଲି କଟକ ସାଇବର ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ପରେ ଆଜି ବଢ଼ିଛି ଓଲିଉଡ୍ କଳି । ପ୍ରେସମିଟ୍ କରି ନିର୍ମାତା-ନିର୍ଦ୍ଦେଶକ ସଂଘ ଉପରେ ଗର୍ଜିବା ସହ ନାଁ ନେଇ କିଛି ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ବି ଟାର୍ଗେଟ୍ କରିଥିଲେ ମନୋଜ ମିଶ୍ର

ସିନେମା ମୋ ବୋପାର ନୁହେଁ, ଆମ ଓଡ଼ିଶାର । ସିନେମା ଆମ ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପରିଚୟ । ଯିଏ ସିନେମାର ଶତ୍ରୁ, ସେ ମୋର ବି ଶତ୍ରୁ । ଆଗାମୀ ପିଢ଼ି ଯେମିତି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ ଏମିତି କହୁଥିବି ବୋଲି କହିଥିଲେ ମନୋଜ । ଏପଟେ ମନୋଜ ମିଶ୍ରଙ୍କ ପ୍ରେସମିଟ୍ ପରେ ତାଙ୍କୁ ଘେରିଥିଲେ ବରିଷ୍ଠ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର ଓ ନିର୍ଦ୍ଦେଶକ ତାପସ ସରଘରିଆ । ସବ୍ୟସାଚୀ କହିଛନ୍ତି-‘ମନୋଜ ମିଶ୍ର ଏଭଳି ବକ୍ତବ୍ୟ ଦେବା ବନ୍ଦ କରନ୍ତୁ । ଓଡ଼ିଶାରେ ଭଲ ଫିଲ୍ମ ପାଇଁ ଚେଷ୍ଟା ଚାଲିଛି, ଭଲ ଫିଲ୍ମ ବି ହେଉଛି । ମନୋଜ ମିଡିଆ ଆଟେନସନ୍‌ରେ ରହିବାକୁ ଚାହାଁନ୍ତି । ସବୁ ନିର୍ଦ୍ଦେଶକଙ୍କୁ ଏମିତି ଦୋଷାରୋପ କରିବା ଗ୍ରହଣଯୋଗ୍ୟ ନୁହେଁ ।’

ସେମିତି ନିର୍ଦ୍ଦେଶକ ତାପସ ସରଘରିଆ ବି ମନୋଜଙ୍କ ବିରୋଧରେ ରଖିଥିଲେ କଡ଼ା ପ୍ରତିକ୍ରିୟା । ଖାଲି କଥା ନୁହେଁ କାମରେ କରି ଦେଖାଇବାକୁ ମନୋଜଙ୍କୁ ଆହ୍ୱାନ ଦେବା ସହ ସେ ବାଛିଥିବା ବାଟ ଠିକ୍ ନୁହେଁ ଓ ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି ବୋଲି ସଫା ସଫା ଶୁଣାଇଛନ୍ତି । ଗତବର୍ଷ ଅକ୍ଟୋବରରେ ବି ବିବାଦ ଘେରକୁ ଆସିଥିଲେ ଅଭିନେତା ମନୋଜ ମିଶ୍ର । ତାଙ୍କ ଅଭିନୀତ ମାଇଣ୍ଡଗେମ୍ ସିନେମାର ରିଲିଜ୍‌କୁ ନେଇ ସମସ୍ୟା ଓ ଅରିନ୍ଦମଙ୍କ ଅଭିନୀତ ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ କରାଇ ଦିଆନଯିବାକୁ ନେଇ ତେଜିଥିଲା ବିବାଦ । ସ୍ଥିତି ଏମିତି ହୋଇଥିଲା ଯେ-ଉତ୍କଳ ସିନେ ଚାମ୍ବର ଅଫ କମର୍ସ ମନୋଜଙ୍କୁ ୨ବର୍ଷ ବ୍ୟାନ୍ କରିଥିଲା ।

ଅଧିକ ପଢ଼ନ୍ତୁ: ଅର୍ଥନୀତି ଓ ଶାନ୍ତି ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କେଉଁମାନେ ପାଇବେ...

OTV is now on Whatsapp

Join and get latest news update delivered to you via whatsapp

Join Now