• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଛାତିରେ ବାବୁସାନଙ୍କ ଟାଟୁ । ଟାଟୁ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍ ଓ ଟଲିଉଡ୍‌ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ । ହେଲେ ଆମ ଓଲିଉଡର କୌଣସି ହିରୋଙ୍କ ଛବି କେହି ଛାତିରେ ଆଙ୍କିଥିବା ହୁଏତ କେବେ ଦେଖିନଥିବେ । ସେମିତି ଜଣେ ଯୁବକ ବାବୁସାନଙ୍କ ଚିତ୍ରକୁ ନିଜ ଛାତିରେ ଆଙ୍କିଛନ୍ତି । ଆଉ ସେଥିପାଇଁ ସେ ମଧ୍ୟ ବେଶ୍ ଖୁସି । 

ଓଲିଉଡର ସୁପରଷ୍ଟାର ବୋଲି ବାବୁସାନ୍‌ଙ୍କୁ କୁହାଯାଏ । ଅନେକ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କୁ ହୃଦୟରେ ଘର କରି ରହିଛି । ତରଙ୍ଗ ବ୍ୟାନରରେ ଅନେକ ସୁପରହିଟ୍ ଫିଲ୍ମ କରିଛନ୍ତି ବାବୁସାନ୍‌ । ବିଶେଷ କରି ଅପରାଜିତା ଓ ବାବୁସାନ୍‌ଙ୍କ ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି । ମା’ ପୁଅଙ୍କ କେମେଷ୍ଟ୍ରି ଚରିତ୍ରକୁ ଆହୁରି ଜୀବନ୍ତ କରିଥାଏ । ବାବୁଙ୍କ ନିଖୁଣ ଅଭିନୟ ଆଜି ତାଙ୍କ ପ୍ରଶଂସକଙ୍କ ମନରେ ଘର କରିବା ସହ ହୃଦୟରେ ଟାଟୁ ହୋଇ ରହିଯାଇଛି । ତେବେ ଆଜି ହେଉଛି ଓଲିଉଡ଼ ସୁପରଷ୍ଟାର୍‌ ବାବୁସାନ୍‌ଙ୍କ ଜନ୍ମଦିନ । 

ଟାଟୁ ବନାଇ ସାରିବା ପରେ ଖୁସି ହୋଇ ଅନେକ ପୋଜରେ ଫଟୋ ଉଠାଉଛନ୍ତି ଯୁବକ । କେବଳ ଯୁବକଙ୍କ ଫଟୋ ଉଠାଇବା ପାଇଁ କିଛି କ୍ୟାମେରା ମ୍ୟାନ୍ ମଧ୍ୟ ଖୁସିରେ ଖୁସିରେ ତାଙ୍କୁ ପୋଜ୍ ମାଗୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି । 

OTV is now on Whatsapp

Join and get latest news update delivered to you via whatsapp

Join Now