• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ବାସନ୍ଦ ପରେ ଓଲିଉଡ ଦୁଇଫାଳ । ତେଜିବାରେ ଲାଗିଛି କଳାକାରଙ୍କ କଳି । ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର ଓ ଅନୁଭବ ମହାନ୍ତି । ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରି ମନୋଜ ମିଶ୍ରଙ୍କୁ ସମାଲୋଚନା କରିବା ସହ ଓଡ଼ିଶା ସିନେ ଇଣ୍ଟଷ୍ଟ୍ରିର ଏକତାକୁ ନଷ୍ଟ ନକରିବାକୁ ଅନୁରୋଧ କରିଛନ୍ତି । ସେହିପରି ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରସଙ୍ଗରେ ବି ଟାର୍ଗେଟ କରିଛନ୍ତି ଅନୁଭବ ।

ଜବାବରେ ମନୋଜ ମିଶ୍ର କହିଛନ୍ତି, କିଛି ଲୋକ ଆମ ଭିତରେ ଝଗଡ଼ା ଲଗାଇବାକୁ ଚେଷ୍ଟା କରିଛନ୍ତି । ଏନେଇ ବାରମ୍ବାର କଲ ଓ ଭଏସ ମେସେଜ ଦ୍ୱାରା ବୁଝେଇବାକୁ ଚେଷ୍ଟା କରିଛି । ହେଲେ ଅନୁଭବଙ୍କ ପକ୍ଷରୁ ପ୍ରତିଉତ୍ତର ନଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ୟକ୍ତିଗତ ସମସ୍ୟା ସମସ୍ତଙ୍କର ଅଛି, ଅନୁଭବ ନିଜେ ବୁଝିବା ଦରକାର ।

ସେପଟେ ମନୋଜ ମିଶ୍ରଙ୍କୁ ବାସନ୍ଦ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ବଲାଙ୍ଗିର ସଦର ମହକୁମା ସମେତ ଜିଲ୍ଲାର କଣ୍ଟାବାଞ୍ଜି,ବେଲପଡ଼ାରେ ପ୍ରତିବାଦ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ସେନା ଏବଂ ବିଭିନ୍ନ ସଂଗଠନ ତରଫରୁ ପ୍ରତିବାଦ କରିବା ସହ ବାସନ୍ଦକୁ ନିନ୍ଦା କରାଯାଇଛି । ଯଥାଶୀଘ୍ର ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି ।