• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

film sooryavanshi
ଅକ୍ଷୟଙ୍କ ଫଟୋ ଦେଖି ରାଗିଗଲେ IPS ଅଧିକାରୀ,କହିଲେ ଏପରି ହୁଏନି ସାର୍

ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ' ବିଷୟରେ ଏକ ଟୁଇଟ୍ କରିଛନ୍ତି, ଯାହା ଦେଖିବା ପରେ ଛତିଶଗଡର ସ୍ପେଶାଲ୍ ଡିଜିପି ଆର.କେ ବିଜୟ ଟିକେ ରାଗି ଯାଇଥିଲେ। ତେବେ ଅକ୍ଷୟ କୁମାର ଖୁବ ଶୀଘ୍ର ଆଇପିଏସ ଆର.କେ ବିଜୟଙ୍କ ଅସନ୍ତୋଷକୁ ଦୁରେଇ ଦେଇଛନ୍ତି ।

Jacqueline Fernandez
ଜ୍ୟାକଲିନଙ୍କୁ ପ୍ରଶଂସା କଲେ ରାସ୍ତାରେ ବୁଲୁଥିବା ପିଲା,ଗାଡ଼ି ଅଟକାଇ ଏମିତି କଲେ ଭିଡିଓ

ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହନ୍ତି ଅଭିନେତ୍ରୀ ଜ୍ୟାକଲିନ୍ । ଫିଲ୍ମ ସହ ଅନେକ ମ୍ୟୁଜିକ ଭିଡିଓ କରି ଫ୍ୟାନ୍ସଙ୍କ ମନରେ ରାଜ୍ କରୁଛନ୍ତି । ସେ ସବୁବେଳେ ତାଙ୍କର ଷ୍ଟାଇଲିଷ୍ଟ ଫଟୋ ସହ ଭିଡ଼ିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ସବୁଥର ପରି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Bapa ICU Re Achanti
ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି’

ଖୁବ ଶୀଘ୍ର ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ବାପା ଆଇସିୟୁରେ ଅଛନ୍ତି।’ ଗତକାଲି ଫିଲ୍ମର ଶୁଭ ମହୁରତ ଜୟଦେବ ବିହାରସ୍ଥିତ ଆତ୍ମାରାମ ମନ୍ଦିରରେ ହୋଇଥିବା ବେଳେ ଏହାର ଶୁଟିଂ ଆରମ୍ଭ ହୋଇଯାଇଛି । ଏକ ଭିନ୍ନ ଧରଣର କାହାଣୀକୁ ନେଇ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମରେ ଅନେକ ନୂଆ ଷ୍ଟାର୍‌କାଷ୍ଟ୍‌ଙ୍କୁ ଦେଖିବାକୁ ମିଳିବ।

Gehna Vashisht
ମତେ ଫସାଯାଇଛି, ମୁଁ ସମସ୍ତଙ୍କର ଖୁଲାସା କରିବି : ଗହନା

ଅଶ୍ଳୀଳତା ମାମଲାରେ ଯେତେବେଳେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିସାରିଛି ସେହି ସମୟରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ନୂଆ ଅଡୁଆରେ ଛନ୍ଦି ହେବାକୁ ପଡିଛି। ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ୍‌ର ପ୍ରପର୍ଟୀ ସେଲର ସାମ୍ନା କରିବାକୁ ହୋଇଛି। ଏହି ଅବସରରେ ସେ ଗଣମାଧ୍ୟମ ସହ ମଧ୍ୟ ଆଲୋଚନା କରି ଅଶ୍ଳୀଳତା ମାମଲାକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହାର ଏକ ଭିଡିଓ ଏବେ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Rakhi Sawant
ରାଖୀ ସାୱନ୍ତଙ୍କ ସ୍ୱାମୀଙ୍କୁ ଦେଖିବାର ସୁଯୋଗ ପାଇବେ ପ୍ରଶଂସକ

ବଲିଉଡ୍ ବୋଲ୍ଡ କ୍ୱିନ୍ ରାଖୀ ସାୱନ୍ତ ଛୋଟ ପରଦାରୁ ଆରମ୍ଭ କରି ବଡ ପରଦା ପର୍ଯ୍ୟନ୍ତ ନିଜ ଅଭିନୟର ଯାଦୁ ଦେଖେଇଛନ୍ତି। ତେବେ ସେ ଯେବେଠାରୁ ତାଙ୍କ ବିବାହର ସୂଚନା ସାର୍ବଜନୀନ କରିଛନ୍ତି ସେବେଠାରୁ ଅର୍ଥାତ ୨୦୧୯ରୁ ତାଙ୍କ ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କିନ୍ତି ରାଖୀ ସାୱନ୍ତ ତାଙ୍କ ସ୍ୱାମୀଙ୍କ ବିଷୟରେ ଆଜିଯାଏ ବି କିଛି କହି ନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ ତାଙ୍କ ନାମ ରିତେଶ ଓ ସେ ଜଣେ ବ୍ୟବସାୟୀ। ତେବେ ବର୍ତ୍ତମାନ ସେ ତାଙ୍କ ସ୍ୱାମୀଙ୍କୁ ନେଇ କିଛି ଖୁଲାସା କରିଛନ୍ତି।

Jagnoor Aneja passes away
ଆରପାରିରେ ଟିଭି ଦୁନିଆର ଆଉ ଜଣେ କଳାକାର

ଟିଭି ଦୁନିଆରୁ ଆଉ ଏକ ଦୁଃଖ ଖବର ସାମ୍ନାକୁ ଆସିଛି। ସୁଶାନ୍ତ ସିଂହ ରାଜପୁତ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ପରେ ଏବେ ଆଉ ଜଣେ ଅଭିନେତାଙ୍କ କମ ବର୍ଷ ବୟସରେ ବିୟୋଗ ହୋଇଛି। ‘MTV ଲଭ ସ୍କୁଲ’ ଫେମ୍‌ ଜଗନୂର ଅନେଜାଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମିଶର୍‌ର ଇଜିପ୍ଟରେ ଥିବାବେଳେ ତାଙ୍କର ଏହି ମୃତ୍ୟୁ ହୋଇଛି।

Special Story | Baxi Jagabandhu\'s Heroics To Come Alive In Star Plus\' Vidrohi
‘ବିଦ୍ରୋହୀ’; ପାଇକ ଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର କଥା

ସେଦିନ ଇଂରେଜ ବିରୋଧରେ ରଣହୁଙ୍କାର ଦେଇଥିବା ବକ୍ସି ଜଗବନ୍ଧୁଙ୍କୁ ଦେଖିବାକୁ ଯାଉଛନ୍ତି ଦେଶବାସୀ। ଖୁବଶୀଘ୍ର ସିଲଭର୍ ସ୍କ୍ରିନରେ ନଜର ଆସିବେ ଏହି ପାଇକ ବୀର। ତାଙ୍କ ବୀରତ୍ୱର ଗାଥା ବଖାଣିବ ଧାରାବାହିକ ‘ବିଦ୍ରୋହୀ’...

Special Story | Vivek Oberoi Starrer Movie PM Narendra Modi Set To Release On OTT Today
ଆଜି ସାରା ଦେଶରେ ରିଲିଜ ହେବ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’

ଅନେକ ଦିନର ଅପେକ୍ଷା ଓ ବହୁ ବାଦ ବିବାଦର ଅନ୍ତ ଘଟିବାକୁ ଯାଉଛି। ଆଜି ରିଲିଜ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି।

Ileana Dcruz sunbathing in bikini
ବୋଲ୍ଡ ଅବତାରରେ ସୋସିଆଲ ମିଡିଆରେ ନିଆଁ ଲଗେଇଲେ ଇଲିଆନା ଡି’କ୍ରୁଜ୍‌

ଇନ୍‌ଷ୍ଟାଗ୍ରାମ୍‌ରେ ନିଆଁ ଲଗେଇଛନ୍ତି ବୋଲ୍ଡ କୁଇନ୍ ଇଲିଆନା ଡି’କ୍ରୁଜ୍‌। ନିଜର ସନ୍‌ ବାଥ୍‌ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି। ସେ ନିଜ ବୋଲ୍ଡ ଫଟୋ ସହିତ ଇଣ୍ଟରନେଟ୍‌ରେ ଅନେକ ସମୟରେ ହଇଚଇ ସୃଷ୍ଟି କରନ୍ତି।

Vidrohi Star Plus New Serial
ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା, ନୂଆ ହିନ୍ଦୀ ଧାରାବାହିକ ‘ବିଦ୍ରୋହୀ’

ଛୋଟ ପରଦାରେ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଗାଥା । ଜାତୀୟ ସ୍ତରର ଘରୋଇ ଟିଭି ଚ୍ୟାନେଲ ଷ୍ଟାର ପ୍ଲସ୍‌ର ନୂଆ ହିନ୍ଦୀ ଧାରାବାହିକ ବିଦ୍ରୋହୀର ପ୍ରୋମୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏଥିରେ ଇଂରେଜ ଶାସନ କାଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ କର ଲଗାଯିବା କାହାଣିକୁ ସ୍ଥାନୀତ କରାଯାଇଥିବା କୁହାଯାଉଛି ।

Arjun-Neha
'ଖତରୋଁ କେ ଖିଲାଡି ୧୧'ର ବିଜେତା ହେଲେ ଅର୍ଜୁନ ବିଜଲାନି

ଟିଭିର ଷ୍ଟଣ୍ଟ ଆଧାରିତ ପ୍ରସିଦ୍ଧ ରିଅଲିଟି ଶୋ 'ଖତରୋଁ କେ ଖିଲାଡି ୧୧' ରେ ଅର୍ଜୁନ ବିଜଲାନି ବିଜେତା ହୋଇଛନ୍ତି। ଏନେଇ ଶୋ’ର ବିଜେତାକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଟେଲିକାଷ୍ଟ ପୂର୍ବରୁ ଅର୍ଜୁନଙ୍କ ପତ୍ନୀ ନେହା ତାଙ୍କ ସ୍ୱାମୀ ବିଜଲାନିଙ୍କ ଇନଷ୍ଟା ଷ୍ଟୋରୀରେ ସେୟାର କରି ଏହାର ସୂଚନା ଦେଇସାରିଥିଲେ। ଏହି ଶୋ’ରେ ଅର୍ଜୁନ ଜଣେ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି।

Gehana Vassisth
ଗହନା ବଶିଷ୍ଠଙ୍କୁ ଆଶ୍ୱସ୍ତି; ଗିରଫରେ ଲାଗିଲା ରୋକ

ଅଶ୍ଳୀଳ ଫିଲ୍ମ ମାମଲାରେ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି। ତାଙ୍କୁ ଗିରଫ କରାଯିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗହନା ବଶିଷ୍ଠଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ତେବେ ଆବଶ୍ୟକତା ବେଳେ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେବା ନେଇ ସୁପ୍ରିମକୋର୍ଟ ଗହନାଙ୍କୁ ଆଦେଶ ଦେଇଛନ୍ତି।

Marathi Actress Ishwari Deshpande Dies
କାର୍‌ ଦୁର୍ଘଟଣାରେ ଅଭିନେତ୍ରୀ ଇଶ୍ୱରୀଙ୍କ ମୃତ୍ୟୁ, ଆସନ୍ତା ମାସରେ ହୋଇଥାନ୍ତା ନିର୍ବନ୍ଧ

ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରିଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାର୍‌ରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। 

Prabhas and Pooja Hegde
ପୂଜା ହେଗ୍‌ଡେଙ୍କ ବ୍ୟବହାର ପ୍ରଭାସଙ୍କୁ ବାଧିଲା କି?

‘ରାଧେଶ୍ୟାମ୍’ ଷ୍ଟାରର୍ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗ୍‌ଡେଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମର ପ୍ରଯୋଜକ ଯୁବୀ କ୍ରିଏସନ୍‌ ଏନେଇ ସଫେଇ ଦେଇଛନ୍ତି। ସେମାନକ ମଧ୍ୟରେ ହୋଇଥିବା ମତଭେଦ ଖବରକୁ ସେ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ପୂଜା କିଛି ଅଶିଷ୍ଟ ବ୍ୟବହାର ଦେଖେଇଥିଲେ। ତାଙ୍କର ଏହି ବ୍ୟବହାର ପ୍ରଭାସଙ୍କୁ ଅସନ୍ତୁଷ୍ଟ କରିଥିଲା।

Raj kundra and family
ରାଜ୍ କୁନ୍ଦ୍ରାଙ୍କ ଜାମିନ୍ ପରେ ଖୁସି ବ୍ୟକ୍ତ କଲେ ପୁଅ ଭିଆନ୍ କୁନ୍ଦ୍ରା,ଜୀବନ ଗଣେଶଙ୍କ ଶୁଣ୍ଢ ପରି

ଅଶ୍ଳୀଳ ଚଳଚ୍ଚିତ୍ର ମାମଲାରେ ରାଜ କୁନ୍ଦ୍ରାଙ୍କୁ ଜାମିନ୍ ମିଳିଛି । ଏନେଇ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି ପୁଅ ଭିଆନ୍ କୁନ୍ଦ୍ରା । ଦୀର୍ଘ ୨ ମାସ ପରେ ରାଜ୍ କୁନ୍ଦ୍ରା ଜେଲରୁ ଜାମିନ୍ ପାଇ ଘରକୁ ଫେରିଛନ୍ତି ।  ରାଜଙ୍କ ଜାମିନ୍ ମିଳିବା ନେଇ ପୁଅ ଭିଆନ୍ କୁନ୍ଦ୍ରା ଖୁସିବ୍ୟକ୍ତ କରି ଭଗବାନ ଗଣେଶଙ୍କ ଫଟୋ ସେୟାର କରିଛନ୍ତି । ଫଟୋ ସହିତ ଲେଖାଯାଇଛି ଯେ 'ଜୀବନ ହେଉଛି ଗଣେଶଙ୍କ ଶୁଣ୍ଢ ପରି ଓ ତାଙ୍କ ମୂଷକ ପରି ଛୋଟ ସମସ୍ୟା ଓ ମୋଦକ ପରି ମିଠା ଅନୁଭୁତି'

Kangana and Alia
ଆଲିଆଙ୍କ ବିଜ୍ଞାପନ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା, କହିଲେ ଧର୍ମ ବିରୋଧୀ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।

Amitabh asks producer to stop KBC
ସେଟ୍‌ରେ ପ୍ରଡ୍ୟୁସରଙ୍କୁ ‘କେବିସି'କୁ ବନ୍ଦ କରିବାକୁ କହିଲେ ଅମିତାଭ

ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଆଜିକାଲି ପ୍ରସିଦ୍ଧ କୁଇଜ୍ ସୋ ‘କୌନ ବନେଗା କରୋଡପତି ୧୩'କୁ ହୋଷ୍ଟ୍ କରୁଛନ୍ତି। ପ୍ରତ୍ୟେକ ଥର ବିଗ୍ ବିଙ୍କ ପ୍ରଶଂସକଙ୍କୁ କିଛି ନା କିଛି ନୂଆ ଦେଖିବାର ସୁଯୋଗ ମିଳେ। ଅନେକ ଥର ବିଗ୍ ବି ଶୋ’ର ପ୍ରତିଯୋଗୀମାନଙ୍କ କଥାରେ ସମ୍ମତି ହେଉଥିବା ବି ଦେଖାଯାଏ। ଏବେ ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ଅମିତାଭ ଶୋ’କୁ ବନ୍ଦ କରିଦେବା ନେଇ କହୁଥିବା ନଜର ଆସିଛନ୍ତି।

Neha Kakkar
ନିଜ ପ୍ରେଗ୍ନେସୀକୁ ନେଇ ଖୁଲାସା କଲେ ନେହା କକ୍କଡ

ବଲିଉଡ ସିଙ୍ଗର ନେହା କକ୍କଡ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ୍ ନେଇଛନ୍ତି ସେବେଠାରୁ ତାଙ୍କ ପ୍ରେଗ୍ନେସୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।

Sonu Sood
ତାଙ୍କ ଘରେ ଚଢାଉ ସମୟ ଆଇଟି ଟିମ୍‌ ପାଇଁ ସବୁଠାରୁ ସହଜ ଦିନ ଥିଲା-ସୋନୁସୁଦ୍‌

ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ ହେବା ପରେ ମୁହଁ ଖୋଲିଛନ୍ତି ବଲିଉଡ ଷ୍ଟାର ସୋନୁ ସୁଦ୍ । ତାଙ୍କ ଫାଉଣ୍ଡେସନକୁ ଆସୁଥିବା ପ୍ରତ୍ୟେକ ଟଙ୍କା ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇବାରେ ଖର୍ଚ୍ଚ ହେଉଛି । ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ସେ ଚାହାନ୍ତି ଏବଂ ଏହା ଜାରି ରହିବ ।

Kangna Ranawat
ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେଲେ କଙ୍ଗନା

ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ନାଁରେ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର କରିଥିଲେ ମାନହାନୀ ମକଦ୍ଦମା । ଏହି ମାମଲାରେ ଆଜି ଉଭୟ କଙ୍ଗନା ଓ ଅଖତାର ଅନ୍ଧେରୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

Raj Kundra
୫୦ ହଜାର ଟଙ୍କାରେ ରାଜ କୁନ୍ଦ୍ରାଙ୍କୁ ଜାମିନ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ମାମଲାରେ ମୁମ୍ବାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ରାଜ କୁନ୍ଦ୍ରା ଗତ ଦୁଇ ମାସ ଜେଲ୍‌ରେ ଅଛନ୍ତି। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଚଳିତ ବର୍ଷ ଜୁଲାଇ ୧୯ ରେ ଗିରଫ କରାଯାଇଥିଲା।

Taapsee Pannu, Rashmi Rocket
ଆସୁଛି ତାପସୀ ପନ୍ନୁଙ୍କ 'ରଶ୍ମୀ ରକେଟ୍'; କିଣିବ ଦର୍ଶକଙ୍କ ମନ

କ୍ରମାଗତ ଭାବରେ ଭଲ ପ୍ରଦର୍ଶନ ଦେବା ପରେ, ତାପସୀ ପନ୍ନୁ 'ରଶ୍ମୀ ରକେଟ୍' ଜରିଆରେ ସିଧା ଭାରତୀୟ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଆସୁଛନ୍ତି। ଏହା ଅକ୍ଟୋବର ୧୫ରେ Zee5 ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି ରୋନି ସ୍କ୍ରୁଭାଲାରଙ୍କ୍ ଆରଏସଭିପି ଓ ମ୍ୟାଙ୍ଗୋ ପିପଲ ମିଡିଆ ଦ୍ୱାରା ନିର୍ମିତ।

Krushna Abhishek and Udit Narayan
ଉଦିତଙ୍କୁ ଦେଖି ମାମାଜୀଙ୍କ ମନେପଡିଗଲା ବୋଲି କହିଲେ କୃଷ୍ଣା

ଟିଭି ଦୁନିଆର ହିଟ୍ କମେଡି ଶୋ 'ଦି କପିଲ୍ ଶର୍ମା ସୋ' ୬ ମାସର ବିରତି ପରେ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଫେରିଛି। ଏହା ସହିତ ଶୋ’ରେ ସେଲିବ୍ରେଟିଂଆନଙ୍କର ଅଂଶଗ୍ରହଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ନୂଆ ସିଜନର ପ୍ରଥମ ଏପିସୋଡ୍‌ରୁ ହୋଷ୍ଟ୍‌ କପିଲ ଶର୍ମା ଏବଂ ତାଙ୍କ ଟିମ୍ ଶୋ’ର ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ବର୍ତ୍ତମାନ ଶୋ’ର ନୂଆ ଏପିସୋଡ୍‌ରେ ପ୍ରସିଦ୍ଧ ଗାୟକ ଉଦିତ ନାରାୟଣ, କୁମାର ସାନୁ ଏବଂ ଅନୁରାଧା ପୌଡୱାଲ ବିଶେଷ ଅତିଥି ଭାବରେ ଉପସ୍ଥିତ ଥିଲେ। ସବୁ କଳାକାରମାନେ ସେମାନଙ୍କ ସହିତ ୯୦ ଦଶକର ଅନେକ ସ୍ମୃତି ଫେରେଇ ଆଣିଥିଲେ।

kangana Ranaut
ବଢୁଛି ‘Koo’ କ୍ରେଜ୍: ଅଭିନେତ୍ରୀ କଙ୍ଗନା ରାନାୱତ ନଂ୧

କଙ୍ଗନାଙ୍କୁ ଟ୍ୱିଟର ବ୍ୟାନ୍‌ କରି ଦେବା ପରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ ‘Koo’ରେ ସେ ଏଣ୍ଟ୍ରି କରିଥିଲେ। ଏବେ ଧିରେ ଧିରେ ଏହି ପ୍ଲାଟଫର୍ମରେ କଙ୍ଗନାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢ଼ି ମିଲିଅନରେ ପହଞ୍ଚିଛି।

Sonu Sood
ଆୟକର ବିଭାଗ ଚଢଉ ପରେ ସୋନୁ ସୁଦ୍‌ଙ୍କ ପ୍ରତିକ୍ରିୟା

ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢଉ କରିଥିଲା। ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍‌ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍‌ ସେୟାର କରିଛନ୍ତି।