/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649900940.jpg)
Ranbir Kapoor, Alia Bhatt Wedding Day
ଆଜି ବଲିଉଡ୍ରେ ବହୁ ପ୍ରତୀକ୍ଷିତ ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ, ବି ଟାଉନର ହଟ୍ କପଲ ଆଲିଆ-ରଣବୀର । ଏଥିପାଇଁ ରଣବୀରଙ୍କ ବାସଭବନ ମୁମ୍ବାଇ ପାଲି ହିଲ୍ସ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ଭବ୍ୟ ଆୟୋଜନ ହୋଇଛି ।
ମାତ୍ର ୨୦ରୁ ୩୦ ଜଣ ଅତିଥିଙ୍କୁ ନେଇ ଏହି ଷ୍ଟାର କପଲଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁହାଯାଉଥିବାବେଳେ ରଣବୀରଙ୍କ ବାରାତ କ୍ରିଷ୍ଣାରାଜ ବଙ୍ଗଳାରୁ ବାହାରି ପାଲି ହିଲ୍ସର ବାସ୍ତୁ ଆପାର୍ଟମେଣ୍ଟକୁ ଯିବ ବୋଲି ଜଣାପଡିଛି । ଏଥିପାଇଁ ପାଲି ହିଲ୍ସରୁ କ୍ରିଷ୍ଣା ରାଜ୍ ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାକୁ ସୁନ୍ଦର ଆଲୋକମାଳରେ ସଜ୍ଜା ଯାଇଛି ।
ଅନ୍ୟପକ୍ଷେ ମ୍ୟାରେଜ୍ ପୂର୍ବରୁ ଗତକାଲି ମେହେନ୍ଦି ସେରିମୋନି ହୋଇଥିଲା । ଏଥିରେ ପରିବାର ସଦସ୍ୟ, ବହୁ ନାମୀଦାମୀ ସେଲିବ୍ରିଟି ସାମିଲ ହୋଇଥିଲେ । ଅଭିନେତ୍ରୀ କରିସ୍ମା କପୁର, କରୀନା କପୁର, ନିର୍ମାତା ନିର୍ଦ୍ଦେଶକ କରନ ଜୋହରଙ୍କ ସମେତ ବହୁ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା ।
ମେହେନ୍ଦି ପରେ ସାରେ ସଙ୍ଗୀତର ବି ଆୟୋଜନ ହୋଇଥିଲା । ମୁମ୍ବାଇର ଆର.କେ. ଷ୍ଟୁଡିଓରେ ଉଭୟଙ୍କର ବିବାହ ପୂର୍ବ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏପଟେ ରଣବୀର-ଆଲିଆଙ୍କ ବିବାହ ଉତ୍ସବ ପୂର୍ବରୁ ସୁରତର ଜଣେ ଗହଣା ବ୍ୟବସାୟୀ ୨୪ କ୍ୟାରେଟ୍ ସୁନା ଛାଉଣୀ ହୋଇଥିବା ଏକ ବିଶାଳ ଫୁଲ ତୋଡ଼ା ଉଭୟଙ୍କୁ ଉପହାର ଦେଇଛନ୍ତି । ଆଲିଆ ଓ ରଣବୀର ୨୦୧୭ରୁ ସମ୍ପର୍କରେ ରହି ଆସିଛନ୍ତି । ୨୦୧୮ରେ ଏହି କପୁଲ ସୋନମ୍ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିବା ପରେ ସେମାନଙ୍କ ରିଲେସନସିପ୍ ସମ୍ପର୍କରେ ବିଦ୍ଧିବଧ ଭାବେ ଘୋଷଣା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)