• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହାତକୁ ଦିହାତ ହେବେ ଷ୍ଟାରଯୋଡ଼ି । ଆସନ୍ତାକାଲି ପଡ଼ିବ ହାତଗଣ୍ଠି, ବାଜିବ ଶାହାନାଇ । ଚୁଲବୁଲି ନାୟିକା ଆଲିଆଙ୍କୁ ବିବାହ କରିବେ ରଣବୀର କପୁର । ଏଥିପାଇଁ କପୁର ପରିବାରରେ ଧୁମଧାମରେ ଆରମ୍ଭ ହୋଇଯାଇଛି ବିବାହ ଉତ୍ସବ । ଆଜି ଠାରୁ ରଣବୀରଙ୍କ ଘର ’ବାସ୍ତୁ’ ରେ ପହଞ୍ଚିଯାଇଛନ୍ତି ସମ୍ପର୍କୀୟ । ଧୀରେ ଧୀରେ ପରିବେଶ ରଙ୍ଗୀନ ହୋଇଉଠୁଛି । ଆଲୋକମାଳାରେ ଝଲସୁଛି ରଣବୀର କପୁରଙ୍କ ଘର ।

ତେବେ ଏହାରି ଭିତରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠୁ ଉପହାର ଗଦା ହେବାରେ ଲାଗିଛି । ଶୁଭେଚ୍ଛୁମାନେ ନିଜ ନିଜ ଷ୍ଟାଇଲ୍‌ରେ ଉପହାର ଦେଇଛନ୍ତି । ମେହେନ୍ଦି କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଆଲିଆ-ରଣବୀରଙ୍କ ବିବାହ ରୀତିନୀତି ମଧ୍ୟ ଏପ୍ରିଲ ୧୩ ତାରିଖ ବୁଧବାରଠାରୁ ଆରମ୍ଭ ହୋଇଛି ।

ତେବେ ଏବେ ସୁଦ୍ଧା ରଣବୀର-ଆଲିଆଙ୍କ ବିବାହକୁ ନେଇ ତାଙ୍କ ପରିବାର ମଧ୍ୟ କୌଣସି ପ୍ରକାର ବୟାନ ଦେଇ ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ବିବାହକୁ ନେଇ ଢ଼େର ଚର୍ଚ୍ଚା । ବଲିଉଡ୍‌ର ଏହି ଯୋଡ଼ିକୁ ବିଭିନ୍ନ ବର୍ଗ ଲୋକ ପସନ୍ଦ କରନ୍ତି । ଏମିତି ଭୟଙ୍କ ପ୍ରଶଂସକ ବିଭିନ୍ନ ବର୍ଗର ତଥା ବିଭିନ୍ନ କ୍ଷେତ୍ରରେ ରହିଛନ୍ତି । ତେବେ ଏହାରି ଭିତରେ ଜଣେ ପ୍ରଶଂସକ ତଥା ସୁରଟର ସୁନା ବ୍ୟବସାୟୀ ନିଜର ଫେଭରାଇଟ୍‌ ଯୋଡ଼ି ଆଲିଆ-ରଣବୀରଙ୍କ ପାଇଁ ବିବାହର ବଡ଼ ଉପହାର ପଠାଇଛନ୍ତି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଦେଖାଯାଇଛି ଯେ, ଦୁଇ ଜଣ ଯୁବକ ରଣବୀର-ଆଲିଆଙ୍କ ପାଇଁ ଏକ ଗିଫ୍ଟ ଧରି ଆସିଛନ୍ତି । ଯାହାକୁ ଏକ ଟ୍ରାନ୍ସପରେଣ୍ଟ ପଲିଥିନ୍‌ରେ କଭର କରାଯାଇଛି । ଯାହାକି ଏକ ବିରାଟ ବୁକେ ଭଳି ଦେଖାଯାଉଛି । ଏହା କୌଣସି ସାଧାରଣ ଫୁଲର ବୁକେ ନୁହେଁ ବରଂ ଏହାଏକ ସ୍ୱତନ୍ତ୍ର ବୁକେ । ବୁକେ ଆଣିଥିବା ବ୍ୟକ୍ତି କହିଛନ୍ତି ଯେ, ଏହା ସୁନାରେ ନିର୍ମିତ ସ୍ପେସାଲ ବୁକେ । ଏହି ବୁକେରେ ଲାଗିଥିବା ଫୁଲ ତଥା ପାଖୁଡ଼ାଗୁଡ଼ିକ ସୁନା ଚାଦରରେ ଆଚ୍ଛାଦିତ ହୋଇଛି । ଆଉ ସବୁଠାରୁ ବଡ଼ କଥା ହେଲା ଏହା ଶତପ୍ରତିଶତ ଅସଲି ସୁନା । ସୁରଟର ଜଣେ ଜୁଏଲରୀ ବ୍ୟବସାୟୀ ଏହି ବୁକେକୁ ବିବାହ ଉପହାର ଭାବେ ପଠାଇଛନ୍ତି ।

ସେପଟେ ରଣବୀରଙ୍କ ବିବାହ ଉତ୍ସବରେ କରିସ୍ମା କପୁର, କରୀନା କପୁର, ମହେଶ ଭଟ୍ଟ, ପୂଜା ଭଟ୍ଟ, ରିମା ଜୈନଙ୍କ ପରି ପରିବାର ଲୋକ  ମେହେନ୍ଦୀ ଉତ୍ସବରେ ଏକାଠି ହୋଇଛନ୍ତି । ତେବେ ମେହେନ୍ଦୀ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ପାରମ୍ପାରିକ ପୋଷାକରେ ଦେଖିବାକୁ ମିଳିଥିଲା ।