Advertisment

‘KGF 2 ରିଲିଜ୍‌ ନହେଉଣୁ ଫ୍ୟାନ୍ସଙ୍କ କ୍ରେଜ୍‌: ସକାଳ ୬ରେ ଶୋ’, ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍‌...

ଫିଲ୍ମ ରିଲିଜ୍‌ ନହେଉଣୁ ଫ୍ୟାନ୍ସଙ୍କ କ୍ରେଜ୍‌। ଦେଢ଼ ହଜାରରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍‌। ‘KGF 2’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Yash's KGF Chapter 2 Release April 14

Yash's KGF Chapter 2 Release April 14

ଫିଲ୍ମ ରିଲିଜ୍‌ ନହେଉଣୁ ଫ୍ୟାନ୍ସଙ୍କ କ୍ରେଜ୍‌। ଦେଢ଼ ହଜାରରୁ ୨ ହଜାର ଟଙ୍କାରେ ବିକ୍ରି ହେଉଛି ଟିକେଟ୍‌। ‘KGF 2’କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ କ୍ରେଜ୍‌ ଦେଖିବାକୁ ମିଳିଛି। ‘KGF 2’ର ପ୍ରମୋସନ ପାଇଁ ସାଉଥ ଷ୍ଟାର ୟଶ୍‌ ବ୍ୟସ୍ତ ଥିବାବେଳେ ଏପ୍ରିଲ ୧୪ କେବେ ହେବ ଏନେଇ ଚାହିଁ ବସିଛନ୍ତି ଫ୍ୟାନ୍ସ। ଫିଲ୍ମ ରିଲିଜ୍ ହେଉ ହେଉ ଫିଲ୍ମ ଦେଖିବାକୁ ଲୋକଙ୍କ ଭିଡ଼ ଯେତେ ହେବ ତାହା ଏବେଠୁ ଆକଳନ କରି ହେଉଛି। ଦକ୍ଷିଣ ଭାରତରୁ ଉତ୍ତର, ପୂର୍ବରୁ ପଶ୍ଚିମ ସବୁଠି ‘KGF Chapter 2’କୁ ନେଇ ପ୍ରବଳ ଉତ୍ସାହ।

Advertisment

ଫିଲ୍ମ ପାଇଁ ଆଡ୍‌ଭାନ୍ସ ଟିକେଟ୍‌ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଅଧିକରୁ ଅଧିକ ଟିକେଟ୍‌ ବୁକିଂକୁ ନେଇ ଫିଲ୍ମର ମେକର୍ସ ଓ ଡିଷ୍ଟ୍ରିବ୍ୟୁଟର୍ସ ଅନେକ ଆଶା ରଖିଛନ୍ତି। ତେଣୁ ଦିଲ୍ଲୀ, ମୁମ୍ବାଇ ଭଳି ଅନେକ ସହରରେ ଶୋ’ ଟାଇମିଂରେ ପରିବର୍ତ୍ତନ କରାଯାଇଛି। ଖାଲି ଏତିକି ନୁହେଁ, ଦିଲ୍ଲୀ, ମୁମ୍ବାଇର ଅନେକ ମଲ୍ଟିପ୍ଲେକ୍ସରେ ପ୍ରତି ସିଟ୍‌ର ବୁକିଂ ଦାମ୍‌ ୧,୫୦୦-୨,୦୦୦ ଟଙ୍କା ପର୍ଯ୍ୟନ୍ତ ରଖା ଯାଇଥିବା ଦେଖିବାକୁ ମିଳିଛି। ସେହିପରି ମୁମ୍ବାଇ ଓ ପୁଣେରେ ସକାଳ ୬ଟାରୁ  ‘KGF 2’ର ଫାଷ୍ଟ୍‌ ଶୋ’ ଆରମ୍ଭ ହେଉଛି। 

ଆହୁରି ମଧ୍ୟ ଦେଖିବାକୁ ମିଳିଛି, ମୁମ୍ବାଇର କିଛି ସ୍ଥାନରେ ଟିକେଟ୍‌ (KGF 2 Ticket Price) ଦାମ୍‌ ୧,୪୫୦/୧,୫୦୦ ଟଙ୍କା ଥିବାବେଳେ ଦିଲ୍ଲୀରେ ୧,୮୦୦/୨,୦୦୦ ଟଙ୍କାରେ ଟିକେଟ୍‌ ବୁକିଂ ହେଉଛି। 

Advertisment

ଏପ୍ରିଲ ୧୪ରେ ‘KGF 2’ ରିଲିଜ୍‌ ହେବ। କନ୍ନଡ, ତାମିଲ, ତେଲୁଗୁ, ହିନ୍ଦୀ ଓ ମାଲାୟାଲମ ଭାଷାରେ ଫିଲ୍ମ ରିଲିଜ୍‌ ହେବ। ୧୦୦ କୋଟି ଟଙ୍କା ବଜେଟ୍‌ରେ ଫିଲ୍ମ ନିର୍ମାଣ ହୋଇଥିବା ବେଳେ ପ୍ରଶାନ୍ତ ନୀଲ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। 

KGF Chapter 2 KGF 2 KGF 2 Release Date KGF Chapter 2 Star Yash
Advertisment
Advertisment