• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Arshad Warsi
ଅରଶଦଙ୍କ ବଡି ଟ୍ରାନ୍ସଫର୍ମେସନକୁ ଦେଖି ପ୍ରଶଂସକ ତାଜୁବ୍

ଅଭିନେତା ଅରଶଦ ବାରସୀ ନିଜର ଫିଟ୍‌ନେସ୍ ପରଫେକ୍ଟ ଫଟୋ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କ ଟ୍ରାନ୍ସଫର୍ମେସନକୁ ଦେଖି ଉପଭୋକ୍ତାଙ୍କ ଆଖି ଲାଖିଯାଉଛି। ଏହି ଫଟୋରେ ଅରଶଦ ତାଙ୍କ ବାଇସେପ୍ସ ଦେଖେଇଛନ୍ତି, ଯାହା ଲୋକଙ୍କୁ ଆଖି ତରାଟି ଚାହିଁବାକୁ ବାଧ୍ୟ କରିଛି।

sonu sood
ଅକଳରେ ଅଭିନେତା ସୋନୁ ସୁଦ୍‌ ! ସରକାରଙ୍କୁ ୨୦ କୋଟି ଟଙ୍କାର ଟ୍ୟାକ୍ସ ଫାଙ୍କିଥିବା ଅଭିଯୋଗ

ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ସୋନୁ ସୁଦଙ୍କ ଘରେ ଏବଂ ତାଙ୍କ କମ୍ପାନୀ ଲିଙ୍କରେ ଥିବା ବିଭିନ୍ନ ସ୍ଥାନରେ ୩ ଦିନ ଧରି ରେଡ୍ କରୁଥିଲା ଆୟକର ଟିମ୍ । ଏହି ସମୟରେ ଟ୍ୟାକ୍ସ ଫାଙ୍କି ନେଇ ବିଭିନ୍ନ ପ୍ରମାଣ ମିଳିଥିବା ଏବଂ ସୋନୁ ସୁଦ୍ ବିଭିନ୍ନ ବେନାମୀ ଲୋକଙ୍କ ଠାରୁ ଲୋନ୍ ମାଧ୍ୟମରେ ଟଙ୍କା ଆଣିଥିବା ବେଳେ ଯାହାର କିଛି ହିସାବ ମିଳୁନଥିବା ଆୟକର ବିଭାଗ ଦାବି କରିଛି । ଏହି ବେନାମୀ ଲୋନ୍ ଜରିଆରେ ଆସିଥିବା ଅର୍ଥକୁ ସେ ନିବେଶ ଏବଂ ସମ୍ପତ୍ତି କିଣାରେ ବ୍ୟବହାର କରିଛନ୍ତି

Raghav Juyal
ରାଘବଙ୍କ ମହାନତା; ପ୍ରତିଯୋଗୀ ବାପାଙ୍କ ୮ ଲକ୍ଷ ଋଣ ସୁଝିବାକୁ ପ୍ରତିଶ୍ରୁତି ଦେଲେ

ବର୍ତ୍ତମାନ ରାଘବ ରିଏଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍ ୬’କୁ ହୋଷ୍ଟ୍‌ କରୁଛନ୍ତି, ଯାହା ଡିଜ୍ନି ପ୍ଲସ୍ ହଟ୍ ଷ୍ଟାର୍‌ରେ ପ୍ରସାରିତ ହେଉଛି। କରୋନା ସମୟରେ ସେ ଉତ୍ତରାଖଣ୍ଡବାସୀଙ୍କୁ ବହୁ ସାହାଯ୍ୟର ହାତ ବଢେଇଥିଲେ। ଏହି ଦୁର୍ଦ୍ଦିନରେ ଲୋକଙ୍କ ସେବାକରି ସେ ପ୍ରମାଣିତ କରିଦେଇଥିଲେ ଯେ ସେ କେତେ ହୃଦୟବାନ। ନିକଟରେ ‘ଡ୍ୟାନ୍ସ ପ୍ଲସ୍ ୬’ର ଜଣେ ପ୍ରତିଯୋଗୀଙ୍କ ଦୁଃଖ ଶୁଣି ତାଙ୍କୁ ସାହାଯ୍ୟ କରିବା ନେଇ ୮ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

Bollywood celebrates modi,s b'day
ମୋଦିଙ୍କୁ ବଲିଉଡରୁ ଜନ୍ମଦିନର ଶୁଭେଚ୍ଛା,ଅକ୍ଷୟ,କଙ୍ଗନା ଜଣାଇଲେ ଶୁଭକାମନା

ଆଜି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ସାରାଦେଶ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଥିବା ବେଳେ ବଲିଉଡର ଅନେକ କଳାକାର ପ୍ରିୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଫିଲ୍ମ ନିର୍ଦେଶକ କରଣ ଜୋହର, କଙ୍ଗନା ରାଣାୱତ, ବିବେକ ଓବରୋଏ, ରିତିଶ ଦେଶମୁଖ, ହେମା ମଲିନୀ ସୋସିଆଲ ମିଡିଆରେ ନିଜ ନିଜ ଶୈଳୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Neha Dhupia
ବେବି ବମ୍ପ୍ ଦେଖେଇ ପୁଲ୍ ପାର୍ଟୀ ଉପଭୋଗ କଲେ ନେହା ଧୂପିଆ

ବଲିଉଡ୍ ଅଭିନେତ୍ରୀ ନେହା ଧୂପିଆ ପୁଣି ଗର୍ଭବତୀ ଅଛନ୍ତି। ତେବେ ‍ସେ ତାଙ୍କର ଏହି ମୁହୂର୍ତ୍ତକୁ ଖୁବ୍ ଭଲ ଭାବେ ଉପଭୋଗ କରୁଛନ୍ତି। ସୋସିଆଲ୍ ମିଡିଆରେ ସେ ତାଙ୍କର ବେବି ବମ୍ପ ଦେଖେଇ ଫଟୋ ପୋଷ୍ଟ କରି ଚାଲିଛନ୍ତି। ଏବେ ସେ ପୁଲ୍ ପାର୍ଟୀକୁ ଉପଭୋଗ କରୁଥିବାର କିଛି ଫଟୋ ସେୟାର କରିଛନ୍ତି।

Priyanka Chopra
‘ଏକ୍ଟିଭିଟିଜ୍’ ରେ ଭାଗ ନେଇ କ୍ଷମା ମାଗିଲେ ପ୍ରିୟଙ୍କା

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ଶୋ’ ‘ଏକ୍ଟିଭିଟିଜ୍’ ରେ ଭାଗ ନେବା ନେଇ ଟ୍ରୋଲ୍ ହେବାକୁ ପଡିଛି। ଏହି ଶୋ’କୁ ନେଇ ବିବାଦ ବଢୁଥିବା ଦେଖି ଏବେ ପ୍ରିୟଙ୍କା ସୋସିଆଲ୍ ମିଡିଆରେ ଏକ ଲମ୍ବା ଚୌଡା ପୋଷ୍ଟ୍ ସେୟାର କରି କ୍ଷମା ମାଗିଛନ୍ତି।

Amitabh Bachchan
ପାନ ମସଲା ବିଜ୍ଞାପନ କାହିଁକି କଲେ ଅମିତାଭ?

ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କୁ ଏକ ପାନ ମସଲା ବିଜ୍ଞାପନ ପାଇଁ ଟ୍ରୋଲ ହେବାକୁ ପଡିଛି। ନିକଟରେ ଅମିତାଭ ରଣବୀର ସିଂହଙ୍କ ସହିତ ଏହି ବିଜ୍ଞାପନଟି କରିଥିଲେ। ଟ୍ରୋଲିଂ ହେବା ପରେ ସେ ଏହାର ଜବାବ ସୋସିଆଲ୍ ମିଡିଆରେ ରଖିଛନ୍ତି।

shilpa shetty and raj kundra
ନିଜ କାମରେ ବ୍ୟସ୍ତ ଥିଲି,ରାଜ୍ କଣ କରୁଥିଲେ ମୁଁ ଜାଣି ନଥିଲି ଶିଳ୍ପା

ଅଶ୍ଳୀଳ ଭିଡିଓ ଓ ଫିଲ୍ମ ତିଆରି କରିବା ଅଭିଯୋଗରେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ଜେଲରେ ଅଛନ୍ତି । ଏହି ମାମଲାରେ ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସର ଚାର୍ଜସିଟରେ ସାକ୍ଷୀ ଭାବରେ ତାଲିକାଭୁକ୍ତ ହୋଇଛନ୍ତି। ସେ ପୋଲିସକୁ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଶିଳ୍ପା ଶେଟ୍ଟୀ ମୁମ୍ବାଇ ପୋଲିସକୁ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ, ରାଜ କୁନ୍ଦ୍ରା କଣ କରୁଛନ୍ତି ତାହା ସେ ଜାଣି ନାହାଁନ୍ତି ।

manoj patil
ଆତ୍ମହତ୍ୟା ପାଇଁ ଉଦ୍ୟମ କଲେ ମିଷ୍ଟର ଇଣ୍ଡିଆ ବିଜେତା

ପୂର୍ବତନ ମିଷ୍ଟର ଇଣ୍ଡିଆ ବଡି ବିଲ୍ଡର ମନୋଜ ପାଟିଲ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି । ମୁମ୍ବାଇରେ ଗତ ରାତିରେ ସେ ନିଦ ବଟିକା ଖାଇ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛନ୍ତି । ସୂଚନା ଅନୁସାରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ସୁଇସାଡାଲ ନୋଟ୍ ଲେଖିଛନ୍ତି । ନୋଟରେ ସେ ଅଭିନେତା ସାହିଲ୍ ଖାନଙ୍କ ବିରୋଧରେ ସାଇବର୍ ବୁଲିଂ ଓ ମାନସିକ ଭାବେ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି।

Amir and Kiran
ଏକାଠି ହେବେ ଆମୀର ଖାନ୍ ଓ କିରଣ ରାଓ ! ଛାଡ଼ପତ୍ର ପରେ ବି ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ

ଛାଡ଼ପତ୍ର ପରେ ସାଧାରଣତଃ କପଲ୍ ମାନେ ଅଲଗା ଓ ସ୍ୱାଧୀନ ଭାବେ ଜୀବନ ବିତାଇଥାନ୍ତି । କିନ୍ତୁ ଆମୀର ଖାନ୍ ଓ କିରଣ ରାଓ ଛାଡ଼ପତ୍ର ପରେ ବି ଏକ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ବଜାୟ ରଖିଛନ୍ତି । ଚଳିତ ବର୍ଷ ଜୁଲାଇରେ ଆମୀର ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ଛାଡ଼ପତ୍ର ପରେ ମଧ୍ୟ ଦୁହିଁକୁ ଏକ ବନ୍ଧୁଙ୍କ ବିବାହ ଉତ୍ସବରେ ଏକାଠି ଦେଖିବାକୁ ମିଳିଛି ।

Raj kundra
ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ; ଚାର୍ଜସିଟ୍‌ରେ ରହିଛି ସାଂଘାତିକ ଅଭିଯୋଗ

ଦିନକୁ ଦିନ ରାଜ୍ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି । ବୁଧବାର ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଶ୍ଳୀଳ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଶିଲ୍ପା ସେଟ୍ଟି ,ସର୍ଲିନ ଚୋପ୍ରା ଓ ଅନ୍ୟ ୪୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

Nusrat Jahan
ନୁସରତ ଜାହାଁଙ୍କ ପିଲାର ବାପା କିଏ ? ଜନ୍ମ ପ୍ରମାଣପତ୍ରରେ ରହସ୍ୟର ଖୁଲାସା

ନୁସରତ ଜାହାଁଙ୍କ ସନ୍ତାନର ବାପା କିଏ, ଅନେକ ଦିନର ଏହି ରହସ୍ୟ ଉପରୁ ପରଦା ହଟିଲା । ସମସ୍ତଙ୍କ ମନରେ ଥିଲା କେବଳ ଗୋଟିଏ ପ୍ରଶ୍ନ, ନୁସରତଙ୍କ ସନ୍ତାନର ପିତା କିଏ ?

Sonu Sood
ସୋନୁ ସୁଦଙ୍କ ଘରେ ଇନ୍‌କମ୍‌ ଟାକ୍ସ ଅଫିସର

ବଲିଉଡ ତଥା ଟଲିଉଡ୍ ଅଭିନେତା ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥ କାର୍ଯ୍ୟାଳୟକୁ ଇନକମ ଟାକ୍ସ ବିଭାଗ ତରଫରୁ ସର୍ଭେ କରାଯାଇଛି। ସୂଚନା ମୁତାବକ ମୁମ୍ବାଇରେ ଥିବା ତାଙ୍କର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଅନୁସନ୍ଧାନ ଚାଲିଛି। ତେବେ ଇନକମ ଟାକ୍ସ ବିଭାଗ ଅଧିକାରୀ ସୋନୁ ସୁଦଙ୍କ ସମ୍ପତ୍ତି ଉପରେ କାହିଁକି ପଡିଛନ୍ତି ଏହାର କାରଣ ସାମ୍ନାକୁ ଆସିନି।

Disha Patani
ଦିଶା ପାଟନୀଙ୍କ ଏହି ରୂପ ଦେଖି ସମସ୍ତେ ଫିଦା

ଆଜିକାଲି ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀ ନିଜର ଗ୍ଲାମରସ୍‌ ଫଟୋ ପାଇଁ ଚର୍ଚ୍ଚାରେ ରହୁଛନ୍ତି। କେତେବେଳେ ପାଶ୍ଚାତ୍ୟ ପୋଷାକରେ ତ ପୁଣି କେତେବେଳେ ବିକିନୀରେ ଦିଶା ନିଜର ଫଟୋ ସେୟାର କରିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଆଉ ଏକ ଅବତାରରେ ଦେଖିବାକୁ ମିଳିଛି। ଦୀର୍ଘ ଦିନ ପରେ ଦିଶା ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ରେ ନିଜର ଫଟୋ ସେୟାର କରିଛନ୍ତି। ଏହାକୁ ଦେଖି ପ୍ରଶଂସମାନେ ବହୁତ ପସନ୍ଦ କରୁଥିବା ଦେଖାଯାଏ।

Salman-Shahrukh
ଶାହରୁଖ ଓ ସଲମାନଙ୍କ ଡାଏଟ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଶାହରୁଖ ଖାନ୍ ଓ ସଲମାନ ଖାନ୍ ବଲିଉଡ୍ ଇଣ୍ଡଷ୍ଟ୍ରୀର ସବୁଠାରୁ ବଡ ଷ୍ଟାର୍। ଏହି ଦୁହିଁଙ୍କ ଫିଲ୍ମ ଯଦି ପରଦାକୁ ଚାଲିଆସେ ତେବେ ଟିକେଟ୍ ବ୍ଲାକ୍‌ ହେବା ଥୟ। ଲୋକେ ଏମାନଙ୍କ ଫିଲ୍ମକୁ ଉତ୍ସାହର ସହିତ ଚାହିଁ ବସିଥାନ୍ତି। ଲୋକେ ସେମାନଙ୍କ ଫିଲ୍ମକୁ ତ ପସନ୍ଦ କରନ୍ତି ଏହା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଜାଣିବା ପାଇଁ ସବୁବେଳେ ଆଗ୍ରହୀ ଥାଆନ୍ତି। ଏହି ଦୁଇ ଅଭିନେତା ଆଲିଶାନ ଘରେ ରହିବା ସହ ଆଭିଜାତ୍ୟ ସମ୍ପନ୍ନ ଜୀବନ ଜୀଅନ୍ତି।

The madness of Rajinikanth's fans
ପ୍ରଶଂସକଙ୍କ ପାଗଳାମୀ ଦେଖି ରାଗିଗଲେ ସୁପରଷ୍ଟାର ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କର କ୍ରେଜ୍ ସବୁବେଳେ ରହି ଆସିଛି । କେବଳ ସାଉଥ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକଙ୍କ ରହିଛନ୍ତି। ନିକଟରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଗଳାମୀ ପାଇଁ ସେ ବହୁତ ରାଗି ଯାଇଛନ୍ତି । ରଜନୀକାନ୍ତଙ୍କ ଫିଲ୍ମର ପୋଷ୍ଟରରେ ପ୍ରଶଂସକ ମାନେ ଛେଳିର ରକ୍ତ ଛିଞ୍ଚିଛନ୍ତି । ଏନେଇ ରଜନୀକାନ୍ତ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Yami Gautam New Looks In Film ‘Bhoot Police’
ଏମିତି କ’ଣ ହେଲା ୟାମିଙ୍କ ମୁହଁ ? ଆପଣ ବି ଦେଖିଲେ କହିବେ OMG

କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ପ୍ରଥମେ ଲୁଚିଛପି ବିବାହ, ଏବେ ଫିଲ୍ମ ‘Bhoot Police’କୁ ନେଇ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଫିଲ୍ମରେ ୟାମିଙ୍କ ଅଭିନୟ ଓ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି।

Naseeruddin Shah
ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନର ପ୍ରତିକ୍ରିୟା ରଖିଲେ ନସିଋଦ୍ଦୀନ ଶାହ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୟାନର ପ୍ରତିକ୍ରିୟା ରଖିଛନ୍ତି ବଲିଉଡ ଅଭିନେତା ନସିଋଦ୍ଦୀନ ଶାହ। ଯୋଗୀ ଆଦିତ୍ୟନାଥଙ୍କ ‘ଅବ୍‌ବା ଜାନ’ ବୟାନକୁ ନେଇ ପ୍ରତିକ୍ରିୟା କରିଛନ୍ତି ନସିଋଉଦ୍ଦୀନ। ସେ ଏହି ବୟାନକୁ ଅପମାନଜନକ ବୋଲି କହିଛନ୍ତି। ପୂର୍ବରୁ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ‘ଅବ୍‌ବା ଜାନ’ ଶବ୍ଦ ବ୍ୟବହାର କରିଥିଲେ।

Kangana Ranaut
କଙ୍ଗନା ରଣୱତ ହେବେ ମାତା ସୀତା

ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଏବଂ ୪ ଥର ରାଷ୍ଟ୍ରୀୟ ପୁରଷ୍କାର ଜିତିଥିବା କଙ୍ଗନା ରଣୱତ ପର୍ଦାରେ ଜୟଲଳିତାଙ୍କ ଭୂମିକା ନିଭେଇବା ପରେ ବର୍ତ୍ତମାନ ଆଉ ଏକ ବଡ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି। କଙ୍ଗନା ବର୍ତ୍ତମାନ ଏପିକ୍ ଡ୍ରାମା ‘ଦ ଇନ୍‌କାର୍‌ନେସନ୍‌-ସୀତା’ ରେ ମୁଖ୍ୟ ଭୂମିକା କରିବାକୁ ଯାଉଥିବା ବେଳେ ସେ ଏଥିରେ ସୀତା ଭୂମିକାରେ ନଜର ଆସିବେ। ଅଫିସିଆଲି ଏହାର ଘୋଷଣା କରାଯାଇଛି।

Kangana-Javed
ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା

ମାନହାନୀ ମାମଲାରେ କୋର୍ଟରେ ପହଞ୍ଚିଲେ ନାହିଁ କଙ୍ଗନା ରଣୱତ। ବଲିଉଡ୍ ଗୀତିକାର ଜାଭେଦ ଅଖତର ଅଭିନେତ୍ରୀ କଙ୍ଗନା ରଣୱତଙ୍କ ନାମରେ ମାନହାନୀ କେସ୍‌ ଦାଖଲ କରିଥିଲେ। ଏହି ମାମଲାରେ ଆଜି ଅନ୍ଧେରୀ କୋର୍ଟରେ ଶୁଣାଣି ଥିଲା। ମାମଲା ଶୁଣାଣି ନେଇ ଜାଭେଦ ଅଖତର୍ ପତ୍ନୀ ଓ ବଲିଉଡ୍‌ର ବରିଷ୍ଠ ଅଭିନେତ୍ରୀ ଶବାନା ଆଜାମୀଙ୍କ ସହିତ କୋର୍ଟକୁ ଆସିଥିଲେ। କିନ୍ତୁ କଙ୍ଗନା ରଣୱତ କୋର୍ଟରେ ଉପସ୍ଥିତ ହୋଇ ନ ଥିଲେ।

Alia Bhatt
ଯୋଗ କରି ଲୋକଙ୍କୁ ଆଶ୍ଚର୍ଯ୍ୟ କଲେ ଆଲିଆ ଭଟ୍ଟ

ବଲିଉଡ୍‌ର ଟପ୍ ଓ ଷ୍ଟାଇଲିସ୍ ଅଭିନେତ୍ରୀଙ୍କ କଥା ଯଦି ଉଠେ ତେବେ ଆଲିଆ ଭଟ୍ଟ ଏଥିରୁ ବାଦ ପଡିବେନି। ଆଲିଆ ଫିଟ୍ ରହିବା ନେଇ ସବୁବେଳେ ୱାର୍କଆଉଟ୍ ଓ ଯୋଗକୁ ପ୍ରାଥମିକତା ଦେଇଥାନ୍ତି। ସେ ସବୁବେଳେ ପାଇଲେଟ୍ସ, ଯୋଗ ଓ ଜିମ୍‌ ସେଶନର ଫଟୋ ସେୟାର କରନ୍ତି। ଏଥିରୁ ଜଣାଯାଏ ଯେ ସେ ତାଙ୍କ ଜୀବନଶୈଳୀକୁ ନେଇ କେତେ ସଚେତନ।

Vidyut-Nandita
ବିଦ୍ୟୁତ୍ ଜାମୱାଲ୍ ଜଣେଇଲେ ନନ୍ଦିତା ମେହତାନୀଙ୍କ ସହ ତାଙ୍କ ନିର୍ବନ୍ଧ

ବଲିଉଡ୍ ଅଭିନେତା ବିଦ୍ୟୁତ୍ ଜାମୱାଲ୍ ତାଙ୍କ ପ୍ରେମିକା ଫେସନ୍‌ ଡିଜାଇଜର୍ ନନ୍ଦିତା ମେହତାନୀଙ୍କ ସହ ନିଜ ସଂପର୍କର ନୂଆ ନାମ ଦେଇଛନ୍ତି। ନନ୍ଦିତା ଜଣେ ଫେସନ ଡିଜାଇନର ହୋଇଥିବା ବେଳେ ସେ ବଡ ବଡ ସେଲିବ୍ରିଟିମାନଙ୍କ ପାଇଁ ଡ୍ରେସ୍ ଡିଜାଇନ୍ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ବିଦ୍ୟୁତ ଜାମୱାଲା ତାଙ୍କ ନିର୍ବନ୍ଧ କଥାକୁ ସ୍ପଷ୍ଟ କରିଛନ୍ତି। ବାସ୍ତବ କଥା ହେଉଛି ସେପ୍ଟେମ୍ବର ୧ରେ ବିଦ୍ୟୁତଙ୍କ ନିର୍ବନ୍ଦ ନନ୍ଦିତାଙ୍କ ସହ ହୋଇଥିଲା। କିନ୍ତୁ ସେତେବେଳେ ସେ ଏହା ନ କହି ବର୍ତ୍ତମାନ ଘୋଷଣା କରିଛନ୍ତି।

Nargis Fakhri
୫ ବର୍ଷ ଧରି ସଂପର୍କରେ ଥିଲେ ନର୍ଗିସ୍ ଫକ୍ରି ଓ ଉଦୟ ଚୋପ୍ରା

‘ରକ୍‌ଷ୍ଟାର୍’ ଅଭିନେତ୍ରୀ ନର୍ଗିସ୍ ଫକ୍ରି ଏବେ ୟୁଏସ୍‌ରେ ରହୁଛନ୍ତି। କିନ୍ତୁ ସେ ସୋସିଆଲ୍ ମିଡିଆରେ ତାଙ୍କ ଭାରତୀୟ ପ୍ରଶଂସକଙ୍କ ସହ ଜଡିତ ରହୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ ନର୍ଗିସ ଓ ଅଭିନେତା-ପ୍ରଯୋଜକ ଉଦୟ ଚୋପ୍ରାଙ୍କ ପ୍ରେମ ସମ୍ପର୍କ ଚର୍ଚ୍ଚାରେ ଥିଲା। ଏବେ ଏକ ସାକ୍ଷାତକାରରେ ନର୍ଗିସ୍ ଉଦୟଙ୍କ ସହ ତାଙ୍କ ସଂପର୍କକୁ ନେଇ ଖୁଲାସା କରିଛନ୍ତି।

KBC 13
କେବିସି ହଟ୍ ସିଟ୍‌ରେ ନଜର ଆସିବେ ନୀରଜ ଚୋପ୍ରା-ପି ଶ୍ରୀଜେଶ

ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ଗେମ୍ ଶୋ ‘କୌନ୍ ବନେଗା କରୋଡ ପତି ୧୩’କୁ ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି। କେବିସି ଶୋ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି। ଶୋ’ରେ ପ୍ରତି ସପ୍ତାହରେ ଆଗ ଧାଡିର ହସ୍ତୀମାନେ ଯୋଗ ଦେଉଛନ୍ତି। ଏହି କ୍ରମରେ ଆଗାମୀ ଶୁକ୍ରବାର ଦମଦାର ହେବାକୁ ଯାଉଛି। କାରଣ ଏଥିରେ ଅଲମ୍ପିକ୍‌ରେ ଭାରତର ନାମକୁ ଉଜ୍ଜ୍ୱଳିତ କରିଥିବା ଆଥ୍‌ଲେଟ୍ ନୀରଜ ଚୋପ୍ରା ଓ ପି ଶ୍ରୀଜେଶ ନଜର ଆସିବେ।

Krushna-Govinda
କୃଷ୍ଣା-ଗୋବିନ୍ଦାଙ୍କ ମଧ୍ୟରେ ଫାଟ; ଜାଣନ୍ତୁ କାରଣ କ’ଣ

‘ଦ କପିଲ ଶର୍ମା ଶୋ’ର ଜଣେ ମୁଖ୍ୟ କଳାକାର ହେଲେ କୃଷ୍ଣା ଅଭିଷେକ। ଶୋ’ରେ ଯଦି କୃଷ୍ଣାଙ୍କ ଦେଖା ନ ମିଳେ ତେବେ ଶୋ’ ଅଧୁରା ରହିଯାଏ। କିନ୍ତୁ ପୂର୍ବରୁ ଏକ ଏପିଶୋଡ୍‌ରେ କୃଷ୍ଣାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ଏହି ଶୋ’ରେ ତାଙ୍କ ମାମୁ ଗୋବିନ୍ଦା ଓ ମାଇଁ ସୁନୀତା ଆହୁଜା ମୁଖ୍ୟ ଅତିଥିଭାବେ ସାମିଲ ହୋଇଥିଲେ। ଗତ କିଛି ଦିନ ହେବ କୃଷ୍ଣା ଓ ଗୋବିନ୍ଦାଙ୍କ ସମ୍ପର୍କ ଏତେ ବିଗିଡି ଯାଇଛି ଯେ ଉଭୟ ସର୍ବସମ୍ମୁଖରେ ଜଣେ ଅନ୍ୟ ଜଣକୁ ସାମ୍ନା ସାମ୍ନି ହେବାକୁ ନାପସନ୍ଦ କରୁଛନ୍ତି।