Advertisment

'ବିଷ୍ଟ' କ୍ରେଜ୍‌; ଫିଲ୍ମ ଦେଖିବାକୁ ମାଗଣା ଟିକେଟ୍‌ ସାଙ୍ଗକୁ ଛୁଟି ଦେଲା ଅଫିସ୍

ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
Beast

Beast

ବଡ ପରଦାରେ ମୁକ୍ତିଲାଭ ହେଲା ସାଉଥ୍‌ ସୁପରହିଟ ଫିଲ୍ମ ‘ବିଷ୍ଟ’। ସାଉଥ ସିନେମାର ସୁପରଷ୍ଟାର ଥାଲାପାଥୀ ବିଜୟ ଏବଂ ପୂଜା ହେଗଡେଙ୍କ ବହୁଚର୍ଚ୍ଚିତ ଫିଲ୍ମ 'ବିଷ୍ଟ' ସିନେମାରେ ମୁକ୍ତିଲାଭ କରିଛି। ଲୋକମାନେ ଏହି ଫିଲ୍ମ ନେଇ ବେଶ୍‌ ଉତ୍ସାହିତ ରହିଥିଲେ । ଏଭଳି ପରିସ୍ଥିତିରେ ଏକ ଖବର ସାମ୍ନାକୁ ଆସୁଛି ଯେ, ଚେନ୍ନାଇର ଏକ ଆଇଟି କମ୍ପାନୀ ‘ବିଷ୍ଟ’ ଫିଲ୍ମ ଦେଖିବା ପାଇଁ ନିଜ କର୍ମଚାରୀଙ୍କୁ ଛୁଟି ଦେଇଛି ଏବଂ ସେମାନଙ୍କୁ ଫିଲ୍ମର ଟିକେଟ ମଧ୍ୟ ମାଗଣା ଦିଆଯାଇଛି।

Advertisment

ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥାଏ । ଆଇଟି କମ୍ପାନୀ ଦ୍ୱାରା ଛୁଟିଦିନର ବିଜ୍ଞପ୍ତିକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି । ତେବେ ଏହି ନୋଟିସ୍‌ରେ ଲେଖାଯାଇଛି ଯେ, 'ଥାଲାପାଥୀ ବିଜୟଙ୍କ ଫିଲ୍ମ ‘ବିଷ୍ଟ'ର ବିଶ୍ୱବ୍ୟାପୀ ମୁକ୍ତିଲାଭ ହେତୁ ଏପ୍ରିଲ ୧୩, ୨୦୨୨ ରେ ଅଫିସ ପକ୍ଷରୁ ଏକ ଛୁଟି ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି, କାରଣ HR ଙ୍କ ନିକଟରେ ଛୁଟି ପାଇଁ ଥିବା ଅନେକ ଅନୁରୋଧକୁ ଏଡାଯାଇପାରିବ’ ।

‘KGF2’ ରିଲିଜ୍‌ ହେବାର ଠିକ୍‌ ଦିନକ ପୂର୍ବରୁ ରିଲିଜ୍‌ ହୋଇଛି ଥାଲାପାଥୀ ବିଜୟଙ୍କ ଫିଲ୍ମ ‘ବିଷ୍ଟ' । ଏକାସଙ୍ଗେ ୨ଟି ସିନେମା ରିଲିଜ୍ ହେଉଛି। ଦକ୍ଷିଣ ଭାରତରେ ଖାଲି ନୁହେଁ ହିନ୍ଦୀ ଭାଷାଭାଷୀ ଅଞ୍ଚଳରେ ଏହି ଦୁଇଟି ସିନେମା ମୁହାଁମୁହିଁ ହେବେ । କାରଣ ହିନ୍ଦୀରେ ଏହି ୨ଟି ଫିଲ୍ମ ରିଲିଜ୍‌ ହେବ । ପୂର୍ବରୁ ତାମିଲ ଓ କନ୍ନଡ ଫିଲ୍ମ ଜଗତ ମଧ୍ୟରେ ଥିବା ପ୍ରତିଯୋଗିତା ସମସ୍ତେ ଜାଣନ୍ତି ଆଉ ଏବେ ଏହି ଫିଲ୍ମ ପୁଣି ଥରେ ପୁରୁଣା ସମୟର ପ୍ରତିଯୋଗିତାକୁ ଫେରାଇ ଆଣିଛି।

Advertisment

କରୋନା ମହାମାରୀ ପରେ ପ୍ରଥମ ବଡ଼ ସିନେମା ଭାବେ ମାଷ୍ଟରକୁ ବଡ଼ ପରଦାରେ ରିଲିଜ୍ କରାଇଥିଲେ ବିଜୟ। ଯେଉଁ ସମୟରେ ଲୋକେ ଓଟିଟିକୁ ସିନେମାର ମାଧ୍ୟମ ଭାବି ସାରିଥିଲେ ସେହି ସମୟରେ ହଲ୍‌କୁ ଦର୍ଶକଙ୍କ ପାଖରେ ପହଞ୍ଚାଇ ଥିଲେ ବିଜୟ। ଏଥର ବି ସେହି ଡ୍ୟାସିଂ ଲୁକ୍, ଦମଦାର ଡାଇଲଗ୍ ସହ ‘BEAST’ରେ ନଜର ଆସିଛନ୍ତି ବିଜୟ। ଆତଙ୍କବାଦୀ ମାନେ ମଲ୍‌ରେ ଲୋକଙ୍କୁ ଅପହରଣ କରିକି ରଖିବା ଓ ବିଜୟ ଦ ହିରୋ, ଦ ସୋଲଜର୍ କିପରି ଲୋକଙ୍କୁ ଉଦ୍ଧାର କରୁଛନ୍ତି ଏହା ଉପରେ କାହାଣୀ ଆଧାରିତ। ବିଜୟଙ୍କ କିଛି ହିରୋଇକ୍ ଷ୍ଟଣ୍ଟ ବି ଫିଲ୍ମରେ ରହିଛି।

Thalapathy Vijay South Indian Films
Advertisment
Advertisment