Advertisment

ଆଲିଆଙ୍କୁ ବିବାହ ପରେ ରଣବୀରଙ୍କ ସିକ୍ରେଟ୍ ପ୍ଲାନ୍

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଦନରେ ବାନ୍ଧିହେବାକୁ ଯାଉଛନ୍ତି। ସେ ବିବାହର ସମସ୍ତ କାର୍ଯ୍ୟକ୍ରମକୁ ଗୁପ୍ତ ରଖୁଛନ୍ତି। ତେବେ ବିବାହ ପରେ ରଣବୀର କ’ଣ କରିବେ ସେନେଇ ମଧ୍ୟ ଯୋଜନା କରିନେଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ranbir Alia Marriage

Ranbir Alia Marriage

ଆରମ୍ଭ ହୋଇଗଲାଣି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଉତ୍ସବ। ବଲିଉଡ୍‌ର ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହର ଉତ୍ସାହ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରହିବ। ବିବାହର କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହା ରିସେପସନ ପର୍ଯ୍ୟନ୍ତ ଚାଲିବ। ଏହି ଯୋଡି ଖୁବ୍ ଶିଘ୍ର ବଲିଉଡ୍ ଦମ୍ପତି ହୋଇଯିବେ। ବିବାହ ପରେ ରଣବୀର କ’ଣ କରିବେ ତାହାର ଯୋଜନା କରିନେଇଛନ୍ତି।

Advertisment

ରଣବୀର-ଆଲିଆଙ୍କ ସବୁ ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ବିବାହ ଉତ୍ସବରେ ଯୋଗଦେବା ନେଇ ମୁମ୍ବାଇ ଆସିବାକୁ ଲାଗିଲେଣି। ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର ସାହାନୀ ତାଙ୍କ ସ୍ୱାମୀ ଭରତ ସାହାନୀ ଓ ଝିଅ ସମାୟରାଙ୍କ ସହ ମୁମ୍ବାଇରେ ପହଞ୍ଚିଗଲେଣି। ତେବେ ସେମାନଙ୍କ ବିବାହକୁ ନେଇ ସେମିତି କିଛି ବ୍ୟକ୍ତିଗତ ସୂଚନା ସାମ୍ନାକୁ ଆସିନି। କିନ୍ତୁ ବିବାହ ପରେ ରଣବୀର ଓ ଆଲିଆ ଛୁଟି ନେବେ। ନିଜ ଜୀବନସାଥୀ ସହିତ କିଛି ଦିନ ଏକାନ୍ତ ଓ ନିରୋଳାରେ କାଟିବା ନେଇ ରଣବୀର ଯୋଜନା ମଧ୍ୟ କରିନେଇଛନ୍ତି।

ସୂଚନା ମୁତାବକ ବିବାହର ଏହି ଭିଡ ଭିତରେ ରଣବୀର କପୁର ଓ ଆଲିଆ ଭଟ୍ଟ ସେମାନଙ୍କ ଫିଲ୍ମର ସୁଟିଂ ଶେଷ କରିବାକୁ ଲାଗି ପଡିଛନ୍ତି। ନିଜର ବୃତ୍ତିଗତ ଚୁକ୍ତିକୁ ସମୟ ପୂର୍ବରୁ ସାରିବା ନେଇ ଉଭୟ ତାରକା ଲାଗିପଡିଚନ୍ତି, ଯାହା ଫଳରେ ବିବାହ ପରେ ସେମାନଙ୍କୁ ଛୁଟି କାଟିବା ନେଇ ବହୁତ ସମୟ ମିଳିବ।

Advertisment

ରଣବୀର କପୁରଙ୍କ ମନାଲୀରେ ସୁଟିଂରେ କର୍ଯ୍ୟକ୍ରମ ଅଛି। ବିବାହ ପରେ ସୁଟିଂ ପାଇଁ ତାଙ୍କୁ ମନାଲୀ ଯିବାର ଅଛି କିନ୍ତୁ ସେ ଗୋଟିଏ ସପ୍ତାହ ଛୁଟି ନେବାକୁ ମନ କରିଛନ୍ତି। ବିବାହ ପରେ ଆଲିଆ ଭଟ୍ଟଙ୍କ ସହ ଗୋଟିଏ ସପ୍ତାହ କଟେଇବା ପରେ ରଣବୀର ପୁଣି ଥରେ ମୁରାଦ ଖେତାନୀଙ୍କ ଫିଲ୍ମ ‘ଏନିମଲ୍’ର ସୁଟିଂ ପାଇଁ ମନାଲୀ ଚାଲିଯିବେ। ଅପ୍ରେଲ ୧୨ରେ ୨ ଦିନ ପାଇଁ ମନାଲୀରେ ସୁଟିଂ ସାରି ସେ ପୁଣି ମୁମ୍ବାଇ ଫେରି ଆସିବେ, କାରଣ ଫିଲ୍ମର ପରବର୍ତ୍ତି ସୁଟିଂ କାର୍ଯ୍ୟକ୍ରମ ମୁମ୍ବାଇରେ ଅଛି।

ତେବେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହର ସବୁ କାର୍ଯ୍ୟକ୍ରମକୁ ଗୁପ୍ତ ରଖାଯାଉଛି। ଫଳରେ ମେହେନ୍ଦୀ, ହଳଦୀ, ସଂଗୀତ ସହ ଜଡିତ ଫଟୋ ଓ ଭିଡିଓ ପାଇଁ ପ୍ରଶଂସକମାନଙ୍କୁ ଅପେକ୍ଷା କରିବାକୁ ପଡିବ। ଆଲିଆଙ୍କ ଦାଦା ମୁକେଶ ଭଟ୍ଟ ମଧ୍ୟ ଏହାକୁ ନେଇ କିଛି ବି କହିବାକୁ ମନାକରି ଦେଇଛନ୍ତି।

Bollywood Alia Bhatt And Ranbir Kapoor
Advertisment
Advertisment